ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍ । ଜୁଲାଇ 25 ରେ 2 ଲକ୍ଷ 65 ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ର ସରକାରଙ୍କ ଖଣି ରାଜସ୍ୱ ନୀତି ଯୋଗୁ ଓଡିଶା ରାଜସ୍ୱ ବଳକା ରାଜ୍ୟ ହୋଇଥିଲା । ଓଡିଶାର ଚାଷୀଙ୍କ ଆୟ ଅନ୍ୟ ରାଜ୍ୟ ତୁଳନାରେ କାହିଁକି ଏତେ କମ ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ । ଏହା କଣ ପୂର୍ବ ସରକାରଙ୍କ ରାଜସ୍ୱ ବଳକା ରାଜ୍ୟର ଥିଓରି ? ଧାନର କୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରିବାକୁ ନିଷ୍ପତ୍ତି ନେଇ ସାରିଛୁ ।

ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଗହଣରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ରାଜ୍ୟର ଶେଷ ହିତାଧିକାରୀ ଯେମିତି ସୁଭଦ୍ରା ଯୋଜନାରୁ ଲାଭ ପାଇ ପାରିବେ ତାହା ମୁଁ ନିଜେ ତଦାରଖ କରିବି । ଆଜି ମୁଁ ବିଧାନସଭାର ପବିତ୍ର ଗୃହରୁ ମା’ ମାନଙ୍କୁ ପ୍ରତିଶ୍ରୁତି ଦେଉଛି । ଗତ ୫ ବର୍ଷ ଧରି ରାଜ୍ୟରେ 5-T ରୂପାନ୍ତରଣ ନାଁ ନାଟକ ଚାଲିଲା ।

ଆଜି ବିଭିନ୍ନ ସ୍ଥାନକୁ ଗଲେ ରୂପାନ୍ତରଣର ରଙ୍ଗ ଦେଖା ଯାଉଛି । ଏ ସବୁର ହିସାବ ନିକାସ ହେବ । କାହାକୁ ଛଡା ଯିବ ନାହିଁ । ତତ୍କାଳୀନ ସରକାର ସମୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରାଜ୍ୟରେ ଭୁଶୁଡି ପଡ଼ିଛି । ଆମ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରତି ପଂଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯିବ ।


Reporterspen