IPL 2025 RCB Target Players List: ସମସ୍ତ ଟିମ୍ ଆଇପିଏଲ ୨୦୨୫ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଯଦି ରିପୋଟର୍ଗୁଡିକ ବିଶ୍ୱାସ କରାଯାଏ, ଆଇପିଏଲ୍ ର ୧୮ତମ ସିଜନ୍ ମାର୍ଚ୍ଚ ୧୪ରୁ ମେ ୨୫ ପର୍ଯ୍ୟନ୍ତ ଖେଳାଯିବ । ଗତ ମାସରେ, ଆଇପିଏଲ୍ ୨୦୨୫ ପାଇଁ ଏକ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମସ୍ତ ଟିମ୍ ନିଜ ପସନ୍ଦର ଖେଳାଳି କିଣିବାରେ ବହୁ ଅର୍ଥ ଖର୍ଚ୍ଚ କରିଥିଲେ । ଆରସିବି ଏଥର ନିଲାମରେ ଅନେକ ଶକ୍ତିଶାଳୀ ଖେଳାଳି କିଣିଛି । ତେବେ ଫ୍ରାଞ୍ଚାଇଜର କିଛି ନିଷ୍ପତ୍ତିି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏଥିମଧ୍ୟରୁ ଗୋଟିଏ ହେଉଛି କେ.ଏଲ୍ ରାହୁଲଙ୍କୁ ଟିମ ନ କିଣିବା ।
ବାସ୍ତବରେ ନିଲାମ ପୂର୍ବରୁ ଅନେକ ଗଣମାଧ୍ୟମ ରିର୍ପୋଟରେ ଦର୍ଶାଯାଇଛି ଯେ, ଆରସିବି କେ.ଏଲ୍ ରାହୁଲଙ୍କୁ ଯେକୌଣସି ମୂଲ୍ୟରେ କିଣିବ । ଏପରିକି କୁହାଯାଇଥିଲା ଯେ ଆରସିବି ରାହୁଲଙ୍କୁ ଅଧିନାୟକ ମଧ୍ୟ କରିବ । ତେବେ, ବର୍ତ୍ତମାନ ଏହି ସମସ୍ତ ଖବର ଏବଂ ଦାବି ଭୂଲ ବୋଲି ପ୍ରମାଣିତ ହୋଇଛି । ଆରସିବିର ଟାର୍ଗେଟ ଖେଳାଳି ତାଲିକା ପ୍ରକାଶ ପାଇଛିି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
କେଏଲ ରାହୁଲଙ୍କ ନାମ ଏହି ତାଲିକାରେ ନାହିଁ । ଏପରିକି ଶ୍ରେୟସ୍ ଆୟର ଏବଂ ଋଷଭ ପନ୍ତଙ୍କ ପରି ବଡ ଖେଳାଳିଙ୍କ ନାମ ମଧ୍ୟ ଏହି ତାଲିକାରେ ନାହିଁ । ଏହାର ଅର୍ଥ ସମସ୍ତେ ଆରସିବି ରାଡାରରେ ନଥିଲେ । ହଁ, ୟୁଜବେନ୍ଦ୍ର ଚହଲ ଏବଂ ଭେଙ୍କଟେଶ ଆୟରଙ୍କ ନାମ ନିଶ୍ଚିତ ଭାବରେ ଆରସିବିର ଟାର୍ଗେଟ ତାଲିକାରେ ଅଛି । ଏହା ବ୍ୟତୀତ ଟିମ୍ ଟିମ୍ ଡେଭିଡ୍ ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ୍ କିଣିବା ପାଇଁ ଯୋଜନା ମଧ୍ୟ କରିଥିଲେ, ଯାହା ମଧ୍ୟ ସଫଳ ହୋଇଥିଲା ।
ଏହା ବ୍ୟତୀତ ଭୁବନେଶ୍ୱର କୁମାରଙ୍କୁ ଆରସିବିର ଇଚ୍ଛା ତାଲିକାରେ ମଧ୍ୟ ସାମିଲ କରାଯାଇଥିଲା । ଏହି କାରଣରୁ, ଫ୍ରାଞ୍ଚାଇଜ୍ ବିପୁଳ ପରିମାଣର ଅର୍ଥ ଦେଇ ଭୁଭିଙ୍କୁ କିଣିଛି । ଟି ନଟରାଜନ, ଡେଭିଡ ମିଲର ଏବଂ ଜୋଶ ହାଜଲେଉଡଙ୍କ ପରି ଖେଳାଳିମାନେ ମଧ୍ୟ ଆରସିବିର ର୍ଟାେଗଟ ତାଲିକାରେ ଥିଲେ । ଆପଣ ନିମ୍ନରେ ଆରସିବିର ତାଲିକା ଦେଖିପାରିବେ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଟିମ
ଜୋସ୍ ହାଜଲେଉଡ୍ (୧୨.୫୦ କୋଟି ଟଙ୍କା), ଫିଲ୍ ସାଲଡ (୧୧.୫୦ କୋଟି), ଜିତେଶ ଶର୍ମା (୧୧ କୋଟି ଟଙ୍କା), ଲିଆମ୍ ଲିଭିଙ୍ଗଷ୍ଟୋନ୍ (୮.୭୫ କୋଟି ଟଙ୍କା), ରସିଖ ସଲାମ (୬ କୋଟି ଟଙ୍କା), ସୁଯଶ ଶର୍ମା (୨.୬୦ କୋଟି), ଭୁବନେଶ୍ୱର କୁମାର (୧୦.୭୫ କୋଟି), କୁନାଲ ପାଣ୍ଡ୍ୟା (୫.୭୫ କୋଟି), ଟିମ ଡେଭିଡ (୩କୋଟି), ଜ୍ୟାକେବ ବେୟଲ (୨.୬୦ କୋଟି), ନୁବାନ ତୁଷାରା (୧.୬୦ କୋଟି), ରୋମାରିଓ ଶୋଫଡ (୧.୫୦ କୋଟି ଟଙ୍କା), ସ୍ୱପ୍ନୀଲ ସିଂ (୫୦ ଲକ୍ଷ ଟଙ୍କା), ମନୋଜ ଭଡଙ୍ଗେ (୩୦ ଲକ୍ଷ ଟଙ୍କା), ଦେବଦତ୍ତ ପାଡିକଲ (୨ କୋଟି), ଲୁଙ୍ଗି ଏନଗିଡି (୧ କୋଟି ଟଙ୍କା), ମୋହିତ ରଥୀ (୩୦ ଲକ୍ଷ ଟଙ୍କା), ଅଭିନନ୍ଦ ସିଂ (୩୦ ଲକ୍ଷ ଟଙ୍କା), ସ୍ୱସ୍ତିକ ଚିକାରା (୩୦ ଲକ୍ଷ ଟଙ୍କା) ।
ରଖାଯାଇଛି – ବିରାଟ କୋହଲି, ଯଶ ଦିନଲ, ରଜତ ପାଟିଦାର ।