ରାଶି ବଦଳାଇବେ ଶୁକ୍ର, ଏହି ରାଶିଙ୍କୁ ମିଳିବ ଆର୍ଥିକ ଲାଭ!

0 314

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ଶୁକ୍ର ବୃଷ ଓ ତୁଳା ରାଶିର ସ୍ବାମୀ ଅଟନ୍ତି । ଶୁକ୍ରଙ୍କୁ ଧନ, ଐଶ୍ବର୍ଯ୍ୟର କାରକ ଭାବେ ବିବେଚନା କରାଯାଏ । ଏହା ବ୍ୟତୀତ ଶୁକ୍ର ମାତା ଲକ୍ଷ୍ମୀଙ୍କ ସହ ମଧ୍ଯ ଜଡିତ। ଶାସ୍ତ୍ର ଅନୁଯାୟୀ, ଶୁକ୍ର ଆସନ୍ତା ନଭେମ୍ବର ୩୦ ତାରିଖରେ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ । ଶୁକ୍ରଙ୍କ ଏହି ଚଳନ ଅନେକ ରାଶିର ଜୀବନରେ ବଡ଼ ପରିବର୍ତ୍ତନ ଆଣିବ । ତେବେ ଆସନ୍ତୁ ଜାଣିବା କେଉଁ ୫ ରାଶିଙ୍କୁ ଧନବାନ କରିବେ ଶୁକ୍ର ।

ମେଷ ରାଶି ଶୁକ୍ରଙ୍କ ଚଳନର ଶୁଭ ପ୍ରଭାବ ହେତୁ ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ବ୍ୟବସାୟରେ ଏକ ବଡ଼ ଡିଲ୍ ହୋଇପାରେ । ପରିବାର ଲୋକଙ୍କ ସହଯୋଗ ମିଳିବ । ପ୍ରେମ ଜୀବନ ସୁଖମୟ ହେବ । ଅଟକ ରହିଥିବା କାର୍ଯ୍ୟ ପୂରଣ ହେବ । ବିନିଯୋଗରୁ ଲାଭ ମିଳିବ।

ମିଥୁନ ରାଶି– ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ । ଶୁକ୍ରଙ୍କ ଏହି ଚଳନ ସମୟରେ ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । କ୍ୟାରିୟରରେ ସକରାତ୍ମକ ପରିବର୍ତ୍ତନ ଆସିବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନର ଇଚ୍ଛା ପୂରଣ ହେବ।

ତୁଳା ରାଶି ଏହି ଚଳନ ତୁଳା ରାଶି ପାଇଁ ମଧ୍ଯ ଶୁଭଫଳ ଦାୟୀ ରହିବ । ଏହି ସମୟରେ ଆର୍ଥିକ ଲାଭ ମିଳିବା ନେଇ ସମ୍ଭାବନା ରହିଛି । ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ। କ୍ୟାରିୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ବ୍ୟବସାୟରେ ବିପୁଳ ଲାଭ ପାଇବେ।

କର୍କଟ ରାଶି– ଶୁକ୍ରଙ୍କ ଏହି ଚଳନ କର୍କଟ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ । ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଅର୍ଥଲାଭ ହେବ । ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟୀ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି ।

ବିଛା ରାଶି ଏହି ସମୟରେ ବିଛା ରାଶିର ବିଶେଷଙ୍କୁ ବିଶେଷ ଶୁଭଫଳ ମିଳିବ । ବ୍ୟକ୍ତିତ୍ୱର ଉନ୍ନତି ହେବ। ଏହି ସମୟରେ ନେଇଥିବା ନିଷ୍ପତ୍ତି ଆଗାମୀ ଭବିଷ୍ୟତରେ ଲାଭଦାୟୀ ପ୍ରମାଣିତ ହେବ। ବ୍ୟବସାୟୀମାନେ ଉପକୃତ ହେବେ। ବୈବାହିକ ଜୀବନ ସୁଖମୟ ହେବ ।

​Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।

Get real time updates directly on you device, subscribe now.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy