ମହଙ୍ଗା ମାଡ଼, ଗ୍ୟାସ ଦର ୩୯ ଟଙ୍କା ବଢିଲା

Reporterspen

 ତୈଳ କମ୍ପାନୀ ଗୁଡ଼ିକ ଶନିବାର ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ର ମୂଲ୍ୟ ବୃଦ୍ଧି କରିଛନ୍ତି। ସଂଶୋଧିତ ଦର ଅନୁଯାୟୀ ଆଜିଠାରୁ ଦର ୩୯ ଟଙ୍କା ବୃଦ୍ଧି କରାଯାଇଛି। ଏଭଳି ସ୍ଥିତିରେ ଏବେ ସେପ୍ଟେମ୍ବର ପହିଲାରୁ ଦିଲ୍ଲୀରେ ୧୯ କେଜିର କମର୍ସିଆଲ ଗ୍ୟାସ ସିଲିଣ୍ଡର ୧୬୯୧.୫୦ ଟଙ୍କାରେ ଉପଲବ୍ଧ ହେବ। ତେବେ କମ୍ପାନୀ ଗୁଡ଼ିକ ୧୪ କେଜି ଘରୋଇ ଗ୍ୟାସ୍ ସିଲିଣ୍ଡର ର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।
ନୂଆ ଦର ଅନୁଯାୟୀ ଆଜିଠାରୁ କମର୍ସିଆଲ ସିଲିଣ୍ଡର ମୂଲ୍ୟରେ ୩୯ ଟଙ୍କା ବୃଦ୍ଧି କରାଯାଇଛି । ଏବେ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୬୯୧.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଆଇଓସିଏଲର ୱେବସାଇଟ ଅନୁଯାୟୀ, କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଛି । ସେହିପରି ମୁମ୍ବାଇରେ ଏହାର ମୂଲ୍ୟ ୧୬୪୪ ଟଙ୍କା ରହିଛି । ପୂର୍ବରୁ ଏହି ସିଲିଣ୍ଡର ମୁମ୍ବାଇରେ ୧୬୦୫ ଟଙ୍କାରେ ଉପଲବ୍ଧ ଥିଲା।
ଅଗଷ୍ଟରେ ୮.୫୦ ଟଙ୍କା ବୃଦ୍ଧି ଘଟିଛି
କୋଲକାତାରେ ଏହି ସିଲିଣ୍ଡରର ମୂଲ୍ୟ ୧୭୬୪.୫୦ ଟଙ୍କାରୁ ୧୮୦୨.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ ଏହି ସିଲିଣ୍ଡର ଏବେ ୧୮୫୫ ଟଙ୍କାରେ ଉପଲବ୍ଧ ହେବ । ଏହା ପୂର୍ବରୁ ଚେନ୍ନାଇରେ ୧୯ କିଲୋଗ୍ରାମ ସିଲିଣ୍ଡର ୧୮୧୭ ଟଙ୍କାରେ ବିକ୍ରି ହେଉଥିଲା । ସୂଚନାଯୋଗ୍ୟ, ଏହା ପୂର୍ବରୁ ଅଗଷ୍ଟମାସରେ ଏଲପିଜି ଗ୍ୟାସ ଦର (LPG Gas Price) ବୃଦ୍ଧି କରାଯାଇଥିଲା। ସେତେବେଳେ କମ୍ପାନୀ ଗୁଡ଼ିକ ୮.୫୦ ଟଙ୍କା ବୃଦ୍ଧି କରାଇଥିବା ବେଳେ ଏଥର ସିଧାସଳଖ ୩୯ ଟଙ୍କା ବୃଦ୍ଧି ପାଇଛି। ଏହା ପୂର୍ବରୁ ଜୁଲାଇରେ କମ୍ପାନୀ ଗୁଡ଼ିକ ୧୯ କେଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୦ ଟଙ୍କା ହ୍ରାସ କରିଥିଲେ। ଦିଲ୍ଲୀରେ ଏହାର ମୂଲ୍ୟ ୧୬୪୬ ଟଙ୍କା ଥିଲା।

Reporterspen