ଶନିଙ୍କ ମହାଚଳନ, ରାଶିର ବ୍ୟକ୍ତି ସତର୍କ ରହିବା ଆବଶ୍ୟକ

0 110

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ ବର୍ଷର ପ୍ରଥମ ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ଏପ୍ରିଲ୍ ୮ ତାରିଖ ଦିନ ହେବାକୁ ଯାଉଛି । କିନ୍ତୁ ସୂର୍ଯ୍ୟ ପରାଗ ପୂର୍ବରୁ ଶନି ଦେବ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜ୍ୟୋତିଷଙ୍କ ମତ ଅନୁଯାୟୀ ଶନି ଏବଂ ସୂର୍ଯ୍ୟ ପରସ୍ପର ପ୍ରତି ଶତ୍ରୁତା ମନୋଭାବ ରଖନ୍ତି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସୂର୍ଯ୍ୟ ପରାଗର ଦୁଇ ଦିନ ପୂର୍ବରୁ ଶନି ଦେବଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପକାଇପାରେ । ଶନି ଦେବ ଆଜି ଅପରାହ୍ନ ୩ଟା୫୫ ସମୟରେ ନକ୍ଷତ୍ର ପରିବର୍ତ୍ତନ କରିଛନ୍ତି । ଆଜି ଆପଣଙ୍କୁ ଜଣାଇବୁ ଯେ, ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରଭାବରୁ କେଉଁ ରାଶିର ବ୍ୟକ୍ତି ପ୍ରଭାବିତ ହେବେ ।

ବୃଷ ରାଶି
ଜ୍ୟୋତିଷଙ୍କ ମତ ଅନୁଯାୟୀ, ପୂର୍ବଭାଦ୍ରପଦ ନକ୍ଷତ୍ରରେ ଶନି ଦେବଙ୍କ ପ୍ରବେଶ କାରଣରୁ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ କିଛି କ୍ଷତି ହେବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଆସିପାରେ । ପୈତୃକ ସମ୍ପତ୍ତିରେ କ୍ଷତି ହୋଇପାରେ । ମାନସିକ ଉତ୍ତେଜନା ଦେଖାଦେଇପାରେ ।

କର୍କଟ ରାଶି
ଶନି ଦେବଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବନାହିଁ । ବ୍ୟବସାୟରେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ବର୍ତ୍ତମାନ ସେ ଭାବନା ବନ୍ଦ ରଖନ୍ତୁ । ଆପଣଙ୍କର ଜଣେ ବନ୍ଧୁ ବିଶ୍ୱାସଘାତକତା କରିପାରେ । ସହଜରେ କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ ।

ବିଛା ରାଶି
ଜ୍ୟୋତିଷଙ୍କ ମତ ଅନୁଯାୟୀ, ପୂର୍ବାଭାଦ୍ରପଦ ନକ୍ଷତ୍ରରେ ଶନି ଦେବଙ୍କ ପ୍ରବେଶ ଆପଣଙ୍କ ପାଇଁ ଶୁଭ ହେବ ନାହିଁ । ପ୍ରିୟଜନଙ୍କ ସହିତ ମତଭେଦ ପରିସ୍ଥିତି ସୃଷ୍ଟି ହୋଇପାରେ । ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । କଥାବାର୍ତ୍ତାରେ ସଂଜମତା ରକ୍ଷା କରନ୍ତୁ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy