ଏହି ରାଶିର ଭାଗ୍ୟ ବଦଳାଇବେ ଶନି!

0 266

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ରାଶି ପରିବର୍ତ୍ତନ କରୁନଥିବା ଶନି କିନ୍ତୁ ନକ୍ଷତ୍ର ଓ ନିଜ ଚଳନରେ ପରିବର୍ତ୍ତନ କରିବେ। ଶନି ଏବେ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ବେଳେ ମାର୍ଚ୍ଚ ୭ରେ ଉଦୟ ହେବେ । ଏହାପରେ ଜୁନ୍ ୨୯ରେ ସେ ନିଜ ଚଳନ ବଦଳାଇବେ । ଜ୍ୟୋତିଷଙ୍କ ଅନୁଯାୟୀ, ଜୁନ୍ ୨୯ରେ ଚଳନ ବଦଳାଇବା ପରେ ନଭେମ୍ବର ପର୍ଯ୍ୟନ୍ତ ଶନି ଏହି ସ୍ଥିତିରେ ରହିବେ। ଚଳିତ ବର୍ଷ ଶନି ପ୍ରତି ଦୁଇ ତିନି ମାସରେ ଥରେ ସମସ୍ତ ରାଶି ଉପରେ ନିଜର ପ୍ରଭାବ ବିସ୍ତାର କରିବେ। ତେବେ ଏହି ସମୟରେ କିଛି ରାଶିଙ୍କୁ ଶନିଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଶାସ୍ତ୍ର ଅନୁଯାୟୀ, ୫ଟି ରାଶି ଉପରେ ସର୍ବଦା ଶନି ନିଜ କୃପା ଦୃଷ୍ଟି ରଖିଥାଆନ୍ତି । ତେଣୁ ଏହି ରାଶିଙ୍କ ଜୀବନରେ ସକରାତ୍ମକ ପ୍ରଭାବ ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଶନି ଦେବଙ୍କ ଏହି ନକ୍ଷେତ୍ର ଓ ଗତିବିଧିରେ ପରିବର୍ତ୍ତନ କେଉଁ ସବୁ ରାଶିଙ୍କ ଶୁଭ ସାବ୍ୟସ୍ତ ହେବ ।

ମେଷ ରାଶି: ଏହି ରାଶି ପାଇଁ ଶନିଙ୍କ ଚଳନ ପରିବର୍ତ୍ତନ ବେଶ ଫଳଦାୟୀ ରହିବ । କ୍ୟାରିୟରକୁ ନେଇ ଲାଗି ରହିଥିବା ସମସ୍ୟା ଶନିଙ୍କ କୃପା ଦ୍ୱାରା ଖୁବଶୀଘ୍ର ଦୂର ହେବ। ଭଲ ନିଯୁକ୍ତି ନେଇ ସୁଯୋଗ ମିଳିବ । ଭାଗ୍ୟ ପକ୍ଷରେ ରହିବ । ଏହି ସମୟରେ, ବିଗିଡ଼ି ଯାଇଥିବା କାର୍ଯ୍ୟ ପୂରଣ ହେବ । ସମସ୍ୟାରୁ ମୁକ୍ତି ମିଳିବ । ବ୍ୟବସାୟରେ ଅଗ୍ରଗତି ହେବ ।

Get real time updates directly on you device, subscribe now.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy