ମହମ୍ମଦ ଶାମି ରିଟର୍ନ : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଆଜି ପଡ଼ିଆକୁ ଫେରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଶାମି ଜାତୀୟ କ୍ରିକେଟ୍ ଏକାଡେମୀରେ ଅଛନ୍ତି । ଏହି ସମୟରେ, ଭାରତୀୟ ପେସର ସମ୍ବନ୍ଧୀୟ ଖବର ଅନୁଯାୟୀ ସେ ବଙ୍ଗଳା ପାଇଁ ରଣଜୀ ମ୍ୟାଚ୍ ଖେଳିିବେ । ପୂର୍ଣ୍ଣ ଫିଟନେସ୍ ସହିତ ଟିମ୍ ଇଣ୍ଡିଆକୁ ଫେରିବା ପୂର୍ବରୁ ଶାମି ରଣଜୀ ଟ୍ରଫି ପାଇଁ ଫିଲ୍ଡକୁ ଓହ୍ଲାଇବେ ।
ବାସ୍ତବରେ ଶାମି ଆଗାମୀ ଘରୋଇ ସିଜିନ ପାଇଁ ବଙ୍ଗଳାର ୩୧ ଜଣ ସମ୍ଭାବ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଗଣମାଧ୍ୟମ ରିପୋଟ ଅର୍ନୁଯାୟୀ, ଆଘାତରୁ ମୁକ୍ତି ପାଇବା ପାଇଁ କଠିନ ପରିଶ୍ରମ କରୁଥିବା ମହମ୍ମଦ ଶାମି ଖୁବଶିଘ୍ର ମୈଦାନକୁ ଫେରିବେ । ଶ୍ରୀଲଙ୍କା ଗସ୍ତ ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି ଯେ ଶାମି ବୋଲିଂ ଆରମ୍ଭ କରିଛନ୍ତି ଏବଂ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ତାଙ୍କର ଲକ୍ଷ୍ୟ ହେବ । ବର୍ତ୍ତମାନ ଏହା ଦେଖିବାକୁ କୌତୁହଳପ୍ରଦ ହେବ ଯେ ଶାମି କେଉଁ ସିରିଜ୍ ମାଧ୍ୟମରେ ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ସକ୍ଷମ ହେଉଛନ୍ତି ।
ସୂଚନା ମିଳିଛି ଯେ, ଶାମି ବଙ୍ଗଳା ଦୁଇଟି ରଣଜୀ ମ୍ୟାଚ୍ ଖେଳିବେ । ଯାହା ଉରପ୍ରଦେଶ ଏବଂ ବିହାର ବିପକ୍ଷରେ ହେବାକୁ ଅଛି । ପ୍ରଥମ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍ ୧୧ ଅକ୍ଟୋବରରୁ ଏବଂ ବିହାର ବିପକ୍ଷରେ୧୮ ଅକ୍ଟୋବରରୁ ହେବ । ତେବେ ଶାମିଙ୍କ ପ୍ରତ୍ୟାବର୍ତ୍ତନ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ସୂଚନା ପ୍ରକାଶ କରାଯାଇ ନାହିଁ ।
ନଭେମ୍ବର ୨୦୨୩ ରୁ ବାହାରେ
ଆସନ୍ତୁ ଆପଣଙ୍କୁ କହିବା ଯେ ମହମ୍ମଦ ଶାମି ଶେଷ ଥର ପାଇଁ ନଭେମ୍ବର ୨୦୨୩ ରେ ଏକଦିବସୀୟ ବିଶ୍ୱକପର ଫାଇନାଲ ଖେଳିଥିଲେ । ସେବେଠାରୁ ସେ ପଡ଼ିଆକୁ ଫେରିବାରେ ସକ୍ଷମ ହୋଇନାହାଁନ୍ତି । ଗୋଡରେ ଆଘାତ ଲାଗିଥିବାରୁ ଶାମି କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି । ପ୍ରଥମେ ସେ ଅସ୍ତ୍ରୋପଚାର ବିନା ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇପାରିଲେ ନାହିଁ ଏବଂ ଶେଷରେ ଅସ୍ତ୍ରୋପଚାର କରିବାକୁ ପଡିଲା । ଫେବୃଆରୀ ୨୦୨୪ ରେ ଭାରତୀୟ ପେସରଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଏବେ ଯେତେବେଳେ ଶାମି ପଡ଼ିଆକୁ ଫେରିବେ ତାହା ଦେଖିବା ମଜାଦାର ହେବ ।