ମଣିପୁର ଉଲଗ୍ନ ପ୍ୟାରେଡରେ ପୀଡିତା କହିଲେ ଲୋମଟାଙ୍କୁରା କାହାଣୀ

0 458

ମଣିପୁରର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଦୁଇଜଣ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରାଯାଇ ପ୍ୟାରେଡ୍ କରାଯାଉଛି । ଯିଏ ଏହା ଦେଖୁଛି ତାହା ଛାତି ଥରି  ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଛନ୍ତି, ‘ମୋର ହୃଦୟ କ୍ରୋଧରେ ପରିପୂର୍ଣ୍ଣ । କୌଣସି ସଭ୍ୟ ସମାଜ ପାଇଁ ଏହା ଏକ ଲଜ୍ଜାଜନକ ଘଟଣା । ସୁପ୍ରିମକୋର୍ଟ କହିଛନ୍ତି, ‘ଆମ ଆଗରେ ଆସିଥିବା ଭିଡିଓ ଦ୍ୱାରା ଆମେ ବହୁତ ବିଚଳିତ ।’ ଏହି ଘଟଣା ୪ ମଇ ୨୦୨୩ ର ଅଟେ ।
 
‘ମୁଁ ମୋ ଜୀବନ ବଞ୍ଚାଇବା ପାଇଁ ମୋର ଡ୍ରେସ ଖୋଲିଦେଲି’
ମଣିପୁରର ମୌତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହେବାର ଗୋଟିଏ ଦିନ ପରେ କାଙ୍ଗପୋକପି ଜିଲ୍ଲାର ବି ଫେନୋମ ଗ୍ରାମ ନିକଟରେ ଏହି ଆକ୍ରମଣ ହୋଇଥିଲା । ଏହି ସମୟରେ ଦୂବୁର୍ତ୍ତ ତିନି ଜଣ କୁକି ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ପ୍ୟାରେଡ କରିଥିଲେ । ଏହି ସମୟରେ ଜଣେ ମହିଳାଙ୍କୁ ଦିନ ଦ୍ୱିପହରେ ବଳାତ୍କାର କରାଯାଇଥିଲା । ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ସବୁ ସ୍ଥାନରେ କ୍ରୋଧ ଦେଖିବାକୁ ମିଳିଛି ।

ଏହି ଭିଡିଓରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ନିଆଯାଉଥିବା ଦେଖାଯାଇଛି । ଅନେକ ଯୁବକ ସେମାନଙ୍କ ସହିତ ବୁଲୁଥିବା ଦେଖିବାକୁ ମିଳିଥାଏ, ଯେତେବେଳେ ଅନ୍ୟ ପୁରୁଷମାନେ ଦୁଃଖୀ ଦେଖାଯାଉଥିବା ମହିଳାମାନଙ୍କୁ କ୍ଷେତକୁ ଟାଣିନିଅନ୍ତି ।

ନ୍ୟୁଜ୍ ୱେବସାଇଟ୍ ସ୍କ୍ରୋଲ୍ ତିନିଜଣ ପୀଡିତାଙ୍କ ମଧ୍ୟରୁ ଜଣଙ୍କ ସହ କଥା ହୋଇଥିଲା । ଜଣେ ୪୦ ବର୍ଷୀୟା ମହିଳା କହିଛନ୍ତି, “ଯେତେବେଳେ ଆମେ ଶୁଣିବାକୁ ପାଇଲୁ ଯେ ଏକ ମୈତେଇ ଉଗ୍ରବାଦୀ ନିକଟ ଗ୍ରାମରେ ଘର ପୋଡି ଦେଉଛନ୍ତି, ଆମ ପରିବାର ଓ ଅନ୍ୟମାନେ ପଳାଇ ଯାଇଥିଲୁ, କିନ୍ତୁ ଉଗ୍ରବାଦୀନେ ଏହା ଜାଣିଥିଲେ । ଆମ ପଡ଼ୋଶୀ ଓ ପୁଅକୁ ଅଳ୍ପ ଦୂରରେ ନିଆଯାଇ ହତ୍ୟା କରାଯାଇଥିଲା । ଏହା ପରେ ଉଗ୍ରବାଦୀମାନେ ମହିଳାମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ ଓ ସେମାନେ ଆମ ଡ୍ରେସ୍ ଖୋଲି ଉଲଗ୍ନ ହେବାକୁ କହିଥିଲେ ।

ପୀଡିତା ମହିଳା କହିଛନ୍ତି, ‘ମୁଁ ଏହାକୁ ବିରୋଧ କରିଥିଲୁ । ଏହା ପରେ ସେ ଧମକ ଦେଇଛନ୍ତି ଯେ ଯଦି ତୁମେ ତୁମର ଡ୍ରେସ୍ ନ କାଢ଼, ତେବେ ଆମେ ତୁମକୁ ହତ୍ୟା କରିବୁ । ଏହା ପରେ ମୁଁ ନିଜକୁ ବଞ୍ଚାଇବା ପାଇଁ ମୋର ଡ୍ରେସ୍ କାଢିଥିଲି । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମୋତେ ଚାପୁଡ଼ା ମାରିଥିଲେ । ମୋର ୨୧ ବର୍ଷର ପଡ଼ୋଶୀ ସହିତ କଣ ହେଉଥିଲା ଜାଣି ନଥିଲି, କାରଣ ମୁଁ  କିଛି ଦୂରରେ ଥିଲି ।’

ମହିଳା ଜଣକ ଅଭିଯୋଗ କରିଛନ୍ତି, ‘ମୋତେ ରାସ୍ତା ନିକଟ ଏକ ଧାନ କ୍ଷେତକୁ ଟାଣି ନିଆଯାଇଥିଲା ଓ ପୁରୁଷମାନେ ମୋତେ ଶୋଇବାକୁ କହିଥିଲେ । ଏହା ପରେ ମୁଁ କ୍ଷେତରେ ଶୋଇଲି । ତିନି ଜଣ ମୋତେ ଘେରିଗଲେ । ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟକୁ କହିଲା – ଚାଲ ତାଙ୍କୁ ବଳାତ୍କାର କରିବା, କିନ୍ତୁ ସେମାନେ ତାହା କଲେ ନାହିଁ । ମୁଁ ସୌଭାଗ୍ୟବାନ୍ ଯେ ମୋତେ ବଳାତ୍କାର କରାଯାଇ ନଥିଲା, କିନ୍ତୁ ସେମାନେ ମୋ ଶରୀରର ଚାରିଆଡେ ସ୍ପର୍ଶ କରିଥିଲେ ।’

FIR ଅନୁଯାୟୀ: ମହିଳାଙ୍କୁ ବଳାତ୍କାର, ତାଙ୍କୁ ବଞ୍ଚାଇବାକୁ ଆସିଥିବା ଭାଇଙ୍କ ହତ୍ୟା କରାଯାଇଛି
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ୪ ମେ’ ରେ ଥୋବାଲ ଜିଲ୍ଲାରେ ଘଟିଥିଲା ଓ ୧୮ ମେ’ରେ କାଙ୍ଗପୋକପି ଜିଲ୍ଲାରେ ଏକ ଶୂନ୍ୟ ଏଫଆଇଆର ଦାଖଲ କରାଯାଇଥିଲା । ଏହା ପରେ ମାମଲା ଥୋବାଲର ସମ୍ପୃକ୍ତ ପୋଲିସ ଷ୍ଟେସନକୁ ପଠାଯାଇଥିଲା ।

ଅପହରଣ, ଗ୍ୟାଙ୍ଗ ବଳାତ୍କାର ଓ ହତ୍ୟା ବିଭାଗ ଅଧୀନରେ ଅଜ୍ଞାତ ଦୁଷ୍କର୍ମକାରୀଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ତେବେ ଅଢେଇ ମାସ ପରେ ଏହି ଭିଡିଓ ଭାଇରାଲ ହେବା ପରେ ୪ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy