ମୁମ୍ବାଇ ଇଣ୍ଡିଆନ୍ସରେ ହଙ୍ଗାମା: ପାଣ୍ଡ୍ୟାଙ୍କ ଠାରୁ ଖସିବ ଅଧିନାୟକତ୍ୱ!

Reporterspen

ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ଆଇପିଏଲ୍ ୨୦୨୫: ଆଇପିଏଲ୍ ୨୦୨୫ରେ ଅନେକ ପରିବର୍ତ୍ତନ ସହିତ ମୁମ୍ବାଇ ଇଣ୍ଡିଆନ୍ସ ଦେଖିବାକୁ ମିଳିବ । ଏଥିରେ ସବୁଠାରୁ ବଡ ପରିବର୍ତ୍ତନ ଅଧିନାୟକତ୍ୱ ହୋଇପାରେ । ଅଧିନାୟକତ୍ୱରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହଟାଯାଇପାରେ । ତାଙ୍କ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ ନୂତନ ଅଧିନାୟକ ହୋଇପାରନ୍ତି । ଏକ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମାଙ୍କ ସହ ଦଳର ଅନେକ ଖେଳାଳି ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ଖୁସି ନୁହଁନ୍ତି । ଏହା ସହିତ ସଚିନ ତେନ୍ଦୁଲକର ମଧ୍ୟ ସୂର୍ଯ୍ୟଙ୍କୁ ଅଧିନାୟକ କରିବା ସପକ୍ଷରେ ଅଛନ୍ତି ।

ଏକ ଖବର ଅନୁଯାୟୀ ରୋହିତଙ୍କ କ୍ୟାଂପ ମୁମ୍ବାଇ ଇଣ୍ଡିଆନ୍ସର ଦଳ ପରିଚାଳନାକୁ ଅଲ୍‌ଟିମେଟ ଦେଇଛି । ରୋହିତ ଏବଂ ସଚିନଙ୍କ ସମେତ ଅନେକ ଖେଳାଳି ପାଣ୍ଡ୍ୟାଙ୍କୁ ଅଧିନାୟକ ରହିବାକୁ ଚାହୁଁନାହାଁନ୍ତି । ଯଦି ମୁମ୍ବାଇ ତଥାପି ହାର୍ଦ୍ଦିକଙ୍କୁ ଅଧିନାୟକ ଭାବରେ ରଖେ, ତେବେ ରୋହିତ ଏବଂ ସୂର୍ଯ୍ୟଙ୍କ ସହ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ମଧ୍ୟ ଦଳ ଛାଡି ପାରନ୍ତି । ବର୍ତ୍ତମାନ ଏହି ବିଷୟରେ ମୁମ୍ବାଇ କ୍ୟାଂପରେ ବହୁତ ହଙ୍ଗାମା ଦେଖାଦେଇଛି ।

ରୋହିତଙ୍କୁ ନ ଜଣାଇ ମୁମ୍ବାଇ ଏହି ନିଷ୍ପତ୍ତି ନେଇଛି –

ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲ ୨୦୨୪ ରେ ଦଳକୁ ଆଣିଥିଲା । ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ ପାଇଁ ଖେଳୁଥିଲେ । କିନ୍ତୁ ତାଙ୍କୁ ନିଲାମ କରାଯାଇଥିଲା । ପାଣ୍ଡ୍ୟା ପହଂଚିବା ମାତ୍ରେ ରୋହିତଙ୍କ ଠାରୁ ଅଧିନାୟକତ୍ୱ ଛଡ଼ାଇ ନିଆଯାଇଥିଲା । ରିପୋର୍ଟ ଅନୁଯାୟୀ, ମୁମ୍ବାଇ ରୋହିତଙ୍କୁ ଏ ବିଷୟରେ ଜଣାଇନଥିଲା । ତାଙ୍କୁ ନ ଜଣାଇ ନିଷ୍ପତ୍ତି ନିଆଯାଇଛି । ମୁମ୍ବାଇରେ ହୋଇଥିବା ମ୍ୟାଚ୍ ସମୟରେ ମଧ୍ୟ ଏହାର ପ୍ରଭାବ ଦୃଶ୍ୟମାନ ହୋଇଥିଲା । ଏଥିରେ ରୋହିତ ଏବଂ ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ବିରକ୍ତ ହୋଇଥିଲେ ।

ଜୟ ଶାହା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସପକ୍ଷରେ ଅଛନ୍ତି –

ହାର୍ଦ୍ଦିକ ପାଣ୍ଡ୍ୟା ଟି -୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ହେବାକୁ ଯାଉଥିଲେ । କିନ୍ତୁ ଏହା ହୋଇପାରିଲା ନାହିଁ । ତାଙ୍କ ସ୍ଥାନରେ ସୂର୍ଯ୍ୟଙ୍କୁ ଅଧିନାୟକତ୍ୱ ଦିଆଯାଇଥିଲା । ରିପୋର୍ଟ ଅନୁଯାୟୀ, ଜୟ ଶାହା ପାଣ୍ଡ୍ୟାଙ୍କ ସପକ୍ଷରେ ଥିଲେ । କିନ୍ତୁ ଅଜିତ ଅଗରକର ଏବଂ ଅନ୍ୟ ଅଧିକାରୀ ଏବଂ ରୋହିତ ଏହା ସପକ୍ଷରେ ନଥିଲେ । ଜୟ ଶାହାଙ୍କ କାରଣରୁ ପାଣ୍ଡ୍ୟା କିଛି ସମୟ ପାଇଁ ଉପ-ଅଧିନାୟକ ରହିଲେ ।


Reporterspen