ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା, ଭିଡିଓରେ କହିଲେ ମୃତ୍ୟୁ କାହାଣୀ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳା ସାମ୍ବାଦିକା ଆତ୍ମହତ୍ୟା କରିଛନ୍ତି । ମୃତ ସାମ୍ବାଦିକା ଜଣକ ଗଞ୍ଜାମର ମଧୁମିତା ପରିଡ଼ା । ସ୍ୱାମୀଙ୍କ ଅନୈତିକ ପ୍ରେମ କାହାଣୀ ଜାଣିବା ପରେ ସାମ୍ୱାଦିକା ଜଣକ ଭିଡିଓ ଜାରି କରି ଟ୍ରେନ୍ ଲାଇନ୍‌କୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ନିଜର ଇନଷ୍ଟାଗ୍ରାମ୍‌ରେ ଜୀବନର ଶେଷ ଭିଡିଓ ଶେୟାର କରି କହିଲେ, ସରି ମମି । ମୋତେ କ୍ଷମା କରିଦେବୁ । ଭୁଲିଯିବୁ ତୋର ଗୋଟିଏ ଝିଅ ଥିଲା ବୋଲି…. ।

ମଧୁମିତା ପରିଡ଼ା ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲ୍‌ରେ ଚାକିରି କରନ୍ତି । ଅସୁସ୍ଥତା ପାଇଁ ଆଜି ସେ ଅଫିସ୍ ଯାଇନଥିଲେ । ଅପରାହ୍ନରେ ସେ ନିଜ ରୁମ୍‌ରେ ଜୀବନର ଶେଷ ଭିଡିଓ ଶୁଟ୍ କରିଥିଲେ । ସେ ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ କରିଥିଲେ । ତା’ପରେ ବାପୁଜୀ ନଗର ନିକଟସ୍ଥ ରେଳ ଧାରଣାରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି । ତାଙ୍କର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଛି ।

ଭିଡିଓରେ ମଧୁମିତା କହିଛନ୍ତି, …. ଯାହାବି କରିବାକୁ ଯାଉଛି ସମସ୍ତଙ୍କୁ ସରି । ଦୁନିଆରେ ଏତେ ଫ୍ରଡ୍ ଲୋକ ଅଛନ୍ତି ବୋଲି କେବେ ଜାଣିନଥିଲି । ୫ ବର୍ଷ ଧରି ରିଲେସନ୍‌ରେ ରହିବା ପରେ ବାହା ହୋଇଥିଲି । ହେଲେ ମୋ’ ସ୍ୱାମୀ ମୋତେ ଧୋକ୍କା ଦେଉଛନ୍ତି । ସେ ଆଉ ଜଣଙ୍କ ସହ ରିଲେସନ୍‌ରେ ଅଛନ୍ତି । ମୋ ସାଙ୍ଗ ସହିତ ରାତି ଗୋଟାଏ, ଦୁଇଟା ପର୍ଯ୍ୟନ୍ତ ଗପୁଛନ୍ତି । ଏ ସଂପର୍କରେ ମୁଁ ଜାଣିନେଲି । ସେଇଟା ମୋର ସବୁଠାରୁ ବଡ଼ ଭୁଲ ହେଲା । ଏବେ ସେ କହୁଛନ୍ତି ମୋ ସହିତ ରହିବେନି । ଡିଭର୍ସ ଦେବେ ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇ ସାରିଲେଣି । ହେଲେ ସେ ବୁଝୁ ନାହାନ୍ତି ।

୧୦ ଦିନ ଛୁଟିରେ ଆସି ଖାଲି ଝଗଡ଼ା କରୁଛନ୍ତି । ସେଥିପାଇଁ ମୁଁ ଅଫିସ୍ ଯାଇପାରୁନି… । ମ୍ୟାରେଜ ପରେ କାହିଁକି ଏମିତି କହୁଛି? ଯଦି ଏମିତି କରିବାର ଥିଲା, ତାହାହେଲେ କାହିଁକି ମୋତେ ବାହା ହେଉଥିଲେ? ମୋତେ କ୍ଷମା କରିଦିଅ ମମି… ମୁଁ ନିଜକୁ ସମ୍ଭାଳି ପାରୁନି… ଆଜି ଯାହା ହେବ ମମି ମୋତେ କ୍ଷମା କରିଦେବୁ । ଭୁଲିଯିବୁ ତୋର ଗୋଟିଏ ଝିଅ ଥିଲା ବୋଲି । ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି ଭିଡିଓରେ ମଧୁମିତା କହିଛନ୍ତି ।

ମଧୁମିତାଙ୍କୁ ଘର ଗଞ୍ଜାମରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ସାମନ୍ତରାପୁରରେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କ ୫ ବର୍ଷର ପ୍ରେମ ସଂପର୍କ ପରବର୍ତ୍ତୀ ସମୟରେ ଦୁହେଁ ବିବାହ କରିଥିଲେ । ବିବାହ ରେ ସେମାନେ ବାପୁଜୀଗରରେ ଭଡାଘରେ ରହୁଥିଲେ । ହେଲେ ତାଙ୍କ ସ୍ୱାମୀ ତାଙ୍କୁ ଧୋକ୍କା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ତାଙ୍କର ବେଷ୍ଟ ସାଙ୍ଗଙ୍କୁ ତାଙ୍କ ସ୍ୱାମୀ ପ୍ରେମ କରୁଛନ୍ତି । ସେଥିପାଇଁ ମଧୁମିତାଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରୁଛନ୍ତି । ଯେଉଁଥିପାଇଁ ଆତ୍ମହତ୍ୟାର ରାସ୍ତା ବାଛିଥିବା ମଧୁମିତା ଭିଡିଓରେ କହିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।


Reporterspen

Leave a Reply