life style: ବର୍ତ୍ତମାନର ଋତୁ ହେଉଛି ଶୀତ ଋତୁ । ଏହି ଋତୁରେ ବହୁତ ଶୀତ ହେବା କାରଣରୁ ଲୋକେମାନେ ବହୁତ ପ୍ରକାର ସମସ୍ୟାରେ ମଧ୍ୟ ସମ୍ମୁଖୀନ ହୋଇଥାଆନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ କେତେ କ’ଣ କରିଥାନ୍ତି । ଆପଣମାନେ ଜାଣିଛନ୍ତି କି ପୁଅମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଶୀତ ଲାଗିଥାଏ । ଝିଅପିଲା ମାନେ ଯେତେ ଶୀତ ବସ୍ତ୍ର ପିନ୍ଧିଲେ ମଧ୍ୟ ଶୀତ କମ୍ ହୋଇ ନଥାଏ । ହେଲେ ପୁଅମାନଙ୍କ କ୍ଷତ୍ରରେ ଶୀତ ବସ୍ତ୍ର ନପିନ୍ଧିଲେ ମଧ୍ୟ ଶୀତ କଣ୍ଟ୍ରୋଲରେ ରହିଥାଏ । ମହିଳାମାନେ ଘରେ ହେଉ କିମ୍ବା ବାହାରେ ହେଉ ସବୁଠି ତାଙ୍କୁ ଅଧିକ ଶୀତ ଲାଗିଥାଏ । ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଶୀତ କଣ୍ଟ୍ରୋଲ ହୋଇ ନଥାଏ । ଶୀତ କମ୍ ହେବା ବଦଳରେ ଶୀତର ମାତ୍ରା ବଢ଼ିଥାଏ । ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କୁ ଅଧିକ ଶୀତ କାହିଁକି ଲାଗିଥାଏ ।
ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଶରୀରରେ କମ୍ ମାଂସପେଶୀ ଥାଏ, ଯେଉଁ କାରଣରୁ ସେମାନେ ଅଧିକ ଥଣ୍ଡା ଅନୁଭବ କରିଥାନ୍ତି । ପୁରୁଷଙ୍କ ଶରୀରରେ ମହିଳାଙ୍କ ଶରୀର ତୁଳନାରେ ୬-୧୧ ପ୍ରତିଶତ ଅଧିକ ଚର୍ବି ଥାଏ । ଯେଉଁଥି ପାଇଁ ସେମାନଙ୍କ ଶରୀର ଗରମ ରହିଥାଏ । ଏହା ସହ ଶୀତ ଦିନରେ ସବୁଆଡେ ବୁଲିବାରେ ମଧ୍ୟ ସକ୍ଷମ ହୋଇଥାଆନ୍ତି । ଯାହା ମହିଳାମାନଙ୍କ କ୍ଷେତ୍ରରେ ସମ୍ଭବ ହୋଇ ନଥାଏ ।
ଲୋ ମେଟାବୋଲିକ୍ ରେଟ୍ :
ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ମେଟାବୋଲିକ୍ ହାର କମ୍ ଥାଏ, ଯେଉଁଥି ପାଇଁ ସେମାନେ ଅଧିକ ଥଣ୍ଡା ଅନୁଭବ କରନ୍ତି । ଯେଉଁମାନଙ୍କର ମେଟାବୋଲିଜିମ୍ ସ୍ଲୋ ହୋଇଥାଏ, ସେହିମାନଙ୍କୁ କମ୍ ଗରମ ଲାଗିଥାଏ । ଏହି ସ୍ଥିତିରେ ପୁରୁଷମାନଙ୍କ ଠାରେ ମେଟାବୋଲିଜିମ୍ ହାର ବେସ୍ ଭଲ ଥାଏ, ଯାହା ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ ।
ପ୍ରୋଜେଷ୍ଟେରନ୍ ହରମୋନ୍ :
ପ୍ରୋଜେଷ୍ଟେରନ୍ ହରମୋନ୍ ମହିଳାମାନଙ୍କ ଶରୀରରେ ଅଧିକ ଉତ୍ପନ ହୋଇଥାଏ, ଯେଉଁ କାରଣରୁ ସେମାନଙ୍କୁ ଅଧିକ ଥଣ୍ଡା ଲାଗିଥାଏ । ଏହାସହ ଜାଣି ରଖନ୍ତୁ ଯେ ଶରୀରର କିଛି ଅଂଶରେ ରକ୍ତ ସଠିକ୍ ଭାବରେ ପ୍ରଭାବିତ ହୁଏନାହିଁ ଯେଉଁ କାରଣରୁ ଅଧିକ ଥଣ୍ଡା ଅନୁଭବ ହୁଏ ।