ବୃହସ୍ପତି ଚଳନ ବଦଳାଇବେ : କେତେକ ରାଶିଙ୍କୁ ଶୁଭ ଫଳ ମିଳିବ, ଜାଣନ୍ତୁ

0 309

ବୈଦିକ ଶାସ୍ତ୍ର ଅନୁଯାୟୀ, ଦେବ ଗୁରୁ ବୃହସ୍ପତି ଜୁଲାଇ ୧ରେ ରାଶି ପରିବର୍ତ୍ତନ କରିବେ । ଏହି ଦିନ ବୃହସ୍ପତି ମେଷ ରାଶି ଛାଡ଼ି ବୃଷ ରାଶିକୁ ପ୍ରବେଶ କରିବେ । ବୃଷ ରାଶିରେ ବୃହସ୍ପତିଙ୍କ ଚଳନ ହେତୁ କେତେକ ରାଶିଙ୍କୁ ଶୁଭ ତ ଆଉ କେତେକ ରାଶିଙ୍କୁ ଅଶୁଭ ଫଳ ମିଳିବ ।

କୁହାଯାଏ, ବୃହସ୍ପତିଙ୍କ ଆଶୀର୍ବାଦ ଫଳରେ ମଣିଷର ଭାଗ୍ୟ ବଦଳିଯାଏ । ଶାସ୍ତ୍ର ଅନୁଯାୟୀ, ବୃହସ୍ପତିଙ୍କୁ ଜ୍ଞାନ, ଦାନ, ଧର୍ମ ଓ ଧନ ବୃଦ୍ଧିର କାରକ ବୋଲି କୁହାଯାଏ। ୨୭ ନକ୍ଷତ୍ର ମଧ୍ୟରେ ବୃହସ୍ପତି ପୁଣର୍ଭସୁ, ବିଶାଖା ଓ ପୂର୍ବାଭାଦ୍ରପଦ ନକ୍ଷତ୍ରର ସ୍ବାମୀ ଅଟନ୍ତି ।

ବୃଷ ରାଶି: ଏହି ସମୟ ମଧ୍ୟରେ ବୃଷ ରାଶିର ବ୍ୟକ୍ତି ବିଶେଷ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ । ନୂତନ ଯାନ କିମ୍ବା ଘର କିଣିବା ନେଇ ଯୋଗ ରହିଛି । ବୃହସ୍ପତିଙ୍କ ଆର୍ଶୀବାଦ ଫଳରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ପରିବାରଠାରୁ ପୂର୍ଣ୍ଣ ସମର୍ଥନ ମିଳିବ ।

ସିଂହ ରାଶି: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଧନ ଲାଭ ନେଇ ଯୋଗ ରହିଛି । ଫଳରେ ସିଂହ ରାଶିର ବ୍ୟକ୍ତି ବିଶେଷ ବିଶେଷ ଭାବେ ଲାଭବାନ ହେବେ । ଫଳରେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଚାକିରି କରୁଥିବା ବ୍ୟକ୍ତିମାନେ ପଦୋନ୍ନତି ପାଇପାରନ୍ତି । ବ୍ୟବସାୟରେ ବୃଦ୍ଧି ।

ଧନୁ ରାଶି: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭ ଫଳାଫଳ ମିଳିବ। ଚାକିଆଙ୍କୁ ପଦୋନ୍ନତି । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ କଟିବ । ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି ।

​Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।

Get real time updates directly on you device, subscribe now.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy