ସ୍ୱାସ୍ଥ୍ୟ ପାଇଁ କେତେଥର ସେକ୍ସ କରିବା ଆବଶ୍ୟକ? ଜାଣନ୍ତୁ

Reporterspen

ସୁସ୍ଥ ଯୌନ ଜୀବନ: କେତେ ଥର ଯୌନ ସଂପର୍କ ରଖିବା ଉଚିତ, ତାର କୌଣସି ସୀମା ନିର୍ଦ୍ଧାରଣ ନାହିଁ । ଏହା ସଂପୂର୍ଣ୍ଣ ଭାବରେ ଜଣଙ୍କର ବ୍ୟକ୍ତିଗତ ଅଭିଜ୍ଞତା ଉପରେ ନିର୍ଭର କରେ, ଯାହା ବୟସ, ସ୍ୱାସ୍ଥ୍ୟ ଅବସ୍ଥା ଏବଂ ପସନ୍ଦ ଉପରେ ନିର୍ଭର କରି ଭିନ୍ନ ହୋଇପାରେ । ଏପରି ପରିସ୍ଥିତିରେ, ଦଂପତିମାନେ ଏହାର ବୃଦ୍ଧି କିମ୍ବା ହ୍ରାସ ବିଷୟରେ ଚିନ୍ତା କରି ନିଜ ସଂପକର୍କୁ କେବେ ବି ନଷ୍ଟ କରିବା ଉଚିତ୍ ନୁହେଁ ।

ଆପଣଙ୍କ ସାଥୀଙ୍କ ସହମତି ସହିତ ସଂପର୍କ ରଖନ୍ତୁ
କେତେଥର ଯୌନ ସଂପର୍କ ରଖିବା ବିଷୟରେ ଚିନ୍ତା କରିବା ପରିବର୍ତ୍ତେ, ଦଂପତିମାନେ ନିଜ ସାଥୀଙ୍କ ସହିତ ସେମାନଙ୍କର ଯୌନ ଇଚ୍ଛା ବିଷୟରେ ଖୋଲାଖୋଲି ଭାବରେ ଯୋଗାଯୋଗ କରିବା ଏବଂ ତାଙ୍କ ସମ୍ମତି ସହିତ ଶାରୀରିକ ସଂପର୍କ ରଖିବା ଉପରେ ଧ୍ୟାନ ଦେବା ଉଚିତ୍ ।

ସୁରକ୍ଷିତ ଯୌନ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ
ସୁରକ୍ଷିତ ଯୌନ ସଂର୍ପକ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଆପଣଙ୍କ ସଂର୍ପକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଯୌନ ସଂକ୍ରମଣ ଏବଂ ଅବାଞ୍ଛିତ ଗର୍ଭଧାରଣର ଆଶଙ୍କା ହ୍ରାସ କରିଥାଏ । ଏଥିପାଇଁ, ଆପଣ କଣ୍ଡୋମ ସହିତ ଅନ୍ୟ ପ୍ରକାରର ଗର୍ଭନିରୋଧକ ବିକଳ୍ପ ଚୟନ କରିପାରିବେ ।

ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ
ଯଦି ତୁମେ ତୁମର ଯୌନ ଜୀବନ ସହିତ ଜଡିତ କିଛି ବିଷୟରେ ଚିନ୍ତିତ, ତେବେ ଏହା ବିଷୟରେ ତୁମେ ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଜରୁରୀ । ଏହା ସହିତ, ନିୟମିତ ଏସଟିଆଇ ପରୀକ୍ଷା ପାଇବା ଏକ ସୁସ୍ଥ ଏବଂ ନିରାପଦ ଯୌନ ଅନୁଭୂତି ନିଶ୍ଚିତ କରିବାରେ ସାହାଯ୍ୟ କରିଥାଏ ।


Reporterspen
!-- afp header code starts here -->