ICC Champions Trophy 2025: ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିବାକୁ ଯାଉଛି । ଏହି ଟୁର୍ନାମେଂଟ ପାକିସ୍ତାନରେ ଆୟୋଜିତ ହେବ । ଏଭଳି ପରିସ୍ଥିତିରେ ସୁରକ୍ଷା କାରଣରୁ ଭାରତ ସରକାର ନିଜ ଦଳକୁ ପାକିସ୍ତାନ ପଠାଇବାକୁ ମନା କରିଦେଇଛନ୍ତି ।
ହାଇବ୍ରିଡ ମଡେଲରେ ଟୁର୍ନାମେଣ୍ଟ ଆୟୋଜନ ଦାବିରେ ବିସିସିଆଇ ଜିଦ୍ ଧରିଥିଲା । ଏଥିପାଇଁ ବିସିସିଆଇ, ପିସିବି ଏବଂ ଆଇସିସିର ଅନେକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ବର୍ତ୍ତମାନ ଏହି ନିଷ୍ପତ୍ତି ବିସିସିଆଇ ସପକ୍ଷରେ ଥିବା ଜଣାପଡିଛି । ସ୍ପୋର୍ଟସ ଟାକର ରିପୋର୍ଟ ଅନୁଯାୟୀ, ହାଇବ୍ରିଡ ମଡେଲରେ ଆଇସିସି ଚାଂପିଅନ୍ସ ଟ୍ରଫି ୨୦୨୫ କୁ ଅନୁମୋଦନ କରିଛି । ଭାରତ ଦୁବାଇରେ ଏହାର ମ୍ୟାଚ୍ ଖେଳିବ ।
ଉଭୟ ବିସିସିଆଇ ଏବଂ ପିସିବି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ସହମତ ହୋଇଛନ୍ତି ଯେ ଭାରତ-ପାକିସ୍ତାନ ଲିଗ୍ ମ୍ୟାଚ୍ ପାଇଁ ପାକିସ୍ତାନ ଦଳ ଭାରତ ଯାତ୍ରା କରିବ ନାହିଁ । ଏହି ମ୍ୟାଚ୍ କଲମ୍ବୋରେ ଖେଳାଯିବ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ଦଳ କ୍ଷତିପୂରଣ ପାଇବ ନାହିଁ । ଆହୁରି ମଧ୍ୟ, ପାକିସ୍ତାନ କ୍ରିକେଟ୍ ବୋର୍ଡ ୨୦୨୭ ପରେ ଆଇସିସି ମହିଳା ଟୁର୍ନାମେଂଟ ଆୟୋଜନ କରିବ । ଫେବୃଆରୀରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ହେବାର ପ୍ରସ୍ତାବ ଧାର୍ଯ୍ୟ ଥିଲା। ଏହା ଅଧୀନରେ ଚାମ୍ପିଅନ୍ସ ଟ୍ରଫି ୧୯ ଫେବୃଆରୀରୁ ଆରମ୍ଭ ହେବ ଏବଂ ଟାଇଟଲ ମ୍ୟାଚ୍ ୯ ମାର୍ଚ୍ଚରେ ଅନୁଷ୍ଠିତ ହେବ। ସାତ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ଶେଷ ଥର ପାଇଁ ୨୦୧୭ ରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହୋଇଥିଲା। ଏହାର ଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ ଟ୍ରଫି ହାସଲ କରିଥିଲା।
କହିରଖୁଛୁ ଯେ ଆରମ୍ଭରୁ ହାଇବ୍ରିଡ ମଡେଲରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ ବୋଲି ଚର୍ଚ୍ଚା ହେଉଥିଲା। ଏହା ଅଧୀନରେ ଦୁବାଇରେ ଭାରତର ମ୍ୟାଚ୍ ଖେଳାଯିବ। ଯଦି ଟିମ୍ ଇଣ୍ଡିଆ ଆଗକୁ ଯାଏ ତେବେ ସେମିଫାଇନାଲ ଏବଂ ଫାଇନାଲ୍ ମ୍ୟାଚ୍ ମଧ୍ୟ ଦୁବାଇରେ ହେବ। ସୁରକ୍ଷା କାରଣରୁ ଭାରତୀୟ ଦଳକୁ ପାକିସ୍ତାନ ପଠାଇବାକୁ ବିସିସିଆଇକୁ ଭାରତ ସରକାର ମନା କରିଦେଇଛନ୍ତି। ଏଭଳି ପରିସ୍ଥିତିରେ ମ୍ୟାଚଗୁଡିକ ନିରପେକ୍ଷ ସ୍ଥାନରେ ରଖିବାକୁ ଭାରତୀୟ ବୋର୍ଡ ଦାବି କରିଥିଲା।