ନୂଆଦିଲ୍ଲୀ : ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଇଶାନ କିଶନ ପ୍ରତ୍ୟାବର୍ତ୍ତନ କରି ତାଙ୍କ ରାଜ୍ୟ ଝାଡଖଣ୍ଡର ଅଧିନାୟକ ହୋଇଛନ୍ତି । ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ନିଜର ଉତ୍କୃଷ୍ଟ ବ୍ୟାଟିଂ ସହ ଦଳକୁ ବିଜୟ କରିବାରେ ସଫଳ ହୋଇଛନ୍ତି । ଝାଡଖଣ୍ଡ ଟିମ୍ ମଧ୍ୟପ୍ରଦେଶ ବିପକ୍ଷରେ ମ୍ୟାଚ ଖେଳୁଥିଲା । ଏହି ମ୍ୟାଚରେ ଇଶାନ ଏକ ଚମତ୍କାର ଶତକ ହାସଲ କରି ଦଳର ବିଜୟର କାରଣ ହୋଇଥିଲେ । ଯେତେବେଳେ ଶେଷ ମୁହୂର୍ତ୍ତରେ ମ୍ୟାଚ୍ ଅଟକି ଯାଇଥିଲା, ଇଶାନଙ୍କ ତୋଫାନୀ ବ୍ୟାଟିଂ ଦଳ ପାଇଁ ସହାୟକ ହୋଇଥିଲା ।
ବୁଚି ବାବୁ ଟୁର୍ନାମେଂଟରୁ ଇଶାନ ଫେରିଛନ୍ତି । ଚଳିତ ବର୍ଷ ଆରମ୍ଭରେ ଘରୋଇ କ୍ରିକେଟକୁ ଅଣଦେଖା କରିବା ପରେ ବିସିସିଆଇ ଦେଇଥିବା ନିର୍ଦ୍ଦେଶ ପରେ ଇଶାନ ଘରୋଇ କ୍ରିକେଟକୁ ଗୁରୁତ୍ୱ ଦେଇଛନ୍ତି । ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ଇଶାନ ମଧ୍ୟ ସ୍ଥାନ ପାଇନଥିଲେ ।
ଇଶାନ ନିଜର ଜଲୱା ଦେଖାଇଲେ
ମଧ୍ୟପ୍ରଦେଶ ବିପକ୍ଷ ପ୍ରଥମ ଇନିଂସରେ ଝାଡଖଣ୍ଡ ଅଗ୍ରଣୀ ହାସଲ କରିଥିଲା ଏବଂ ଦ୍ୱିତୀୟ ଇନିଂସରେ ୧୭୫ ରନ୍ ସଂଗ୍ରହ କରିଥିଲା । ଗୋଟିଏ ୱିକେଟ୍ ହରାଇ ୩୭ ରନ୍ ସହ ଝାଡଖଣ୍ଡ ଚତୁର୍ଥ ଦିନ ଆରମ୍ଭ କରିଥିଲା । ଇଶାନ ଟାର୍ଗେଟର ଅଧାରୁ ଅଧିକ ସ୍କୋର କରିଥିଲେ । ଅନ୍ୟ ପ୍ରାନ୍ତରୁ କ୍ରମାଗତ ଭାବେ ୱିକେଟ୍ ପଡୁଥିଲା । ଶେଷ ମୁହୂର୍ତ୍ତରେ ଜିତିବା ପାଇଁ ଝାଡଖଣ୍ଡକୁ ୧୨ରନ୍ ଆବଶ୍ୟକ ଥିଲା ଏବଂ କେବଳ ଦୁଇଟି ୱିକେଟ୍ ବାକି ଥିଲା । ଆକାଶ ରାଜୱାଟ ଇଶାନଙ୍କ ସାମ୍ନାରେ ବୋଲିଂ କରୁଥିଲେ । ରାଜୱାଟ ୫୫ ଓଭରର ପ୍ରଥମ ବଲକୁ ଡ୍ରପ କରିବା ପରେ ଇଶାନ ପରବର୍ତ୍ତୀ ବଲରେ ଛକା ମାରିଥିଲେ । ତା’ପରେ ପରବର୍ତ୍ତୀବଲ୍ ଡଟ୍ ହୋଇଗଲା । ଏହା ପର ବଲରେ ଇଶାନ ଛକା ମାରି ଦଳକୁ ବିଜୟ ଦେଇଥିଲେ ।
ଗୌତମ ଗମ୍ଭୀରଙ୍କ ମୁଣ୍ଡ ବିନ୍ଧା
ଇଶାନ ଯେପରି ବ୍ୟାଟିଂ କରିଛନ୍ତି, ସେ ନିଶ୍ଚିତ ଭାବରେ ଟିମ୍ ଇଣ୍ଡିଆର ନୂତନ କୋଚ୍ ଗୌତମ ଗମ୍ଭୀରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଇଶାନ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ବାହାରି ଆସିଛନ୍ତି ଏବଂ ଏହି ଶତକ ଆଧାରରେ ସେ ଟିମ୍ ଇଣ୍ଡିଆକୁ ଫେରିବା ଦାବିରେ ଭାଗ ନେଇପାରିବେ । ରିଷଭ ପନ୍ତଙ୍କ ବ୍ୟାଟ୍ ବର୍ତ୍ତମାନ ଭଲ କାମ କରୁନାହିଁ । ସେ ଶ୍ରୀଲଙ୍କା ବିପକ୍ଷରେ ବିଫଳ ହୋଇଥିଲେ । ଦିଲ୍ଲୀ ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ମଧ୍ୟ ପନ୍ତ ଫେଲ ମାରିଥିଲେ ।