ଶନିଙ୍କ ମହାଦଶା ଓ ପ୍ରତିକାର

0 145

ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଇଥାଏ । ପ୍ରଭୁ ଶନିଶ୍ଚର ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଅନୁଯାୟୀ ଫଳାଫଳ ଦେଇଥାନ୍ତି । ଶନି ମହାଦଶାରେ ଜଣେ ବ୍ୟକ୍ତି ନିଜ କାର୍ଯ୍ୟ ଅନୁଯାୟୀ ଶୁଭ କିମ୍ବା ଶୁଭ ଫଳାଫଳ ପାଇଥାଏ ।

ଶନି ଦେବଙ୍କର ମହାଦଶାର ପ୍ରଭାବ ବ୍ୟକ୍ତିର ଜନ୍ମ କୁଣ୍ଡଳୀରେ ରହିଥାଏ । ଏହାର ସକରାତ୍ମକ ପ୍ରଭାବ କାରଣରୁ ବ୍ୟକ୍ତି କ୍ୟାରିୟରର ଉନ୍ନତି କରିବା ସହ ବ୍ୟବସାୟରେ ଅଭିବୃଦ୍ଧି, ଆର୍ଥିକ ଲାଭ, ସମ୍ମାନ, ଶିକ୍ଷାରେ ସଫଳତା ପାଇଥାଏ । ଏଥିସହ ରୋଗ ବୈରାଗରୁ ମଧ୍ୟ ମୁକ୍ତି ଦେଇଥାଏ ସକରାତ୍ମକ ପ୍ରଭାବ । ଶନି ମହାଦଶା ତଥା ନକାରାତ୍ମକ ପ୍ରଭାବ କାରଣରୁ ଜଣେ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ସମସ୍ୟା, ଚାକିରିରେ ବାଧା, ଆର୍ଥିକ ଅସୁବିଧା, ପାରିବାରିକ ବିବାଦ, ମାନସିକ ଚାପ, ଦୁର୍ଘଟଣା, ମକଦ୍ଦମା ଏବଂ ଶତ୍ରୁମାନଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଶନିଙ୍କ ମହାଦଶା ରହିଲେ ୧୯ ବର୍ଷ ପାଇଁ ଜଣେ ବ୍ୟକ୍ତି ଅସୁବିଧାରେ ପଡ଼ିଥାଏ ।

ଏହିପରି ଶନିଙ୍କ ମହାଦଶା ଆପଣଙ୍କୁ ଅସୁବିଧାରେ ପକାଇଥାଏ
ଯେତେବେଳେ ଜଣେ ବ୍ୟକ୍ତିଙ୍କ ଜୀବନରେ ଶନିଦଶା ପଡିଥାଏ ସେତେବେଳେ ବ୍ୟକ୍ତିଜଣକ ବିଭିନ୍ନ ନିଶାଦ୍ରବ୍ୟ ସେବନ କରିଥାନ୍ତି । କିଛି ଲୋକ ନିଜର ଇଚ୍ଛା ପୂକଣ କରିବା ତଥା ଶନି ଦଶାରୁ ମୁକ୍ତି ପାଇବା ପାଇଁ ଭୁଲ୍ ପଦ୍ଧତିରେ ପୂଜାଚର୍ଚ୍ଚନା କରୁଥିବା ମଧ୍ୟ ଦେଖିବାକୁ ମିଳିଥାଏ । ଅନେକ ସମୟରେ ଏପରି ହୁଏ ଯେ, ଶନିଙ୍କ ମହାଦଶା ସମୟରେ କୌଣସି ମୂଲ୍ୟବାନ ଜିନିଷ ବାରମ୍ବାର ହଜିଯାଇଥାଏ କିମ୍ବା ଭାଙ୍ଗିଯାଏ । ଏହି କାରଣରୁ, ବିପୁଳ ଆର୍ଥିକ କ୍ଷତି ମଧ୍ୟ ହୋଇଥାଏ । ଶନିଙ୍କ ଏହି ମହାଦଶା ବ୍ୟକ୍ତିଙ୍କୁ ଆର୍ଥିକ ସ୍ଥିତିରେ ଦୂର୍ବଳ କରିଦିଏ ।

ଯଦି ଜୀବନରେ ହଠାତ୍ ଅପ୍ରତ୍ୟାଶିତ ଘଟଣା ଘଟୁଛି, ତେବେ ଏହା ରାଶିରେ ଶନିଦେବଙ୍କ ମହାଦଶାକ ସଙ୍କେତ ବୋଲି ଅନୁମାନ କରାଯାଇଥାଏ । ଘରେ ଚୋରି ସମେତ ବିଭିନ୍ନ ରୋଗ, ଜିନିଷ ନଷ୍ଟ, ଏସବୁ ଶନିଙ୍କ ମହାଦଶାର ଲକ୍ଷଣ । ଶନିଙ୍କ ମହାଦଶା କାରଣରୁ ଘରେ ଅନେକ ସମୟରେ ଅସୁବିଧା ହୋଇଥାଏ । କ୍ୟାରିଅରରେ ଉତ୍ଥାନ-ପତନ ମଧ୍ୟ ହୋଇଥାଏ । ଅନେକ ଥର ଆଇନଗତ ବିବାଦରେ ଜଡିତ ହେବାର ମଧ୍ୟ ସମ୍ଭାବନା ଥାଏ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ଶନି ମହାଦଶା ପାଇଁ ପ୍ରତିକାର
ଶନି ମହାଦଶା ସମୟରେ ଶନି ଦେବଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିବା ନିହାତି ଆବଶ୍ୟକ । ପ୍ରତି ଶନିବାର ଦିନ ଶନିଦେବଙ୍କୁ ପୂଜା କରିବା ଉଚିତ୍ । ନୀଳମ ରତ୍ନ ପିନ୍ଧିବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ ହ୍ରାସ ପାଇଥାଏ ବୋଲି ବିଶ୍ୱାସ ରହିଛି । ଶନିଙ୍କ ଖରାପ ପ୍ରଭାବକୁ ଏଡାଇବା ପାଇଁ ପ୍ରତିଦିନ ହନୁମାନ ଚାଲିସା ପାଠ କରିବା ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ ।

ଶନିବାର ଏବଂ ମଙ୍ଗଳବାର ଦିନ ଗରିବ ତଥା ଅଭାବୀ ଲୋକଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ପୋଷାକ ବଣ୍ଟନ କରିଲେ ଶନିଦେବ ପ୍ରଶନ୍ନ ହୋଇଥାନ୍ତି ।  ଶନିଙ୍କ ମହାଦଶା ସମୟରେ ଶନି ସ୍ତୋତ୍ର ପ୍ରତିଦିନ ପଢିବା ଉଚିତ୍ ।

ଯଦି ଶନି ମହାଦଶା ଆପଣଙ୍କ ଜୀବନରେ ଆସିଛି ତେବେ ଆପଣ ପ୍ରତି ଶନିବାର ଦିନ ଉପବାସ କରିବା ଉଚିତ୍ । ଗରିବ, ଅସହାୟ ଏବଂ ପଶୁମାନଙ୍କର ସେବା କରିବା ଦ୍ୱାରା ଶନି ଦେବ ଖୁସି ହୁଅନ୍ତି । ଶନିବାର ଦିନ ଶନିଦେବଙ୍କ ମନ୍ଦିରରେ କଳା ରଙ୍ଗର ପୋଷାକ, କଳା ତେଲ ମଞ୍ଜି ଏବଂ ତେଲ ଦାନ କରିଲେ ଶନିଙ୍କ ପ୍ରଭାବ କ୍ଷର୍ଣ୍ଣ ହୋଇଥାଏ । ଏହି ସମସ୍ତ କାର୍ଯ୍ୟ କରିବା ସମୟରେ ଆପଣ ଅତି ସତର୍କତାର ସହ ପବିତ୍ର ମନରେ କରିବା ଉଚିତ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy