ବୁଧ ଚଳନ: ୩ ରାଶି ହେବେ ଧନୀ !

0 397

ଫେବୃଆରୀ ୨୦  ସକାଳ ୦୬.୦୭ ସମୟରେ ବୁଧ କୁମ୍ଭ ରାଶିରେ ପ୍ରବେଶ କରିବେ । କୁମ୍ଭ ରାଶିରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଚଳନ କରିବା ପ୍ରଭାବରେ କିଛି ରାଶିଙ୍କୁ ଶୁଭ ଫଳାଫଳ ମିଳିବାକୁ ଯାଉଛି । ବୁଧ ଗ୍ରହଙ୍କ ପ୍ରଭାବରେ ମଣିଷ ଜୀବନରେ ଅନେକ ପରିବର୍ତ୍ତନ ହୋିଥାଏ ବୋଲି ଜୋତିଷଶାସ୍ତ୍ରରେ ବିଶ୍ୱାସ ରହିଛି । ବୁଧ ଗ୍ରହର ଅନୁଗ୍ରହ ଦ୍ୱାରା ଅନୁସନ୍ଧାନକାରୀ ଶିକ୍ଷା, ଚାକିରି ଏବଂ ବ୍ୟବସାୟରେ ସଫଳତା ପାଇଥାଏ । ବୁଧଙ୍କ ରାଶି ପରିବର୍ତ୍ତନ ଦ୍ୱାରା କେଉଁ ରାଶି ଚିହ୍ନ ଉପକୃତ ହେବେ ଜାଣନ୍ତୁ ।

ମେଷ – ବୁଧଙ୍କ ଚଳନ କାରଣରୁ ଆପଣ ଆର୍ଥିକ ଲାଭ ପାଇବେ । ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ହେବ । ଚାକିରି କ୍ଷେତ୍ରରେ ଦୀର୍ଘ ଦିନରୁ ଥିବା ସମସ୍ୟା ସମାପ୍ତ ହେବ । ଆପଣ କିଛି ପୁରୁଣା ବିନିଯୋଗରୁ ଲାଭ ପାଇବେ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସଫଳ ହୋଇପାରିବେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଆପଣଙ୍କୁ ଶୁଭଫଳ ମିଳିବ ।

କନ୍ୟା – ବୁଧଙ୍କ ପ୍ରଭାବରେ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କୁ ଉପହାର ସଦୃଶ୍ୟ ଫଳ ମିଳିବ । ଆପଣଙ୍କ ମନ ଖୁସି ରହିବ । ଯୁବକ ଯୁବତୀଙ୍କୁ ଚାକିରି କ୍ଷେତ୍ରରେ ସଫଳତା ମିଳିବ । କାର୍ଯ୍ୟରତ କର୍ମଚାରୀମାନେ ଭଲ ବେତନ ଏବଂ ଉଚ୍ଚ ପଦବୀରେ ଅନ୍ୟ କମ୍ପାନୀରୁ ଅଫର୍ ପାଇପାରନ୍ତି । ପୁରୁଣା ବିଚାରାଧୀନ କାର୍ଯ୍ୟଗୁଡିକ ସଂପୂର୍ଣ୍ଣ ହୋଇପାରେ । ବ୍ୟବସାୟୀଙ୍କ କାର୍ଯ୍ୟରେ ଭଲ ଅଗ୍ରଗତି ହେବ । ଆପଣଙ୍କ ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ଭଲ ରହିବ ।

ବୃଷ – ଦଶମ ଘରେ ବୁଧଙ୍କ ଚଳନ ଆପଣଙ୍କୁ ଲାଭ ଦେବ । କର୍ମକ୍ଷେତ୍ରରେ ଆପଣଙ୍କୁ ମାନସମ୍ମାନ ମିଳିବ । ଏଥିସହ ଆପଣଙ୍କୁ ପଦୋନ୍ନତି ମିଳିବାର ସୁଯୋଗ ରହିଛି । ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ବିଦେଶ ଗସ୍ତର ସମ୍ଭାବନା ରହିଛି । ବୁଧଙ୍କ ଚଳନ ପ୍ରଭାବରୁ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ଘରେ  ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy