ବଦଳିବ ଏହି ୩ ରାଶିର ଭାଗ୍ୟ

0 148

ସୂର୍ଯ୍ୟ ପ୍ରତି ମାସରେ ନିଜର ରାଶି ନକ୍ଷତ୍ର ପରିବର୍ତ୍ତନ କରିଥା । ୧ ବର୍ଷରେ ଏହି ରାଶି ଚକ୍ର ସଂପୂର୍ଣ୍ଣ କରନ୍ତି । ବର୍ତ୍ତମାନ ସୂର୍ଯ୍ୟ ମୀନ ରାଶିରେ ଚଳନ କରୁଛନ୍ତି । ଯେହେତୁ ମୀନ ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ରହିଛି ତେଣୁ ଏହି ସମୟ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏଥିସହ ଏହିମାସଟିକୁ ମଳମାଶ କୁହାଯାଏ । ଏପ୍ରିଲ୍ ୧୩ (ଶନିବାର) ଦିନ ସୂର୍ଯ୍ୟ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କର ଏହି ଚଳନ ସହିତ ମଳମାସର ସମାପ୍ତି ହେବ । ଏହା ଅନେକ ରାଶିର ଜୀବନରେ ପରିବର୍ତ୍ତନ ଆଣିଦେବା ସହ ଖରାପ ଦିନରେ ପୂର୍ଣ୍ଣଛେଦ ପକାଇବ । ଏଥିସହ ସୂର୍ଯ୍ୟଙ୍କ ଏହି ଚଳନ ୩ ଟି ରାଶିର ଲୋକଙ୍କ ପାଇଁ ଭାଗ୍ୟରେ ପରିବର୍ତ୍ତନ ଆଣିପାରେ । ଆସନ୍ତୁ ଜାଣିବା ୧୩ ଏପ୍ରିଲ ରାତି ୦୯:୧୫ ମିନିଟରେ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ ଦ୍ୱାରା କେଉଁ ରାଶିର ବ୍ୟକ୍ତିବିଶେଷ ଅଧିକ ଲାଭବାନ ହେବେ ।

ରାଶି ଉପରେ ସୂର୍ଯ୍ୟ ଚଳନ ପ୍ରଭାବ

ବୃଷ ରାଶି – ସୂର୍ଯ୍ୟଙ୍କର ଏହି ଚଳନ ଆପଣଙ୍କୁ ବହୁତ ଲାଭ ଦେବ । ଆପଣ ବ୍ୟବସାୟରେ ଅଧିକ ଲାଭ ପାଇବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତାର ଯୋଗ ରହିଛି । ଏକ ବଡ଼ କମ୍ପାନୀ କିମ୍ବା ବିଦେଶରୁ ନୂଆ ଚାକିରି ଅଫର୍ ପାଇପାରନ୍ତି । ଚାକିରି କ୍ଷେତ୍ରରେ ବଡ଼ ପଦବୀକୁ ପଦୋନ୍ନତି ହେବା ସହ ଆୟ ବୃଦ୍ଧି ହୋଇପାରେ । ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଏହି ସମୟ ଆପଣଙ୍କ କ୍ୟାରିୟର ପାଇଁ ଅତ୍ୟନ୍ତ ଲାଭଦାୟକ । ଆପଣ ପରିବାର କିମ୍ୱା ବନ୍ଧୁଙ୍କଠାରୁ ସମର୍ଥନ ପାଇବେ ।

ମିଥୁନ ରାଶି- ଆପଣଙ୍କ ପାଇଁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ବହୁତ ଭଲ ପ୍ରମାଣିତ ହୋଇପାରେ । ଆପଣ କ୍ୟାରିଅରରେ ଢେର ଉନ୍ନତି ପାଇବେ । ଆଗକୁ ବଢିବାକୁ ନୂଆ ସୁଯୋଗ ମିଳିବ । ପଦୋନ୍ନତି ପାଇବାର ସମ୍ଭାବନା ଅଛି । ସରକାରୀ ଚାକିରି କ୍ଷେତ୍ରରେ ଉଚ୍ଚ ପ୍ରଶାସନିକ ପଦ ମିଳିପାରେ । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ମାନ ସମ୍ମାନ ବୃଦ୍ଧି ପାଇବ ।

ସିଂହ ରାଶି – ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ପାଇଁ ଅତ୍ୟନ୍ତ ଖାସ୍ । ଜୀବନରେ ବହୁତ ଅଗ୍ରଗତି କରିପାରିବେ । ନିଯୁକ୍ତି ସନ୍ଧାନରେ ଥିଲେ ଚାକିରି ମିଳିବ । ବୃତ୍ତି ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ । ନିଜ ପ୍ରତିଭା ଆଧାରରେ ଆପଣ ଭଲ କାମ କରିବେ । ଆପଣ କୌଣସି ସ୍ଥାନରୁ ଚାକିରି ଅଫର ପାଇପାରନ୍ତି । ବାପାଙ୍କ ସାହାଯ୍ୟରେ ବଡ କାମ ସମ୍ପନ୍ନ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy