ଝିଅମାନେ ଏହି କାମ କରନ୍ତୁ ନାହିଁ, ନଚେତ…

Reporterspen

ହିନ୍ଦୁ ଧର୍ମରେ ଏଭଳି ଅନେକ କାର୍ଯ୍ୟ ରହିଛି ଯାହାକୁ କରିବାର କିଛିଟା ବିଶେଷ ବିଧି ବିଧାନ ରହିଛି, ଏବଂ ଏଭଳି ଅନେକ କାର୍ଯ୍ୟ ଅଛି ଯାହାକୁ ଆମେ କରିବା ମଧ୍ୟ ଉଚିତ ନୁହେଁ । କାହିଁକି ନା ପ୍ରତ୍ୟେକ କାର୍ଯ୍ୟ ପାଇଁ କିଛିଟା ବିଶେଷ ନୀତିନିୟମ ରହିଛି । ସେହିଭଳି ପୁରାତନ ସମୟରେ ହିନ୍ଦୁ ଧର୍ମରେ କୁଆଁରୀ କନ୍ୟା କିଛିଟା ଏଭଳି କାର୍ଯ୍ୟ ରହିଛି ଯାହାକୁ ସେମାନେ କରିବା ଉଚିତ ନୁହେଁ ବୋଲି କୁହାଯାଇଛି । ଆପଣ ଭାବୁଥିବେ ଏଭଳି କେଉଁ କାର୍ଯ୍ୟ କୁଆଁରୀ କନ୍ୟା କରିବା ଉଚିତ ନୁହେଁ ।

– ମା ବୃନ୍ଦାବତୀ ବା ତୁଳସୀ ବୃକ୍ଷକୁ ମା ଲକ୍ଷ୍ମୀଙ୍କ ସହିତ ତୁଳନୀୟ ବୋଲି କୁହାଯାଇ ଥାଏ । ସେହିଭଳି ଏହାକୁ ନାରୀମାନେ ପୂଜା କରିବା କଥା ପୁରାଣ ରେ ବର୍ଣିତ ରହିଛି । ସ୍ୱୟଂ ମାଲକ୍ଷ୍ମୀ ତୁଳସୀ ମୂଳରେ ବିରାଜମାନ । ତେଣୁ ଜଣେ ନାରୀ ସମ୍ପୂର୍ଣ ଶୃଙ୍ଗାର ହୋଇ ତୁଳସୀକୁ ପୂଜା କରିବା ଆବଶ୍ୟକ । ମାନ୍ୟତା ରହିଛି ଯେ କୁଆଁରୀ କନ୍ୟା ତୁଳସୀଙ୍କୁ ପ୍ରଣାମ କରିପାରିବେ କିନ୍ତୁ ଜଳ ଅର୍ପଣ ତୁଳସୀରେ କରିବା ଉଚିତ ନୁହେଁ । ଏହାଦ୍ୱାରା ଗୃହର କ୍ଳେଶ ବୃଦ୍ଧି ହୋଇଥାଏ ଓ ସମୃଧିରେ ବାଧା ଆସିଥାଏ ।

– ଆଜିକାଲି ସବୁକିଛି ଗୋଟିଏ ଷ୍ଟାଇଲ୍ ଭଳି ଚାଲିଛି L ସମସ୍ତେ ନିଜ ନିଜ ହିସାବ ରେ ଷ୍ଟାଇଲ କରୁଛନ୍ତି । ତେଣୁ କିଏ ବିବାହିତ ଏବଂ କିଏ ଅବିବାହିତା ଜାଣି ହେଉ ନାହିଁ । ସେହିଭଳି ଆଜିକାଲି ର ଆଧୁନିକ ସମାଜରେ ଗୋଡ଼ ମୁଦି ଗୋଟିଏ ଟ୍ରେଣ୍ଡ ଚାଲିଛି । ଏହାକୁ ଉଭୟ ବିବାହିତା ଓ ଅବିବାହିତା ଷ୍ଟାଇଲ ଦେଖାଇ ଧାରଣ କରୁଛନ୍ତି L କିନ୍ତୁ ଗୋଡ଼ ମୁଦି ର ସମ୍ବନ୍ଧ ସନ୍ତାନ ସୁଖ ସହିତ ରହିଛି । ତେଣୁ କୁଆଁରୀ କନ୍ୟା ଏହାକୁ ଧାରଣ କରିବା ଦ୍ୱାରା ଜୀବନରେ ବାଧାବିଘ୍ନ ଆସିଥାଏ ।

– ଏମିତିରେ ତ କେଶ କୁ ମୁକୁଳା ରଖିବା ଉଚିତ ନୁହେଁ, ଏହା ଉଭୟ ବିବାହିତା ଓ ଅବିବାହିତା ମହିଳାଙ୍କ ପାଇଁ ଲାଗୁ ଅଟେ । ତେଣୁ କୁଆଁରୀ କନ୍ୟା ରାତିରେ କେଶ ମୁକୁଳା ରଖିବା ଉଚିତ ନୁହେଁ । ଏହାଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ଜୀବନ ଉପରେ ପଡିଥାଏ ।

– କୁଆଁରୀ କନ୍ୟା ଙ୍କୁ ଦେବୀ ଙ୍କ ରୂପ ବୋଲି ଗଣନା କରାଯାଇଥାଏ । ତେଣୁ କୁଆଁରୀ କନ୍ୟା ସ୍ନାନ ସାରିବା ପରେ ତୁରନ୍ତ କାହାରି ପାଦ ସ୍ପର୍ଶ କରିବା ଉଚିତ ନୁହେଁ । ଏହାଦ୍ୱାରା ଉକ୍ତ ବ୍ୟକ୍ତି ଙ୍କ ଜୀବନ ରେ ଧନ ହାନି ସମସ୍ୟା ଦେଖା ଦେଇଥାଏl


Reporterspen