High court News: କଟକ (ରିପୋଟର୍ସ ପେନ୍): ହାଇକୋର୍ଟରେ ଭରତପୁର ଥାନା ବିବାଦ ମାମଲାର ଶୁଣାଣି ହୋଇଛି। ସେନା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେନେଇ ଜାରି ହୋଇଥିବା ଏସଓପି ବାବଦରେ କୋର୍ଟଙ୍କୁ ଅବଗତ କରାଇଲେ ଆଡଭୋକେଟ୍ ଜେନେରାଲ। ଏସଓପିର ନକଲ ଆମିକସ୍ କ୍ୟୁରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ସବୁ ଥାନାରେ ସିସିଟିଭି ଲାଗିବା ସମ୍ପୂର୍ଣ୍ଣ କରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ଥାନାରେ ସିସିଟିଭି ନେଇ ଏଡିଜିଙ୍କ ତରଫରୁ କୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଥାନାରେ ସିସିଟିଭି ଲାଗିଥିବା ଜାଣିବାକୁ ମିଳିଛି। ତେବେ ବାତ୍ୟା ଦାନା ପ୍ରଭାବିତ ହୋଇଥିବା ବିଲ୍ଡିଂ କିମ୍ବା କିଛି ନୂଆ ବିଲ୍ଡିଂରେ ସିସିଟିଭି ବ୍ୟବସ୍ଥା ଆରମ୍ଭ କରାଯାଇ ନାହିଁ ବୋଲି ମଧ୍ୟ କୁହାଯାଇଛି। ତେଣୁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଫାଣ୍ଡିରେ ସିସିଟିଭି ବ୍ୟବସ୍ଥା ହୋଇଯିବ ବୋଲି କହିଛନ୍ତି ଏଡିଜି। ୨୦୨୫ ମାର୍ଚ୍ଚ ମାସ ଭିତରେ ସମସ୍ତ ଫାଣ୍ଡି ସିସିଟିଭି ତଳେ ଚାଲିବ ବୋଲି ସେ ପ୍ରକାଶ କରିଛନ୍ତି।