ICC Champions Trophy 2025: ଭାରତ ବିପକ୍ଷରେ ଚାଂପିଅନ୍ସ ଟ୍ରଫିରେ ପରାଜୟ ପରେ ପାକିସ୍ତାନୀ ପ୍ରଶଂସକମାନେ ବହୁତ ନିରାଶ ହୋଇଛନ୍ତି । କେତେକ ଟିଭି ଭାଙ୍ଗି ଦେଉଛନ୍ତି ତ ଆଉ କେତେକ ସୋସିଆଲ ମିଡିଆ ମାଧ୍ୟମରେ ନିଜର ନିରାଶା ଭାବ ପ୍ରକାଶ କରୁଛନ୍ତି । ଏବେ ଜଣେ ପାକିସ୍ତାନୀ ସାମ୍ବାଦିକ ମଧ୍ୟ ତାଙ୍କ ଦଳର ଖରାପ ପ୍ରଦର୍ଶନ ପାଇଁ କ୍ରୋଧିତ ହୋଇଯାଇଛନ୍ତି । ସେ ଆଇସିସିକୁ ନିବେଦନ କରିଛନ୍ତି ଯେ, ଏବେଠାରୁ ଭାରତ ଏବଂ ପାକିସ୍ତାନକୁ ପୃଥକ ଗୋଷ୍ଠୀରେ ରଖାଯାଉ କାରଣ ପାକିସ୍ତାନୀ ପ୍ରଶଂସକମାନେ ସେମାନଙ୍କ ଦଳକୁ ହାରିବା ଦେଖି କ୍ଳାନ୍ତ ହୋଇଗଲେଣି ।
ବାର୍ଷିକ ଅପମାନ ଅସହ୍ୟ
ପାକିସ୍ତାନୀ ଗଣମାଧ୍ୟମ ଚ୍ୟାନେଲ ‘ଦି ଡନ୍’ର ସାମ୍ବାଦିକ ଇମ୍ରାନ ସିର୍ଦ୍ଦିକି ଆଇସିସିକୁ ଅନୁରୋଧ କରିଛନ୍ତି, “ପାକିସ୍ତାନୀ ଦଳର ଜଣେ ପ୍ରଶଂସକ ହୋଇଥିବାରୁ, ମୁଁ ଆଇସିସିକୁ ଅନୁରୋଧ କରୁଛି ଯେ ଦୟାକରି ଏବେଠାରୁ ଭାରତ ଏବଂ ପାକିସ୍ତାନକୁ ପୃଥକ ଗୋଷ୍ଠୀରେ ରଖ । ବର୍ଷ ପରେ ବର୍ଷ ହାରିବାର ନିରାଶାରେ ଆମେ କ୍ଳାନ୍ତ ହୋଇଗଲୁଣି । ଯଦି ଏହା ସମ୍ଭବ ନୁହେଁ, ତେବେ ଅତି କମରେ ଏହି ହାଇ-ପ୍ରୋଫାଇଲ୍ ମ୍ୟାଚ୍ରୁ ଲାଭର କିଛି ଅଂଶ ପାକିସ୍ତାନୀ ପ୍ରଶଂସକଙ୍କ ମଧ୍ୟରେ ବଂଟନ କରାଯିବା ଉଚିତ । ଯାହା ଦ୍ୱାରା ଏହି ଟଙ୍କାରେ ଆମେ ହସ୍ପିଟାଲ ଯାଇ ନିଜର ଚିକିତ୍ସା କରିପାରିବା କାରଣ ଆମେ ଆଉ ଏହି ବାର୍ଷିକ ଅପମାନ ସହ୍ୟ କରିପାରିବୁ ନାହିଁ ।”
https://x.com/imransiddique89/status/1893736855411233242?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1893736855411233242%7Ctwgr%5E2f55f75ffbf14e72a3fc1bded4d903f70515cede%7Ctwcon%5Es1_&ref_url=https%3A%2F%2Fwww.abplive.com%2Fsports%2Fcricket%2Fpakistani-devastated-fan-urged-icc-after-defeat-champions-trophy-india-and-pakistan-two-different-groups-2891527
୨୦୧୭ ଚାଂପିଅନ୍ସ ଟ୍ରଫି ପରଠାରୁ ପାକିସ୍ତାନ ଜିତିନାହିଁ
ଭାରତ ବିପକ୍ଷରେ ପାକିସ୍ତାନର ଶେଷ ଦିନିକିଆ ବିଜୟ ୨୦୧୭ ଚାଂପିଅନ୍ସ ଟ୍ରଫି ଫାଇନାଲରେ ହୋଇଥିଲା । ଏହା ପରେ, ଉଭୟ ଏସିଆ କପରେ ଚାରିଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରୁ ଟିମ୍ ଇଣ୍ଡିଆ ତିନିଥର ବିଜୟୀ ହୋଇଛି ଏବଂ ଗୋଟିଏ ମ୍ୟାଚ୍ ର ଫଳାଫଳ ନିର୍ଣ୍ଣୟ ହୋଇପାରି ନାହିଁ । ଭାରତୀୟ ଦଳ ୨୦୧୯ ଏବଂ ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ ବିଜେତା ହୋଇଥିଲା । ଏବେ ଚାଂପିଅନ୍ସ ଟ୍ରଫିରେ ମଧ୍ୟ ଭାରତୀୟ ଦଳ ପାକିସ୍ତାନୀ ଦଳକୁ ୬ ୱିିକେଟରେ ପରାସ୍ତ କରିଛି । ଭାରତ ବିପକ୍ଷରେ ପାକିସ୍ତାନ ଦଳର ବିଜୟ ମରୁଡ଼ି ୭ ବର୍ଷ ଧରି ଜାରି ରହିଛି ।