ଲେଖା ଛିଡ଼ି ଛିଡ଼ି ଆସୁଛି: ପ୍ରଦୀପ ପାଣିଗ୍ରାହୀ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ବିଜେପିରେ ମିଶିବା ପରେ ସାଂସଦ ପ୍ରଦୀପ ପାଣି କହିଛନ୍ତି ବିଜେପି ବଢୁଛି ଓ ବିଜେଡି ଛିଡୁଛି । ଏବେ ‘ଲେଖା ଛିଡିଛିଡି ଆସୁଛି’, ଆଗକୁ ପୁରା ଛିଡିଯିବ । ପ୍ରଦୀପଙ୍କ ଏହି ବୟାନ ପୁଣି ଥରେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ସମୟରେ ପ୍ରଦୀପଙ୍କ ‘ଲେଖା ଛିଡିବ’ ବୟାନ ବେଶ ଭାଇରାଲ ହୋଇଥିଲା ।

ଉଲ୍ଲେଖଥାଉ କି, ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି । ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍ ହୋଇଛନ୍ତି । ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ ସିଂ ତୋମାର ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି ।

ବିଜେପିରେ ଯୋଗଦେବା ପରେ ମମତା ମହାନ୍ତ କହିଛନ୍ତି, ଲୋକମାନେ ମୋର ସଂପତ୍ତି । ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ । ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି । ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡ଼ା ପଡୁନି ଅନୁଭବ କଲି । ଲୋକଙ୍କ ସେବା, କୁଡ଼ୁମୀ ସମାଜର ଉନ୍ନତି ପାଇଁ ବିଜେପିରେ ମିଶିଲି ବୋଲି ମମତା କହିଛନ୍ତି ।

ମମତା ମହାନ୍ତ କୁଡୁମୀ ସଂପ୍ରଦାୟର ଜଣେ ଜଣାଶୁଣା ଓ ଟାଣୁଆ ନେତ୍ରୀ ଭାବେ ବେଶ୍ ପରିଚିତ ଥିଲେ । ସେହି ଭୋଟ୍‌କୁ ହାତେଇବା ପାଇଁ ବିଜେଡି ତାଙ୍କୁ ଦଳରେ ସାମିଲ୍ କରିଥିଲା । ଆଉ ରାଜ୍ୟସଭା ପଠାଇଥିଲା । ହେଲେ ଗତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା । ଏଥିସହ ମୟୂରଭଞ୍ଜ ଜିଲ୍ଲାରେ ସବୁ ବିଧାନସଭା ଆସନରେ ବିଜେଡି ପରାଜିତ ହୋଇଥିଲା । ଚର୍ଚ୍ଚା ଅନୁସାରେ ପରାଜୟ ପରେ ସେ ରାଜ୍ୟସ୍ତରୀୟ ନେତାଙ୍କ ଟାର୍ଗେଟରେ ଥିଲେ । ତେଣୁ ସେ ବିଜେଡି ଉପରେ ଅସନ୍ତୋଷ ହୋଇ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ।


Reporterspen

Leave a Reply