କନ୍ୟା ରାଶିକୁ ଚଳନ କରିବେ ଶୁକ୍ର, ଏହି ରାଶିଙ୍କ ଭାଗ୍ୟ ଫିଟିବ !

0 322

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ମାସରେ ଅନେକ ଗ୍ରହ ନିଜ ଚଳନ ବଦଳାଇବାକୁ ଯାଉଛନ୍ତି । ନଭେମ୍ବର ୩ ତାରିଖ ଦିନ ଶୁକ୍ର କନ୍ୟା ରାଶିକୁ ଚଳନ କରିବେ । ଶୁକ୍ରଙ୍କୁ ଧନ, ସୁଖ ଓ ସମୃଦ୍ଧିର କାରଣ ବୋଲି କୁହାଯାଏ । ଶୁକ୍ର ନଭେମ୍ବର ୩ ତାରିଖ ଭୋର ୪ଟା ବାଜି ୫୮ ମିନିଟ୍ ରେ କନ୍ୟା ରାଶିରେ ପ୍ରବେଶ କରିବେ। ଏହି ରାଶି ପରିବର୍ତ୍ତନ ୪ଟି ରାଶି ଉପରେ ବିଶେଷ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଭାଗ୍ୟ ବଦଳାଇବାକୁ ଯାଉଛି ।

କର୍କଟ ରାଶି- ଶୁକ୍ରଙ୍କ ଏହି ଚଳନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଏହି ସମୟରେ ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଲାଭ ମିଳିବ । ଆର୍ଥିକ ସମସ୍ୟାକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଦାମ୍ପତ୍ୟ ଜୀବନରେ ସୁଖମୟ ହେବ । ବ୍ୟବସାୟୀ ଲାଭବାନ ହେବ ।

ତୁଳା ରାଶି ଏହି ଅବଧି ମଧ୍ୟରେ ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ଭ୍ରମଣ ଲାଭଦାୟୀ ପ୍ରମାଣିତ ହେବ । ପାରିପାରିକ ସମ୍ପର୍କରେ ମଧୁରତା ଆସିବ । ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ଜମିଜମା ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ। ବ୍ୟବସାୟରେ ବଡ଼ ଡିଲ ହେବା ନେଇ ଯୋଗ ରହିଛି ।

କନ୍ୟା ରାଶି- ଶୁକ୍ର କନ୍ୟା ରାଶିକୁ ଚଳନ କରିଥିବାରୁ ଏହି ସମୟ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ବ୍ୟବସାୟୀ ମାନେ ଲାଭବାନ ହେବେ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ବିନିଯୋଗରୁ ଆର୍ଥିକ ଲାଭ ମିଳିବ।

ମୀନ ରାଶି ମୀନ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁକ୍ରଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତ ହେବ। ଏହି ସମୟରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ । ଯାତ୍ରା ସୁଖଦ ଓ ଲାଭଦାୟୀ ପ୍ରମାଣିତ ହେବ । ଆୟ ଲାଗି ଅନେକ ନୂତନ ଉତ୍ସ ସୃଷ୍ଟି ହେବ । ବୈବାହିକ ଜୀବନ ସୁଖମୟ ହେବ । ନୂତନ ଯାନବାହାନ ବା ଜମି କିଣିବା ନେଇ ଯୋଗ ରହିଛି ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।

Get real time updates directly on you device, subscribe now.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy