ନବୀନଙ୍କ ପ୍ରଭାବ କମୁଛି, ଶକ୍ତିଶାଳୀ ହେଉଛନ୍ତି ଅଶ୍ୱିନୀ

0 1,683

ନୂଆଦିଲ୍ଲୀ : ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଭାବ କମିବାରେ ଲାଗିଛି । ପ୍ରତିବର୍ଷ ନବୀନଙ୍କ ପ୍ରଭାବ କମୁଥିବା ବେଳେ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଭାବ ବଢୁଛି । ଏକ କଥା ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ୍‌ରେ ପ୍ରକାଶ ପାଇଛି । । ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ ପକ୍ଷରୁ ପ୍ରକାଶିତ ଶକ୍ତିଶାଳୀ ୧୦୦ ତାଲିକାରେ ନବୀନଙ୍କଠୁ ଢେର ଉପରେ ରହିଛନ୍ତି ଅଶ୍ୱିନୀ ବୈଷ୍ଣବ। ଖାଲି ସେତିକି ନୁହେଁ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ବି ଏବର୍ଷ ନିଜ ପାହ୍ୟାରେ ଉନ୍ନତି ଆଣିଥିଲେ ମଧ୍ୟ ନବୀନଙ୍କ ପ୍ରଭାବ ଦିନକୁ ଦିନ ଖସୁଥିବା ଉଲ୍ଳଖ କରିଛି ଦିଲ୍ଲୀରୁ ପ୍ରକାଶିତ ଇଣ୍ଡିଆନ୍‍ ଏକ୍ସପ୍ରେସ। ଗତ ତିନି ବର୍ଷର ତଥ୍ୟକୁ ହିସାବକୁ ନେଲେ ଏହା ସ୍ପଷ୍ଟ ହେଉଛି।

୨୦୨୨ ମସିହାରେ ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ନବୀଙ୍କ ସ୍ଥାନ ଥିଲା ୩୩। ଏହା ପରବର୍ଷ ତାଙ୍କ ସ୍ଥାନ କମି ପହଞ୍ଚିଲା ୪୨। ଏବେ ୨୦୨୪ ମସିହାରେ ତାଙ୍କୁ ୪୭ତମ ସ୍ଥାନରେ ସ୍ଥାନୀତ କରିଛି ଇଣ୍ଡିଆନ୍‍ ଏକ୍ସପ୍ରେସ। ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ନବୀନ ଏଥର ବି ମୁଖ୍ୟମନ୍ତ୍ରୀ ହୋଇ ଭାରତର ସବୁଠାରୁ ଲମ୍ବା ସମୟ ମୁଖ୍ୟମନ୍ତ୍ରୀ ହେବାର ମର୍ଯ୍ୟାଦା ବହନ କରିବେ ବୋଲି ଏହି ମିଡିଆ ସଂସ୍ଥା ତା ରିପୋର୍ଟରେ ଉଲ୍ଳଖ କରିଛି। ଏହାସହ କୁହାଯାଇଛି ଯେ, ନବୀନ ସମଦୂରତ୍ୱ କଥା କହୁଥିଲେବି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭଲ ସମ୍ପର୍କ ରକ୍ଷା କରି ଆସିଛନ୍ତି। ତଥାପି ତାଙ୍କ କ୍ଷମତା ଦିନକୁ ଦିନ ହ୍ରାସ ପାଉଛି।

ତାଙ୍କଠାରୁ ଢେର ପଛରେ ରାଜନୀତିରେ ପ୍ରବେଶ କରିଛନ୍ତି ଅଶ୍ୱିନୀ ବୈଷ୍ଣବ। ଏପରିକି ରାଜସ୍ଥାନର ଏହି ଅଧିବାସୀ ଓଡ଼ିଶାରେ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଜଣେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। କିନ୍ତୁ ସେ ତାଙ୍କଠାରୁ ଅଧିକ କ୍ଷମତାଶାଳୀ ହୋଇଛନ୍ତି। ଏପରିକି ରାଜ୍ୟରେ ବିଜେପିର ସଂଖ୍ୟା ନଥିଲେ ମଧ୍ୟ ବିଜେଡି ନିଜ ଭୋଟ ଦେଇ ଅଶ୍ୱିନୀଙ୍କୁ ରାଜ୍ୟସଭା ପଠାଇବାକୁ ବାଧ୍ୟ ହୋଇଛି। ୨୦୧୯ରେ ମଧ୍ୟ ଏହି ସମୀକରଣରେ ଅଶ୍ୱିନୀ ରାଜ୍ୟସଭାକୁ ଯାଇଥିଲେ।

ଅଶ୍ୱିନୀ ୨୦୨୨ ମସିହାରେ ଏହି କ୍ଷମତା ତାଲିକାରେ ୪୯ତମ ସ୍ଥାନ ଦଖଲ କରିଥିଲେ। ୨୦୨୩ ମସିହାରେ ତାଙ୍କ ପାହ୍ୟା ୧୯କୁ ଉଠିଥିଲା। ଏବେ ସେ ଭାରତର ୧୩ନମ୍ବର କ୍ଷମତାଶାଳୀ ବ୍ୟକ୍ତି। ୫ଜି ଅକ୍ସନକୁ ନିର୍ମଳ ଭାବେ ସମ୍ପନ୍ନ କରାଇ ମାତ୍ର ୧୫ ମାସ ଭିତରେ ଚାରି ଲକ୍ଷରୁ ଅଧିକ ୫-ଜି ଟାଓ୍ୱାର ଆରମ୍ଭ କରାଇପାରିଥିବା ଅଧିକାରୀରୁ ରାଜନେତା ପାଲଟିଥିବା ଅଶ୍ୱିନୀ ଲୋକଙ୍କ ମନରେ ମଧ୍ୟ ବିଶ୍ୱାସ ଆଣିବାରେ ସକ୍ଷମ ହୋଇଛନ୍ତି।

ସେହିପରି ନବୀନଙ୍କଠୁ ଅଧିକ କ୍ଷମତାଶଶଳୀ ଭାବେ ସ୍ୱୀକାର୍ଯ୍ୟ ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୩୩ ତମ ସ୍ଥାନରେ ରହିଛନ୍ତି ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଏହି ତାଲିକାରେ ୫୨ତମ ସ୍ଥାନ ମିଳିଛି। ଏପରିକି ତାଙ୍କ ସ୍ଥାନ ମମତା ବାନାର୍ଜୀଙ୍କଠାରୁ ବି ତଳକୁ ଖସି ଆସିଛି। ଶ୍ରୀ ପ୍ରଧାନ ଏବେ   ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି। ୨୦୨୨ରେ ସେ ଅତ୍ୟନ୍ତ କ୍ଷମତାଶାଳୀ ଥିଲେ। ତାଙ୍କ ସ୍ଥାନ ସର୍ବଭାରତୀୟସ୍ତରରେ ୧୮ ଥିଲା। କିନ୍ତୁ ୨୦୨୩ ମସିହାରେ ତାଙ୍କ କ୍ଷମତା ହ୍ରାସ ପାଇ ତାହା ୫୯ରେ ପହଞ୍ଚିଲା। ହେଲେ ନୂଆ ଶିକ୍ଷାନୀତି ପ୍ରଣୟନ, ସିଲାବସ୍‍ ପ୍ରଣୟନରେ ତାଙ୍କର ଦକ୍ଷତା ତାଙ୍କ ପାହ୍ୟା ପୁଣି ବଢ଼ାଇଲା। ଏବେ ସେ ୩୩ତମ କ୍ଷମତାଶାଳୀ ନେତା।

ନବୀନଙ୍କଠୁ ଅଧିକ କ୍ଷମତାଶାଳୀ ମୁଖ୍ୟମନ୍ତ୍ରୀ ଭାବେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିଓ୍ୱାଲ,  ତାମିଲ୍‍ ନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେର ଷ୍ଟାଲିନ୍‍, ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରମୁଖ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ତାଲିକାରେ ୬ ନମ୍ବର ସ୍ଥାନରେ ରହିଛନ୍ତି।

ଏହି ତାଲିକାରେ ସର୍ବୋଚ୍ଚ କ୍ଷମତାଶାଳୀ ଭାବେ ପ୍ରଧାନମନ୍ତ୍ରୀଙ୍କ ନାଁ ରହିଛି। ତାଙ୍କ ତଳକୁ ଗୃହମନ୍ତ୍ରୀ ରହିଛନ୍ତି। ପ୍ରଥମ ୧୦ କ୍ଷମତାଶାଳୀ ତାଲିକାରେ ୯ ଜଣହେଉଛନ୍ତି ବିଜେପି ବା ଆରଏସ୍ଏସ୍‍ ନେତା। ପ୍ରଧାନ ବିଚାରପତି ଡିଓ୍ୱାଇଚନ୍ଦ୍ରଚୁଡ଼ ଜଣେ ମାତ୍ର ଅଣ ବିଜେପି ତଥା ଆରଏସ୍ଏରସ୍‍ ବ୍ୟକ୍ତି ଭାବେ  ରହିଛନ୍ତି ଚତୁର୍ଥ ସ୍ଥାନରେ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy