ଜ୍ୟୋତିଷ ଶାସ୍ତ୍ରରେ ଶନି ସବୁଠାରୁ ରାଗି ଗ୍ରହ ବୋଲି ମନେ କରାଯାଏ । ଶନିଙ୍କୁ ଦଣ୍ଡାଧିକାରୀ ଦେବତା ଭାବରେ ଗ୍ରହଣ କରାଯାଏ । ଶନି ମହାଦଶା ରାହୁ କେତୁଙ୍କ ଠାରୁ ବି ଭୟାନକ ହୋଇଥାଏ ।କୁହାଯାଏ ଶନି ଦେବ କର୍ମ ହିସାବରେ ବ୍ୟକ୍ତିଙ୍କୁ ଦଣ୍ଡ ଦେଇଥାନ୍ତି। ଖରାପ ଅଭ୍ୟାସ ରଖିଥିବା ଲୋକଙ୍କୁ ଶନିଦେବ କେବେ ବି ଭଲ ପାଆନ୍ତି ନାହିଁ । ତେବେ ଜାଣନ୍ତୁ କେଉଁ ଖରାପ ଅଭ୍ୟାସ ପାଇଁ ଶନିଦେବ କୋପଦୃଷ୍ଟି ପକାଇଥାନ୍ତି।
ବଡଙ୍କ ଅପମାନ କରିବା:– ଯେଉଁମାନେ ନିଜଠାରୁ ବଡ, ବୟସ୍କ, ଗରୀବ ଓ ଅସହାୟଙ୍କ ଅପମାନ କରିଥାନ୍ତି ସେମାନେ ଶନିଦେବଙ୍କ ଦଣ୍ଡର ପାତ୍ର ହୋଇଥାନ୍ତି । ଏପରି ଲୋକଙ୍କ ଉପରେ ଶନିଙ୍କ କ୍ରୁର ଦୃଷ୍ଟି ସର୍ବଦା ରହିଥାଏ । ବୟସ୍କ, ଗରୀବ ଓ ଅସହାୟଙ୍କ ପ୍ରତିନିଧିତ୍ୱ କରିଥାନ୍ତି ଶନିଦେବ । ତେଣୁ ଏହି ଲୋକମାନଙ୍କୁ କେବେ ବି କ୍ଷତି ପହଞ୍ଚାଇବା ଅନୁଚିତ ।
ମିଛର ଆଶ୍ରୟ ନେଉଥିବା ଲୋକ:– ଯେଉଁମାନେ ଅନ୍ୟମାନଙ୍କ ସାମ୍ନାରେ ମିଛରେ ବଡିମା କରିଥାନ୍ତି କିମ୍ବା ଅନ୍ୟର କ୍ଷତି କରିଥାନ୍ତି ଏମାନଙ୍କୁ ଶନି ଦେବ ଦିନେ ନା ଦିନେ ଦଣ୍ଡ ଦେଇଥାନ୍ତି ।
ଅନ୍ୟର ଅଧିକାରକୁ ଛଡାଇ ଆଣିବା:- ଶନିଦେବ ସେହିମାନଙ୍କୁ କେବେ କ୍ଷମା କରି ନ ଥାନ୍ତି ଯେଉଁମାନେ ଅନ୍ୟର ଅଧିକାରକୁ ଛଡାଇ ଆଣିଥାନ୍ତି । ଯେପରିକି ଅନ୍ୟର ଜିନିଷ ଜବରଦସ୍ତ ଉପଭୋଗ କରିବା, ଜମି ହଡପ କରିବା ଇତ୍ୟାଦି ।
ଉଧାର ନେଇ ଟଙ୍କା ନ ଫେରାଇବା:- ଯେଉଁମାନେ ପଇସା ଉଧାର ନେଇ ଫେରାଇ ନ ଥାନ୍ତି କିମ୍ବା ଜାଣିଶୁଣି ଫେରାଇ ନ ଥାନ୍ତି ତାଙ୍କ ଉପରେ ବି ଶନିଙ୍କ କୁଦୃଷ୍ଟି ରହିଥାଏ ।
Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।