ଭାରତୀୟ ନୌସେନା ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ନୌସେନା ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ଆବେଦନ କରିବା ପାଇଁ ଚାହୁଁଛନ୍ତି, ତେବେ Indian Navy ର ଅଫିସିଆଲ୍ ୱେବ୍ସାଇଟ୍ joinindiannavy.gov.in କୁ ଯାଇ ଆବେଦନ କରିପାରିବେ।
ଆବେଦନ ତାରିଖ:
ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ବେଳେ ଆଗ୍ରହୀ ପ୍ରାର୍ଥୀମାନେ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଶିକ୍ଷାଗତ ଯୋଗ୍ୟତା:
ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ (PCM) ସହିତ ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଆବଶ୍ୟକ।
ବୟସ ସୀମା:
ପ୍ରାର୍ଥୀଙ୍କ ଜନ୍ମ ୦୧।୧୧।୨୦୦୩ ରୁ ୩୦।୦୪।୨୦୦୭ ମଧ୍ୟରେ ହୋଇଥିବା ଆବଶ୍ୟକ।
ମାସିକ ଦରମା:
ସର୍ବନିମ୍ନ ଦରମା ୨୬,୯୦୦ ଟଙ୍କା ରହିଥିବା ବେଳେ ସର୍ବାଧିକ ଦରମା ୭୪,୩୦୦ ଟଙ୍କା।
ଚୟନ ପ୍ରକ୍ରିୟା:
-ସଟ୍ଲିଷ୍ଟ୍
-ଶାରିରୀକ ଟେଷ୍ଟ୍
-ଲିଖିତ ପରୀକ୍ଷା
-ମେଡିକାଲ୍ ଟେଷ୍ଟ୍
-ଡକ୍ୟୁମେଣ୍ଟ୍ ଯାଞ୍ଚ