garlic benefits: ରସୁଣର ଚମତ୍କାର ଲାଭ, ଜାଣନ୍ତୁ

Reporterspen

garlic benefits: ରସୁଣରେ ଆଲିସିନ୍ ନାମକ ଏକ ଉପାଦାନ ରହିଥାଏ ଯାହା କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ସହାୟ ହୋଇଥାଏ । କୋଲେଷ୍ଟ୍ରଲ ରକ୍ତ ଉପରେ ଚାପ ପକାଇଥାଏ, ଯେଉଁ କାରଣରୁ ରକ୍ତଚାପ ବଢିଥାଏ । ଯେଉଁଥିରେ ରସୁଣ ଖାଇବା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୁଏ ।

ରସୁଣରେ ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା ଥଣ୍ଡା, କାଶ, ଜ୍ୱର ସମେତ ହୃଦ ସମ୍ଭନ୍ଧୀୟ ସଂକ୍ରମଣକୁ ହ୍ରାସ କରିବାରେ ବେଶ୍ ସହାୟକ ହୋଇଥାଏ ।

ଏହା ରକ୍ତ ଜମାଟ ବାନ୍ଧିବା ସମସ୍ୟାକୁ ମଧ୍ୟ ରୋକିବାରେ ସହାୟକ ହୋଇଥାଏ । ପ୍ରତିଦିନ ରସୁଣ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ହେବାରେ ସାହାଯ୍ୟ କରିଥାଏ ଏବଂ ହୃଦଘାତର ଆଶଙ୍କା ହ୍ରାସ କରିଥାଏ ।

ରସୁଣର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ରସୁଣ ଖାଇବା ଦ୍ୱାରା ଆର୍ଥ୍ରାଇଟିସ୍ ଭଳି ରୋଗରୁ ମଧ୍ୟ ଆଶ୍ୱସ୍ତି ମିଳିଥାଏ ।

ରସୁଣର ଚୋପା ସହ ଅଳ୍ପ ସମୟ ପର୍ଯ୍ୟନ୍ତ ପାଣିରେ ଫୁଟାଇ ଏହାକୁ ଚା ଭଳି ପିଇବା ଦ୍ୱାରା ଭଲ ଲାଭ ମିଳିଥାଏ ।

ରସୁଣକୁ ଚୋପା ସହିତ ସୋରିଷ ତେଲରେ ମିଶାଇବା ପରେ ତାହାକୁ ଗରମ କରିବା ଏବଂ ସାମାନ୍ୟ ଉଷୁମ ତେଲକୁ ଶରୀରରେ ମସାଜ କରିବା ଦ୍ୱାରା କ୍ରନିକ ଯନ୍ତ୍ରଣା ମଧ୍ୟ ଭଲ ହୋଇପାରେ । ପ୍ରାଚୀନ କାଳରୁ ଏପରି ପଦ୍ଧତି ଅନୁସରଣ କରାଯାଉଛି । ଏଥିସହ ଏହା କେଶ ଏବଂ ଚର୍ମ ପାଇଁ ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ ।

 

Disclamer: ଯଦି ଆପଣ ରସୁଣକୁ ଔଷଧ ଭାବରେ ବ୍ୟବହାର କରୁଛନ୍ତି ତେବେ ଡାକ୍ତରୀ ପରାମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ରୋଗ, ବୟସ ଏବଂ ଓଜନ ଅନୁଯାୟୀ ସଠିକ୍ ଡ଼ୋଜ୍ କେବଳ ଜଣେ ବିଶେଷଜ୍ଞ ହିଁ ଆପଣଙ୍କୁ ପରାମର୍ଶ ଦେଇପାରିବେ ।


Reporterspen