ରାଜ୍ୟସଭାକୁ ନିର୍ବାଚିତ ହେଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସମେତ ୧୧ ପ୍ରାର୍ଥୀ

0 398

ରାଜ୍ୟସଭାର ସମସ୍ତ୧୧ ସିଟ ପାଇଁ ପ୍ରାର୍ଥୀ ମନୋନୀତ ହୋଇ ସାରିଛନ୍ତି । ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବ ରେ ନିର୍ବାଚିତ ହୋଇଛନ୍ତି । ଏହି ୧୧ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗର ୬, ଗୁଜରାଟର ୩ ଏବଂ ଗୋଆର ଜଣେ ପ୍ରାର୍ଥୀ । ଏଥିସହିତ ପଶ୍ଚିମବଙ୍ଗର ଗୋଟିଏ ରାଜ୍ୟ ସଭା ସିଟ ପାଇଁ ଉପନିର୍ବାଚନରେ ମଧ୍ୟ ମତଦାନ ହେବ ନାହିଁ ।

ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ଟିଏମସି ନେତା ଡେରେକ ଓ ବ୍ରାୟନଙ୍କ ସମେତ ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବ ରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟସଭାର ଏହି ନିର୍ବାଚନ ପାଇଁ ଜୁଲାଇ ୨୪ରେ ମତଦାନ ହେବାର ଥିଲା ।

ଏହି ୧୧ସିଟ ପଇଁ ଟିଏମସିର ୬ ଏବଂ ବିଜେପିୀ ୫ ଜଣ ପ୍ରାର୍ଥୀ ମନୋନୀତ ହୋଇଛନ୍ତି । ଏହି ନିର୍ବାଚନ ପରେ ରାଜ୍ୟସଭାରେ ବିଜେପିର ଗୋଟିଏ ସିଟ ବଢିଲା । ଏହାକୁ ମିଶାଇ ବିଜପିର ରାଜ୍ୟସଭା ଆସନ ସିଟ ୯୩ ହେଲା ।

ପଶ୍ଚିମବଙ୍ଗ କୁଚ ବିହାରର ଅନନ୍ତ ମହାରାଜ ବିଜେପି ପ୍ରାର୍ଥୀଭାବେ ନିର୍ଦ୍ବନ୍ଦ୍ବ ରେ ମନୋନୀତ ହୋଇଛନ୍ତି । ସେହିପରି ଟିଏମସିର ଡେରେକ ଓ ବ୍ରାୟନ, ସୁଖେନ୍ଦୁ ଶେଖର ରାୟ ଏବଂ ଡୋଲା ସେନ ପୁଣି ଥରେ ରାଜ୍ୟ ସଭାରେ ସିଟ ଦଖଲ କଲେ । ଏମାନଙ୍କ ବ୍ୟତୀତ ଅନ୍ୟ ପ୍ରାର୍ଥୀ ସାକେତ ଗୋଖେଲ, ସମୀରୁଲ ଇସଲାମ, ପ୍ରକାଶଚିକ ବଡାଇକ ମଧ୍ୟ ଟିଏମସିରୁ ମନୋନୀତ ହୋଇଛନ୍ତି ।

ଏହି ନିର୍ବାଚନ ପରେ ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା କମ ହୋଇଯାଇଥିବେଳେ ବିଜେପିର ପ୍ରାର୍ଥୀ ସଂଖ୍ୟା ବଢି ଯାଇଛି । ବିଜେପି ଏବଂ ସହଯୋଗୀ ଦଳର ସଂଖ୍ୟା ମିଶି ୧୦୫ ହୋଇଛି । ବିଜେପିର ୫ ମନୋନୀତ ସଦସ୍ୟଙ୍କ ସମେତ ୨ ନିର୍ଦ୍ଦଳୀୟ ସଦସ୍ୟଙ୍କ ସମର୍ଥନ ବିଜେପିକୁ ମିଳିବା ନିଶ୍ଚିତ ।

ତେଣୁ ଦେଖିବାକୁ ଗଲେ ସରକାରଙ୍କ ପକ୍ଷରେ ୧୧୨ ଜଣ ସାଂସଦ ଅଛନ୍ତି ଯାହା ବହୁମତଠାରୁ ୧୧ କମ । ସରକାରଙ୍କୁ ବହୁଜନ ସମାଜପାର୍ଟି, ଜେଡିଏସ ଏବଂ ଟିଡିପିର ସମର୍ଥନ ମିଳିବାର ସମ୍ଭାବନା ରହିଛି । ଦିଲ୍ଲୀ ଅଧ୍ୟଦେଶ ବିରୋଧରେ ୧୦୫ ଦଳ ଅଛନ୍ତି । ତେଣୁ ସରକାରଙ୍କୁ ବିଜେଡି ଏବଂ ୱାଇଏସଆରସିପିର ସମର୍ଥନ ଦରକାର ପଡିବ । ଏହି ଦୁଇ ଦଳରେ ୯-୯ ସାଂସଦ ଅଛନ୍ତି । ବିଜେଡି କହିଛି, ଏହି ବିଲ ସଦନରେ ଚର୍ଚ୍ଚା ହେବା ପରେ ଏବଂ ମତଦାନ ସମୟରେ ନିଷ୍ପତ୍ତି ନେବ । ୱାଇଏସଆରସିପି ଏ ନେଇ କୌଣସି ମତାମତ ରଖିନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy