ବୁଧ ଚଳନ, ୭ଟି ରାଶିର ଭାଗ୍ୟ ଉଜ୍ୱଳ

0 104

ବୁଧଙ୍କୁ ଗ୍ରହମାନଙ୍କର ମଧ୍ୟରେ ରାଜକୁମାର ବୋଲି ବିବେଚନା କରାଯାଇଥାଏ । ବୁଧ ହେଉଛନ୍ତି ମିଥୁନ ଏବଂ କନ୍ୟା ରାଶିର ଆରାଧ୍ୟ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧ ବକ୍ତବ୍ୟ, ବୁଦ୍ଧି, ଚତୁରତା, ଯୋଗାଯୋଗ ତଥା ଗଣମାଧ୍ୟମ ଏବଂ ବାଣିଜ୍ୟ ସହିତ ଜଡିତ ଥାନ୍ତି । ଜୁନ୍ ୧୪ ୨୦୨୪ରେ ବୁଧ ତୁଳା ରାଶିରୁ ମିଥୁନ ରାଶିକୁ ଚଳନ କରିବେ । ବୁଧଙ୍କ ଚଳନ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ୧୪ ଜୁନରେ ବୁଧ ରାଶି ପରିବର୍ତ୍ତନ କରୁଥିବା କାରଣରୁ ୭ଟି ରାଶି ଉପରେ ଏହା ଅତ୍ୟନ୍ତ ଅନୁକୂଳ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା କେଉଁ ୭ଟି ରାଶି ଶୁଭଫଳ ପାଇବେ ।

ମେଷ ରାଶି
ମିଥୁନ ରାଶିରେ ବୁଧବାରଙ୍କ ଚଳନ ଆପଣଙ୍କ ସାହସ ବଢାଇବ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଶୁଭ ସମୟ । ଏହି ସମୟର ସଦୁପଯୋଗ କଲେ ଭବିଷ୍ୟତ ଶୁଭଙ୍କର ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ ରାଶି
ମିଥୁନ ରାଶିରେ ବୁଧଙ୍କ ଚଳନ ଆପଣଙ୍କ ଭାଗ୍ୟରେ ଶୁଭ ପ୍ରଭାବ ପକାଇବ । ଯାନବାହନ କିମ୍ୱା ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି । ସେୟାର ବଜାରରେ ବିନିଯୋଗ କଲେ ଭଲ ଲାଭ ପାଇବେ । ସ୍ୱାସ୍ଥ୍ୟ ଏବଂ ବୈବାହିକ ଜୀବନ ଭଲ ରହିବ ।

କନ୍ୟା ରାଶି
ମିଥୁନ ରାଶିରେ ବୁଧଙ୍କ ଚଳନ ଆପଣଙ୍କ ପାଇଁ ଶୁଭ ହେବାକୁ ଯାଉଛି । କନ୍ୟା ସହିତ ବୁଧଙ୍କ ସମ୍ପର୍କ ନିବିଡ । ବ୍ୟବସାୟୀମାନେ ବହୁତ ଲାଭବାନ ହେବେ । ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଛାତ୍ରମାନେ ଭଳ ଫଳାଫଳ ପାଇବେ ।

ସିଂହ ରାଶି
ମିଥୁନ ରାଶିରେ ବୁଧଙ୍କ ଚଳନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ବ୍ୟବସାୟରେ ଭ୍ରମଣ କରିବାର ସମ୍ଭାବନା ରହିଛି । ଦୂରଯାତ୍ରା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡିବ ।

ତୁଳା ରାଶି
ବୁଧଙ୍କ ଚଳନ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଉତ୍ତମ ଫଳାଫଳ ଦେବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଛାତ୍ରମାନଙ୍କ କ୍ୟାରିଅରରେ ଖୁବ ଅଗ୍ରଗତି ହୋଇପାରେ । ଗଣମାଧ୍ୟମ ସହ ଜଡିତ ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ସମୟ । ବ୍ୟବସାୟକୁ ଭିତ୍ତି କରି ଏକ ଦୂରଯାତ୍ରା କରିପାରନ୍ତି ।

ଧନୁ ରାଶି
ମିଥୁନରେ ବୁଧଙ୍କ ଚଳନ ଆପଣଙ୍କ ପାଇଁ ଲାଭଦାୟକ । ଧନ ସମ୍ପତ୍ତି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ପରିବାର ସଦସ୍ୟ ଏବଂ ଜୀବନସାଥୀଙ୍କ ସହ ସମ୍ପର୍କ ସୁଦୃଢ ହେବ । ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ରମାନେ ଅନେକ ନୂଆ ସୁଯୋଗ ପାଇବେ । ପ୍ରତିଟି କାର୍ଯ୍ୟରେ ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ପାଇବେ ।

ମକର ରାଶି
ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ । ବିଭିନ୍ନ କ୍ଷେତ୍ରରେ ଆପଣ ଲାଭ ପାଇବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଭ ସମୟ । ଆର୍ଥିକ ସ୍ଥିତି ସ୍ଥିର ରହିବ । ପ୍ରେମ ଜୀବନରେ ଆପଣଙ୍କ ପାଇଁ ଶୁଭ ସମୟ ।

Disclamer: ଉପରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy