ଖଟିରେ ଚଢାଉ, ୩୦ ହଜାର ଫାଇନ ଆଦାୟ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ସହରାଂଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଂଚଳରେ ସର୍ବସଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ କରାଯାଉଅଛି ।

ଭୁବନେଶ୍ୱର ସହରାଂଚଳ ପୁଲିସ ଜିଲ୍ଲାରେ ଥିବା ପ୍ରତ୍ୟେକ ଥାନାର ବଛାବଛା ଅଫିସର, କର୍ମଚାରୀ, ପିଓପିଡି ଓ ଟୀମ-୬୦ର ମିଳିତ ପ୍ରୟାସରେ ତଥା ସଂପୃକ୍ତ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଧରପଗଡ ଅଭିଯାନ ପରିଚାଳିତ ହେଉଥିବା ବେଳେ, ବିଭିନ୍ନ ଥାନା ପରିସର ଅଂଚଳରେ ଥିବା ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ବିଭିନ୍ନ ଖଟି/ଆଡା ତଥା ଯାନବାହାନ ଯାଂଚ କରାଯିବା ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ କଳାପ ବିରୋଧରେ ଧରପଗଡ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଜୋରିମନା ମଧ୍ୟ ଆଦାୟ କରାଯାଉଅଛି ।

ଏହି କ୍ରମରେ ଗତକାଲି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଖଣ୍ଡଗିରି ଥାନା, ଭରତପୁର ଥାନା, ଲକ୍ଷ୍ମୀସାଗର ଥାନା, ଶହୀଦନଗର ଥାନା, ନୟାପଲ୍ଲୀ ଥାନା, ମୈତ୍ରୀବିହାର ଥାନା, ବଡଗଡ ଥାନା ଓ ଏୟାରପୋର୍ଟ ଥାନା ତରଫରୁ ବିଭିନ୍ନ ସ୍ଥାନରେ ଧରପଗଡ କରାଯାଇଥିଲା । ଏହି ଧରପଗଡ ଅଭିଯାନ ସମୟରେ ମୋଟ ୬୧ଜଣ ନିୟମ ଖିଲାଫ କାରୀଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଓଡିଶା ସହରାଂଚଳ ପୁଲିସ ଆଇନ ଅନୁଯାଇ ମୋଟ ୩୦,୫୦୦ ଟଙ୍କା ଜୋରିମନା ଆକାରରେ ଆଦାୟ କରାଯାଇଛି ।


Reporterspen

Leave a Reply