Nari Panda: ନରୀ ଓ ପ୍ରତାପଙ୍କୁ ବ୍ୟାନ୍‌; ଅଟକିଲା ପିୟୁଷଙ୍କ ନିଷ୍ପତ୍ତି

Reporterspen

Nari Panda: ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରୀ ପଣ୍ଡାଙ୍କୁ ଯାତ୍ରା ମାଲିକ ସଂଘ ବ୍ୟାନ କରିଛି । ବିଭିନ୍ନ ଦିଗକୁ ଧ୍ୟାନରେ ରଖି ଯାତ୍ରା ମାଲିକ ସଂଘ ନରୀଙ୍କୁ ବଏକଟ୍ କରିଥିବା ସଂଘ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି । ସେହିପରି କଳାକାର ପ୍ରତାପଙ୍କୁ ମଧ୍ୟ ବଏକଟ କରାଯାଇଛି ।

ଏଥିସହିତ ଚଳିତ ସିଜିନରେ ପିୟୁଷ ଯାତ୍ରାରୁ ଦୂରେଇ ରହିବାକୁ ମାଲିକ ସଂଘଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତେଣୁ ସେ ଆଜି ବୈଠକକୁ ନଆସିବାରୁ ତାଙ୍କ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ତେବେ ମାଲିକ ସଂଘ କଳାକାରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଉଥିବା ବେଳେ ଯାତ୍ରା କଳାକାର ସଂଘ ନିରବ ରହିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ଯଦି ତୁଳସୀ ଗଣନାଟ୍ୟ ମାଲିକ ଲାଗି ତାଙ୍କ ସଂଘ ବାହାରିଲା, ତେବେ କଳାକାର ସଂଘ କୁଆଡେ ଗଲା?

ଗତ କିଛିଦିନ ହେଲା ନରୀ ପଣ୍ଡା ଓ ତୁଳସୀ ଗଣନାଟ୍ୟ ମାଲିକଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ନରୀଙ୍କୁ ଡାକି ମାଡ ମରାଯାଇଥିବା ନେଇ ସେ ଅଭିଯୋଗ କରୁଥିବା ବେଳେ ତୁଳସୀ ମାଲିକ ନାଣ୍ଡୁ ବାବୁ ଏହାକୁ ଖଣ୍ଡନ କରୁଛନ୍ତି । ଏସବୁ ମଧ୍ୟରେ ଆଜି ଯାତ୍ରା ମାଲିକ ସଂଘ ଏକ ବୈଠକ କରି ନରୀଙ୍କୁ ବ୍ୟାନ କରାଯାଇଥିବା ସୂଚନା ଦେଇଛନ୍ତି । ଯଦି ନରୀ ପଣ୍ଡାଙ୍କ ବିରୋଧରେ ଯାତ୍ରା ପାର୍ଟି ମାଲିକ ସଂଘ ଏକ ହୋଇଛନ୍ତି, ତେବେ କଳାକାରଙ୍କ ସୁରକ୍ଷା ଲାଗି ଗଠିତ ଯାତ୍ରା କଳାକାର ସଂଘ କୁଆଡେ ଗଲା?

ନରୀଙ୍କ ସପକ୍ଷରେ ଯଦିଓ ଏପର୍ଯ୍ୟନ୍ତ ଏକାଧିକ କଳାକାର ବାହାରିଛନ୍ତି, ହେଲେ କଳାକାର ସଂଘ ନିରବ ରହିଛି କାହିଁକି? ସଂଘର ସଭାପତି, ସମ୍ପାଦକଙ୍କ ସହ ଆଗଧାଡିର ନେତାମାନେ କଳାକାରଙ୍କ ସପକ୍ଷରେ ମୁହଁ ଖୋଲିବାକୁ ଭୟ କରୁଛନ୍ତି କି? ଯଦି ହଁ ତେବେ କଳାକାର ସଂଘ କ’ଣ ପାଇଁ? ନିଜର ସ୍ୱାର୍ଥ, ରାଜନୈତିକ ଉଦ୍ଦେଶ୍ୟ ଓ କଳାକାର ଭତ୍ତା ପାଇବା ପାଇଁ କ’ଣ ସଂଘ ଗଠନ କରାଯାଇଛି କି? ଏସବୁ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।


Reporterspen
!-- afp header code starts here -->