Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଆସନ୍ତା ଫେବୃଆରୀ ମାସରେ, ୧୧ ତାରିଖରେ ବୁଧ କୁମ୍ଭ ରାଶିକୁ ଚଳନ କରିବେ। ତା ପରଦିନ ଅର୍ଥାତ୍ ଫେବୃଆରୀ ୧୨ ତାରିଖ ଦିନ ସୂର୍ଯ୍ୟଦେବ ରାତି ୧୦ଟା ୩ ମିନିଟ୍ ସମୟରେ ସେହି ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ-ବୁଧଙ୍କ ମିଳନ ଦୁର୍ଲଭ ଯୋଗ ସୃଷ୍ଟି ହେଉଛି। ଏ-ହି ଦୁର୍ଲଭ ସଂଯୋଗ କିଛି ରାଶି ପାଇଁ ବରଦାନ ବେଶ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ…
ମେଷ: ସୂର୍ଯ୍ୟ ଓ ବୁଧଙ୍କ ଅପୂର୍ବ ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ଯେଉଁମାନେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ, ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ମିଳିବ। ବ୍ୟବସାୟୀମାନେ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ପରିବାର ସହ ଭଲ ସମୟ ବିତାଇବେ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ପାଇବେ।
କର୍କଟ: ଏହି ଦୁର୍ଲଭ ସଂଯୋଗ ଏହି ରାଶିଙ୍କ ଭାଗ୍ୟ ଚମକିବ। ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ ଦିର୍ଘ ଦିନ ହେବ ବିଦେଶରେ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ସେମାନେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସଫଳ ହେବେ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। ଦିର୍ଘ ଦିନର ଆଶା ପୂରଣ ହେବେ। ଏହି ସମୟ ମଧ୍ୟରେ ନୂତନ ଜମି ବା ଘର କିଣିବେ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସମର୍ଥନ ପାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ।
ତୁଳା: ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବିଶେଷକରି, କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ଯେଉଁମାନେ ବିଦେଶରେ ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଛନ୍ତି । ସେମାନଙ୍କ ଆଶା ପୂରଣ ହେବ। ଅଧାରହିଥିବା କାର୍ଯ୍ୟକୁ ଶେଷକରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଯେଉଁମାନେ ଦିର୍ଘ ଦିନ ହେବ,ଚାକିରି ବଦଳାଇବାକୁ ଯୋଜନା କରୁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଚେଷ୍ଟା ଜାରି ରଖନ୍ତୁ, ଶୁଭଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)