ଆଜିଠାରୁ ଏହି ୬ଟି ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ

0 343

ଶୁକ୍ର ଆଜି କୁମ୍ଭ ରାଶିରେ ଚଳନ କରିଛନ୍ତି । ଏହି ଚଳନ ୭ ମାର୍ଚ୍ଚ ୨୦୨୪ ସକାଳ ୧୦.୩୩ ମିନିଟରେ ହୋଇଛି । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ ଏବଂ ଭୋଗ ସହିତ ଯଡିତ ଥିବା ଗ୍ରହ ବୋଲି ବିବେଚନା କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରଙ୍କ ଏହି ଚଳନ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ଆଣୁଥିବା ସମୟରେ କିଛି ରାଶିକୁ ନକରାତ୍ମକ ଫଳାଫଳ ମଧ୍ୟ ମିଳିପାରେ । ତେଣୁ ସତର୍କ ହେବା ନିହାତି ଆବଶ୍ୟକ । କେଉଁ ୬ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଶୁକ୍ର ଚଳନର କୁପ୍ରଭାବ ପଡିବ ଆସନ୍ତୁ ଜାଣିବା ।

ବୃଷ ରାଶି
ଶୁକ୍ରଙ୍କ କୁମ୍ଭ ରାଶିରେ ଚଳନ ଆପଣଙ୍କୁ ମିଶ୍ରିତ ଫଳାଫଳ ଦେବ । ବିଶେଷ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି । କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଭାର ବଢିପାରେ । ଟଙ୍କା ଖର୍ଚ୍ଚ ଉପରେ ଅଂକୁଶ ନଲଗାଇଲେ ଆର୍ଥିକ ସଙ୍କଟ ଦେଖାଦେଇପାରେ ।

କର୍କଟ ରାଶି
ଶୁକ୍ରଙ୍କ ପ୍ରଭାବ ଆପଣଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ପ୍ରମାଣିତ ହୋଇପାରେ । କାର୍ଯ୍ୟରେ ଆପଣଙ୍କୁ ଅଧିକ ତଥା କଠିନ ପରିଶ୍ରମ କରିବାକୁ ପଡିବ । ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ବଜାରର ଫାଷ୍ଟଫୁଡଠାରୁ ଦୂରେଇ ରୁହନ୍ତୁ ।

କନ୍ୟା ରାଶି
ଶୁକ୍ରଙ୍କ ଚଳନ ପ୍ରଭାବରୁ ଆପଣ ସାମାନ୍ୟ ଚାପଗ୍ରସ୍ତ ହେବେ । କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟାର ସାମ୍ନା କରିପାରନ୍ତି । କୌଣସି କାରଣକୁ ନେଇ ଆପଣଙ୍କ ସାଥୀଙ୍କ ସହିତ ସାମାନ୍ୟ ମତଭେଦ ସୃଷ୍ଟି ହୋଇପାରେ ।

ବିଛା ରାଶି
ଏହି ସମୟ ଆପଣଙ୍କ ପାଇଁ ସାବଧାନ ହେବାର ସମୟ । ଅଯୋଥା ବିତର୍କରୁ ନିଜକୁ ଦୂରରେ ରଖନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ସଠିକ ଭାବେ ନିଅନ୍ତୁ । ପାରିବାରିକ କ୍ଷେତ୍ରରେ ଆପଣ ଚିନ୍ତାଜନିତ ରହିପାରନ୍ତି ।

ଧନୁ ରାଶି
ଆପଣଙ୍କ ପାଇଁ ଏହି ଚଳନ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ଏହି ସମୟରେ ଆପଣ ସତର୍କ ରୁହନ୍ତୁ । କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ।

ମୀନ ରାଶି
ଆପଣଙ୍କୁ ମଧ୍ୟ ଏହି ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି । କଠିନ ପରିଶ୍ରମ କରିବା ପରେ ସଫଳତା ନିକଟରେ ପହଞ୍ଚିବା ସକ୍ଷମ ହୋଇପାରନ୍ତି । ତରବରରେ କୌଣସି ନିଷ୍ପତ୍ତି ନନେବା ଭଲ । ଆପଣଙ୍କୁ କୌଣସି କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।

Get real time updates directly on you device, subscribe now.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy