ରାଶି ପରିବର୍ତ୍ତନ କରିବେ ବୃହସ୍ପତି, ଏହି ତିନି ରାଶିଙ୍କୁ ମିଳିବ ଫାଇଦା

0 175

ବୈଦିକ ଶାସ୍ତ୍ର ଅନୁଯାୟୀ, ଦେବ ଗୁରୁ ବୃହସ୍ପତିଙ୍କୁ  ଜ୍ଞାନ, ଦାନ, ଧର୍ମ ଓ ଧନ ବୃଦ୍ଧିର କାରକ ବୋଲି କୁହାଯାଏ। ଅପ୍ରିଲ୍  ୧ରେ ରାଶି ପରିବର୍ତ୍ତନ କରିବେ ବୃହସ୍ପତି । ଏହି ଦିନ ବୃହସ୍ପତି ମେଷ ରାଶି ଛାଡ଼ି ବୃଷ ରାଶିକୁ ପ୍ରବେଶ କରିବେ । ବୃଷ ରାଶିରେ ବୃହସ୍ପତିଙ୍କ ଚଳନ ହେତୁ କେତେକ ରାଶିଙ୍କୁ ଶୁଭ ତ ଆଉ କେତେକ ରାଶିଙ୍କୁ ଅଶୁଭ ଫଳ ମିଳିବ । କୁହାଯାଏ, ବୃହସ୍ପତିଙ୍କ ଆଶୀର୍ବାଦ ଫଳରେ ମଣିଷର ଭାଗ୍ୟ ବଦଳିଯାଏ । ୨୭ ନକ୍ଷତ୍ର ମଧ୍ୟରେ ବୃହସ୍ପତି ପୁଣର୍ଭସୁ, ବିଶାଖା ଓ ପୂର୍ବାଭାଦ୍ରପଦ ନକ୍ଷତ୍ରର ସ୍ବାମୀ ଅଟନ୍ତି। ତେବେ, ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଏହି ଚଳନ କେଉଁ ସବୁ ରାଶି ପାଇଁ ଶୁଭଫଳ ଆଣିବ।…

ଧନବାନ୍ ହେବେ ଏହି ତିନି ରାଶି:

ଧନୁ ରାଶି: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭ ଫଳାଫଳ ମିଳିବ। ଚାକିଆଙ୍କୁ ପଦୋନ୍ନତି । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ କଟିବ । ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି ।

ସିଂହ ରାଶି: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଧନ ଲାଭ ନେଇ ଯୋଗ ରହିଛି । ଫଳରେ ସିଂହ ରାଶିର ବ୍ୟକ୍ତି ବିଶେଷ ବିଶେଷ ଭାବେ ଲାଭବାନ ହେବେ । ଫଳରେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଚାକିରି କରୁଥିବା ବ୍ୟକ୍ତିମାନେ ପଦୋନ୍ନତି ପାଇପାରନ୍ତି । ବ୍ୟବସାୟରେ ବୃଦ୍ଧି ।

ବୃଷ ରାଶି: ଏହି ସମୟ ମଧ୍ୟରେ ବୃଷ ରାଶିର ବ୍ୟକ୍ତି ବିଶେଷ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ । ନୂତନ ଯାନ କିମ୍ବା ଘର କିଣିବା ନେଇ ଯୋଗ ରହିଛି । ବୃହସ୍ପତିଙ୍କ ଆର୍ଶୀବାଦ ଫଳରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ପରିବାରଠାରୁ ପୂର୍ଣ୍ଣ ସମର୍ଥନ ମିଳିବ ।

​Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy