ଡାଇବେଟିସ୍ ପୂର୍ବରୁ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ…

0 127

ବର୍ତ୍ତମାନ ସମୟରେ ମଧୁମେହ ଏକ ସାଧାରଣ ସମସ୍ୟା ।  ଆଜିକାଲିର ଖରାପ ଜୀବନଶୈଳୀ ଓ କିଛି ଜେନେଟିକ୍ କାରଣରୁ ଏହି ରୋଗ ହୋଇଥାଏ। ସୁଗର ଲେବୁଲ ଏକ କ୍ରୋନିକ୍ ଅବସ୍ଥା ଯେଉଁ କାରଣରୁ ଶରୀରରେ ଗ୍ଲୁକୋଜ୍ ମାତ୍ରା ବୃଦ୍ଧି ପାଇଥାଏ । ଅନେକ ଲୋକ ଶରୀରରେ ହେଉଥିବା ଏହି ପରିବର୍ତ୍ତନକୁ ଅଣଦେଖା କରିଥାନ୍ତି, ପରବର୍ତ୍ତୀ ସମୟରେ ଏହି ସମସ୍ୟା ଅଧିକ ଗୁରୁତର ହେବାପରେ  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଭେଟିବା ସହ ଚିକିତ୍ସା ଆରମ୍ଭ କରିଥାନ୍ତି । ଯଦିଓ ସଚେତନତା ଅଭାବରୁ ଅନେକ ଲୋକ ମଧୁମେହର ଲକ୍ଷଣ ଜାଣିପାରିନଥାନ୍ତି ।

ବାରମ୍ବାର ପରିସ୍ରା ଲାଗିବା

ମଧୁମେହ ଯୋଗୁ ରକ୍ତରୁ ଅତିରିକ୍ତ ସୁଗାର ବାହାର କରିବା ପାଇଁ କିଡନୀ ଉପରେ ଅଧିକ ଚାପ ପଡିଥାଏ । ଯେତେବେଳେ ସୁଗାର ମାତ୍ରା ବୃଦ୍ଧି ପାଏ, କିଡନୀ ଏହାକୁ ରକ୍ତରୁ ବାହାର କରିଥାଏ । ଯେଉଁ କାରଣରୁ ବାରମ୍ବାର ପରିସ୍ରା ଲାଗିଥାଏ । ସ୍ୱାଭାବିକଠାରୁ ଯଦି ଆପଣ ଦିନରେ କିମ୍ବା ରାତିରେ ଅଧିକ ଥର ବାଥ୍ ରୁମ ଯାଉଛନ୍ତି, ତେବେ ଏହା ଡାଇବେଟିସର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।

ବାରମ୍ବାର ସଂକ୍ରମଣ-

ମଧୁମେହରେ ପୀଡ଼ିତ ବ୍ୟକ୍ତିଙ୍କ ପରିସ୍ରାରେ ଅଧିକ ସୁଗାର ରହିବା କାରଣରୁ ବ୍ୟାକ୍ଟେରିଆ ମଧ୍ୟ ବୃଦ୍ଧି ପାଇଥାଏ । କାରଣ ସୁଗାରକୁ ଜୀବାଣୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି । ପ୍ରଚୁର ଖାଦ୍ୟ ସହିତ ଉଷ୍ମ, ଆର୍ଦ୍ର କ୍ଷେତ୍ର ସେମାନଙ୍କ ବଂଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏପରି ପରିସ୍ଥିତିରେ, ଯେଉଁମାନଙ୍କର ମଧୁମେହ ଥାଏ, ସେମାନେ ମୂତ୍ର ସଂକ୍ରମଣର ଶିକାର ହୋଇଥାନ୍ତି ।

ଅତ୍ୟଧିକ ଶୋଷ-

ମଧୁମେହରେ ପୀଡ଼ିତ ବ୍ୟକ୍ତି ବାରମ୍ବାର ପରିସ୍ରା କରିବା ଦ୍ୱାରା ଡିହାଇଡ୍ରେସନ୍ ହୋଇପାରେ ଏବଂ ବାରମ୍ବାର ଶୋଷିଲା ଲାଗେ। କିନ୍ତୁ ତା’ପରେ ଅଧିକ ପାଣି ପିଇବା ପରେ ମଧ୍ୟ ଶୋଷ ମେଣ୍ଟି ନଥାଏ। ଏହା ମଧ୍ୟ ମଧୁମେହର ଲକ୍ଷଣ ହୋଇପାରେ।

ବାରମ୍ବାର ଭୋକ

ଆପଣ ଖାଉଥିବା ଖାଦ୍ୟକୁ ଶରୀର ଗ୍ଲୁକୋଜରେ ପରିଣତ ହୋଇଥାଏ, ଯାହାକୁ କୋଷଗୁଡ଼ିକ ଶକ୍ତି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ଯଦି ଆପଣଙ୍କର ମଧୁମେହ ଅଛି, ତେବେ ଆପଣଙ୍କର କୋଷଗୁଡ଼ିକ ଗ୍ଲୁକୋଜକୁ ସଠିକ୍ ଭାବରେ ଅବଶୋଷଣ କରିପାରି ନଥାନ୍ତି । ତେଣୁ ଆପଣ ଖାଉଥିବା ଖାଦ୍ୟରୁ ଆପଣଙ୍କ ଶରୀର ପର୍ଯ୍ୟାପ୍ତ ଶକ୍ତି ପାଇ ନଥାଏ । ଏପରି ପରିସ୍ଥିତିରେ, ପୀଡିତମାନେ ଭୋକିଲା ଅନୁଭବ କରିଥାନ୍ତି । କିଛି ସମୟ ପୂର୍ବରୁ ଖାଦ୍ୟ ଖାଇଥିଲେବି ପୁଣି ଭୋକ ଲାଗିଥାଏ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy