ଅକ୍ଷୟ ତୃତୀୟା ଏହି ରାଶି ଲାଗି ଲାଭଦାୟକ ହେବ!

0 120

ସନାତନ ଧର୍ମରେ ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ହିନ୍ଦୁ ପାଞ୍ଜି ଅନୁଯାୟୀ, ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟ ତିଥିରେ ପାଳନ କରାଯାଏ। ସେହିପରି ଶାସ୍ତ୍ର ଅନୁଯାୟୀ, ଏହି ଦିନ ବିବାହ ପାଇଁ ମଧ୍ଯ ବେଶ ଶୁଭ ହୋଇଥାଏ । ଏହା ଛଡ଼ା ଏହି ଦିନ କୌଣସି ବି କାର୍ଯ୍ୟ ଆରମ୍ଭ ପାଇଁ ଶୁଭ ହୋଇଥାଏ ।

ଅକ୍ଷୟ ତୃତୀୟାରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ସୁକର୍ମା ଯୋଗ ସହ ଅନେକ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ଫଳଦାୟୀ ପ୍ରମାଣିତ ହେବ। ଅକ୍ଷୟ ତୃତୀୟାରେ ସୁନା ଓ ରୂପା କିଣିବା ଦ୍ବାରା ସମୃଦ୍ଧି ଆସିଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

ଅକ୍ଷୟ ତୃତୀୟା କେବେ?

ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥି ଅର୍ଥାତ୍ ମେ ୧୦ ତାରିଖ ଭୋର୍ ୪.୧୭ରୁ ଆରମ୍ଭ ହୋଇ ମେ ୧୧ ତାରିଖ ମଧ୍ଯରାତ୍ର ୨.୫୦ ରେ ଶେଷ ହେବ । ଉଦୟତିଥୀକୁ ଦୃଷ୍ଟିରେ ରଖି ଅକ୍ଷୟ ତୃତୀୟା ପର୍ବ ୧୦ ମେ’ରେ ପାଳନ କରାଯିବ । ପୂଜାର ଶୁଭ ସମୟ ସକାଳ ୫.୩୩ରୁ ମଧ୍ୟାହ୍ନ ୧୨.୧୮ ପର୍ଯ୍ୟନ୍ତ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଶି ପାଇଁ ଶୁଭ ରହିବ ଏହି ଦିନ ।

କେଉଁ ସବୁ ରାଶି ପାଇଁ ଶୁଭ?

ଏହି ଦିନ ମେଷ, ମିଥୁନ, କର୍କଟ, ତୁଳା ଓ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଦାୟୀ ରହିବ । ଏହି ଅବଧି ମଧ୍ଯରେ ଏହିସବୁ ରାଶିର ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଲାଭ ମିଳିବା ସହ ଆର୍ଥିକ ସମସ୍ୟା ଦୂର ହେବ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy