ଏହି ରାଶିଙ୍କ ଭାଗ୍ୟରେ ଘୋଟି ଆସିବ ଅନ୍ଧକାର!

0 228

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଓ ନକ୍ଷେତ୍ରଙ୍କ ରାଶି ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି । ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଶୁଭ ତ ଆଉ କେତେକ ରାଶି ଉପରେ ଅଶୁଭ ପ୍ରଭାବ ପକାଇଥାଏ।

ଶାସ୍ତ୍ର ଅନୁଯାୟୀ, ଶନିଙ୍କ ପରେ ସବୁଠାରୁ ଧୀର ଚଳନ କରୁଥିବା ଗ୍ରହ ହେଉଛନ୍ତି ରାହୁ ଓ କେତୁ । ଉଭୟ ଗ୍ରହ ପ୍ରତି ଦେଢ ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାଆନ୍ତି । ରାହୁ-କେତୁଙ୍କ ଚଳନ ବା ରାଶି ପରିବର୍ତ୍ତନକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ରାହୁ-କେତୁଙ୍କ ଚଳନ ଫଳରେ କିଛି ରାଶିଙ୍କ ଭାଗ୍ୟରେ ଅନ୍ଧକାର ଘୋଟି ଆସିଥାଏ । ବର୍ତ୍ତମାନ ରାହୁ ମେଷ ଓ କେତୁ ତୁଳା ରାଶି ବିରାଜମାନ ଅଛନ୍ତି । ଏପ୍ରିଲ ୩୦ରେ ଏହି ଦୁଇ ଗ୍ରହ କନ୍ୟାକୁ ଚଳନ କରିବେ। ଏହି ଚଳନ ଦ୍ବାରା ରାଶିଚକ୍ରରେ ଥିବା ସବୁ ରାଶି ଉପରେ ଏହାର ପ୍ରଭାବ ପଡ଼ିବ। ସାଧାରଣତଃ ଜାତକରେ ରାହୁ ଓ କେତୁଙ୍କ ଉପସ୍ଥିତି ଜୀବନରେ ସମସ୍ୟା ବଢାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଅଶୁଭ ରହିବ ଏହି ଚଳନ ଓ କ’ଣ ରହିଛି ଏହାର ପ୍ରତିକାର ।

ଏହିସବୁ ରାଶିଙ୍କ ଉପରେ ପଡ଼ିବ ଅଶୁଭ ପ୍ରଭାବ

ରାହୁ-କେତୁଙ୍କ ଏହି ରାଶି ପରିବର୍ତ୍ତନ ମେଷ, କନ୍ୟା, ମକର ଓ ମୀନ ରାଶିଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ବେଶ ସତର୍କ ରହିବାକୁ ପଡ଼ିବ। ଗ୍ରହମାନଙ୍କ ଏହି ଚଳନ ଫଳରେ ଆର୍ଥିକ୍ କ୍ଷତି, ଶାରୀରିକ ପୀଡ଼ା, ମାନସିକ ଦୁଶ୍ଚିତା, ବିବାଦ, ପରିବାରରେ ମତାନ୍ତର ଓ ଜୀବନସାଥୀଙ୍କ ସହ ମତଭେଦ ଦେଖାଦେବ ।

ରାହୁ ଦୋଷରୁ ବଞ୍ଚିବା ନେଇ ଉପାୟ

  • ଉଭୟ ଗ୍ରହଙ୍କ ଖରାପ ପ୍ରଭାବରୁ ରକ୍ଷା ପାଇବା ପାଇଁ ଦିନରେ ୧୦୮ ଥର ‘ଓମ୍ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ।
  • ରାହୁଙ୍କ ଖରାପ ପ୍ରଭାବରୁ ମୁକ୍ତି ପାଇବା ପାଇଁ ନୀଳ ରଙ୍ଗ ଓ କେତୁ ଦୋଷରୁ ମୁକ୍ତି ପାଇବା ପାଇଁ ଗୋଲାପୀ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହାଦ୍ବାରା ଶୁଭଫଳ ମିଳିବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ।
  • ରାହୁ ଓ କେତୁଙ୍କୁ ଶାନ୍ତ କରିବା ପାଇଁ ଘରେ ଭଗବାନ କୃଷ୍ଣ ଶେଶନାଗ ଉପରେ ନୃତ୍ୟ କରୁଥିବାର ଫଟୋ ଲଗାନ୍ତୁ । ଏହାକୁ ପ୍ରତିଦିନ ପୂଜା କରିବା ସହ ୧୦୮ ଥର ‘ଓମ୍ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ରର ଜପ କରନ୍ତୁ ।
  • ରାହୁ ଦୋଷରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷଙ୍କ ପରାମର୍ଶ ନେଇ ଗୋମେଦ ରତ୍ନ ଧାରଣ କରନ୍ତୁ । ମନେରଖନ୍ତୁ, ଏହି ରତ୍ନକୁ ଶନିବାର ଦିନ ଧାରଣ କରିବା ଉଚିତ୍ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।

Get real time updates directly on you device, subscribe now.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy