Morning tips: ସକାଳୁ ଏହିସବୁ କାମ କରନ୍ତୁ, ଧନ ବର୍ଷା କରିବେ ମହାଲକ୍ଷ୍ମୀ!

Reporterspen

Morning tips: କୁହାଯାଏ ଦିନର ଆରମ୍ଭ ଭଲ ହେଲେ ସାରା ଦିନ ଭଲରେ ବିତିବା ସହ ସବୁ କାମରେ ସଫଳତା ମିଳିଥାଏ । ଯଦି ଆପଣ ମଧ୍ଯ ସଫଳତା ପାଇବାକୁ ଚାହୁଁଛନ୍ତି ତାହାଲେ ସକାଳୁ ଉଠି ଏହିସବୁ କାମ କରନ୍ତୁ । ହିନ୍ଦୁ ଧର୍ମ, ଜ୍ୟୋତିଷ ଶାସ୍ତ୍ରରେ ଓ ବାସୁ ଶାସ୍ତ୍ରରେ କିଛି କାମକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ସେହିପରି କିଛି ପ୍ରତୀକକୁ ପୂଜନୀୟ ଭାବେ ମଧ୍ଯ ଗ୍ରହଣ କରାଯାଇଛି । ଏହି ପୂଜା ବା ଏହା ସହ ଜଡ଼ିତ କିଛି ଉପକାର କରିବା ଦ୍ବାରା ସୌଭାଗ୍ୟ ବା ସହ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟା ଦୂର ହୋଇଥାଏ । ତେବେ ଚାଲନ୍ତୁ ଆଜି ସେ ସବୁ ଉପାୟ ବିଷୟରେ ଆଲୋଚନା କରିବା, ଯାହା କରିବା ଦ୍ବାରା ଜୀବନରେ ସଫଳତା ମିଳିବା ସହ ସମସ୍ତ କାର୍ଯ୍ୟ ସିଦ୍ଧ ହୋଇଥାଏ ।

ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ଭାବେ ମାନ୍ୟତା ଦିଆଯାଇଛି। ଗାଈ ପୂଜନୀୟ ମଧ୍ଯ। ଗାଈ ସହ ଜଡ଼ିତ ସମସ୍ତ ଜିନିଷ ଯଥା କ୍ଷୀର, ଗୋମୁତ୍ର, ଗୋବର ଇତ୍ୟାଦିକୁ ବେଶ ପବିତ୍ର ବୋଲି ବିବେଚନା କରାଯାଏ । ପୁରାଣ ଅନୁଯାୟୀ, ଗାଈରେ ୩୩ କୋଟି ଦେବୀ ଓ ଦେବତା ବାସ କରିଥାଆନ୍ତି। ଏପରି ପରିସ୍ଥିତିରେ, ପ୍ରତିଦିନ ସକାଳେ ଗାଈ ସହିତ ଜଡିତ କିଛି ଉପାୟ କରିବା ଦ୍ବାରା ଜୀବନରେ ଶୁଭ, ସୁଖ ଓ ସମୃଦ୍ଧତା ଆସିବା ସହ କାର୍ଯ୍ୟରେ ସଫଳତା ମିଳିଥାଏ ।

ପ୍ରତିଦିନ ସକାଳୁ ଗାଧେଇବା ପରେ ଗୋମାତାଙ୍କ ପୂଜା କରନ୍ତୁ ଏପରି କରିବା ଦ୍ବାରା ଦେବୀ ଦେବତାଙ୍କ ଆର୍ଶିବାଦ ଲାଭ ହୋଇଥାଏ । ଧନର ଦେବୀ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଘରର ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । ଯେଉଁମାନେ ଗୋମାତାଙ୍କ ପୂଜା କରନ୍ତି ସେମାନଙ୍କ ଜୀବନେରେ କେବେ ଆର୍ଥିକ ସମସ୍ୟା ଦେଇନଥାଏ ।

ଗାଈକୁ ପ୍ରତ୍ୟେକ ଦିନ ଚାରା ଖାଇବାକୁ ଦିଅନ୍ତୁ । ଖାସ୍ କରି ଗାଈକୁ ବୁଧବାର ଦିନ ଚାରା ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ବାରା ସମସ୍ତ ସଂଙ୍କଟ ଦୂର ହେବା ସହ ସମସ୍ୟାର ସମାଧାନ ହୋଇଥାଏ । ଖାଲି ଏତିକି ନୁହେଁ ଏହି ଉପାୟ କରିବା ଦ୍ବାରା ଜାତକରେ ବୁଧ ଗ୍ରହଙ୍କ ସ୍ଥିତି ମଜଭୁତ ହୋଇଥାଏ ।

ଗାଈର ପିଠିର ଉପର ଭାଗକୁ ଆଉଁସିବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏହି ସ୍ଥାନ ସୂର୍ଯ୍ୟ-କେତୁଙ୍କ ସ୍ଥାନ ହୋଇଥିବାରୁ ଏପରି କରିବା ଦ୍ବାରା ସ୍ୱାସ୍ଥ୍ୟ ମଜବୁତ ହୋଇଥାଏ ।

ଯଦି ଆପଣଙ୍କ ଜାତକରେ ଗ୍ରହଙ୍କ ଦୁର୍ବଳ ଅଛି ବା ଆପଣ କୌଣସି କାମରେ ସଫଳତା ପାଇ ପାରୁନାହାଁନ୍ତି ତେବେ ଏକ କଳା ଗାଈକୁ ପୂଜା କରନ୍ତୁ । ଏହି ଉପାୟ କରିବା ଦ୍ବାରା ଗ୍ରହମାନଙ୍କ ଖରାପ ପ୍ରଭାବ ଦୂର ହେବା ସହ ଶତ୍ରୁମାନେ ପରାଜିତ ହୋଇଥାଆନ୍ତି।

ପ୍ରତ୍ୟାଖ୍ୟାନ: ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ଅନୁମାନ ଏବଂ ସୂଚନା ଉପରେ ଆଧାରିତ । କୌଣସି ସୂଚନା କିମ୍ବା ବିଶ୍ୱାସକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସଂପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।


Reporterspen