IPL 2025 Schedule: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତା ମାସ ୨୨ ତାରିଖରୁ ଏହି ଲିଗ୍ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ କୋଲକାତାର ଘରୋଇ ପଡ଼ିଆ ଇଡେନ୍ ଗାର୍ଡେନ୍ ରେ ପଡ଼ିଆକୁ ଓହ୍ଲାଇବେ। ୬୫ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୧୩ଟି ଭିନ୍ନ ଭିନ୍ନ ଭେନ୍ୟୁରେ ଖେଳାଯିବ।
ଲିଗ୍ ର କ୍ୱାଲିଫାୟର-୧ ଓ ଏଲିମିନେଟର ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯିବାକୁ ଥିବା ବେଳେ କ୍ୱାଲିଫାୟର-୧ ଓ ଫାଇନାଲ ମ୍ୟାଚ୍ କୋଲକାତାରେ ଖେଳାଯିବ। ମେ’ ୨୫ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ର ସମୟ ବିଷୟରେ କହିବାକୁ ଗଲେ ଏହା ସନ୍ଧ୍ୟା ସାଢ଼େ ୭ଟାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଟସ୍ ହେବ। ଅପରାହ୍ନ ସାଢ଼େ ୩ଟାରୁ ଡବଲ୍ ହେଡର ଆରମ୍ଭ ହେବ। ଆଇପିଏଲ୍ ୨୦୨୫ରେ ମୋଟ ୧୨ଟି ଡବଲ୍ ହେଡର ମ୍ୟାଚ୍ ଖେଳାଯିବ।
ସିଜନର ପ୍ରଥମ ଡବଲ ହେଡର ମାର୍ଚ୍ଚ ୨୩ରେ ଖେଳାଯିବ। ପ୍ରଥମ ଡବଲ୍ ହେଡରରେ ସନ ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ପୂରା ସିଜନରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ଆଗାମୀ ସିଜନରେ ୧୨ଟି ଡବଲ୍ ହେଡର ମ୍ୟାଚ୍ ଖେଳାଯିବ, ଯେଉଁଥିରେ ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଗୁଜରାଟ ଟାଇଟାନ୍ସକୁ ୩ଦିନ ଲେଖାଏଁ ମ୍ୟାଚ୍ ଖେଳିବାକୁ ପଡ଼ିବ।
ଅନ୍ୟପକ୍ଷରେ ବାକି ୭ଟି ଦଳ କେବଳ ୨ଟି ମ୍ୟାଚ୍ ଦିବାଲୋକରେ ଖେଳିବେ।