ନିର୍ବାଚନ କମିଶନଙ୍କ ନୋଟିସ; ହୋର୍ଡିଂରେ ମୁଦ୍ରାକର ଓ ପ୍ରକାଶକଙ୍କ ନାଁ ରହିବ

0 208

ସହରର ବିଭିନ୍ନ ରାସ୍ତା ଓ ଛକ ସ୍ଥାନମାନଙ୍କରେ ଲାଗୁଥିବା ରାଜନୀତିକ ହୋର୍ଡିଂରେ ଏଣିକି ମୁଦ୍ରାକର ଓ ପ୍ରକାଶକଙ୍କ ନାଁ ରହିବ। ଏହି ସ୍ଥାନମାନଙ୍କରେ ବିନା ପ୍ରକାଶକ ଓ ମୁଦ୍ରାକରଙ୍କ ନାଁରେ ଅନେକ ହୋର୍ଡିଂ ଲଗାଯାଉଥିବାରୁ ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। 

ଲୋକପ୍ରତିନିଧି ଆଇନ ୧୯୫୧ ଅନୁସାରେ ପ୍ରତିଟି ଛାପା ଯାଉଥିବା ପ୍ରଚାରପତ୍ର ଯେମିତି ପୋଷ୍ଟର, ଲିଫଲେଟ, ପ୍ଲାକାର୍ଡ, ପାମ୍ପଲେଟ୍‍ ଆଦିକୁ କିଏ ଛାପିଛି, କାହା ତରଫରୁ ଛପାଯାଇଛି ଏହାର ପ୍ରକାଶକ କିଏ ଏବଂ କେତେ ପରିମାଣରେ ଛପା ଯାଇଛି ତାହା ଉଲ୍ଲେଖ କରିବାର ବିଧି ରହିଛି। ଏହାଦ୍ୱାରା ପ୍ରକାଶକ ଏବଂ ପ୍ରାର୍ଥୀଙ୍କ ଦାୟିତ୍ୱବୋଧ ରହିବ। ଯେଉଁ ଖର୍ଚ୍ଚ ପ୍ରଚାର ପାଇଁ ସ୍ଥିର କରାଯାଇଛି ତାହା ନିର୍ଦ୍ଧାରିତ ହୋଇପାରିବ। କିନ୍ତୁ ଅନେକ ସ୍ଥାନରେ ଥିବା ମ୍ୟୁନିସିପାଲିଟି ତଥା ସ୍ଥାନୀୟ ସରକାରଙ୍କ ଦ୍ୱାରା ଲଗାଯାଇଥିବା ହୋର୍ଡିଂରେ ପ୍ରଚାର ପତ୍ର ଲଗାଇବା ବେଳେ ଏହି ନିୟମକୁ ପାଳନ କରାଯାଉ ନଥିବା କମିଶନଙ୍କ ପାଖକୁ ଅଭିଯୋଗ ଆସିବା ପରେ କମିଶନ ପ୍ରତି ରାଜ୍ୟ ସରକାର ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ଘଟଣାକୁ ସମ୍ବାଦନଶୀଳତାର ସହ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି। 

ଏହି ଆଦେଶ ଦ୍ୱାରା ମୁଖ୍ୟ ନିର୍ବାଚନ ଅଧିକାରୀମାନେ ସମ୍ପୃକ୍ତ ମ୍ୟୁନିସିପାଲିଟିକୁ ଏଭଳି ହୋର୍ଡିଂ ଲଗାଇବା ବେଳେ ଠିକଣା ଭାବେ ଆଇନ ପାଳନ କରିବା ଲାଗି ନିର୍ଦ୍ଦେଶ ଦେବେ। ଏହାସହ ପ୍ରତିଟି ରାଜନୀତିକ ଦଳଙ୍କୁ ମଧ୍ୟ ଏ ବାବଦରେ ଅବଗତ କରିବା ଲାଗି ନିର୍ବାଚନ କମିଶନ କହିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy