ନିଖିଳ ଉତ୍କଳ ଅବସରପ୍ରାପ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଶିକ୍ଷକ ସଂଘ ପକ୍ଷରୁ ସପ୍ତମ ସାମ୍ବିଧାନିକ ସମ୍ମିଳନୀ, ବରିଷ୍ଠ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ

Reporterspen

ଭୁବନେଶ୍ୱର (ରିପୋଟର୍ସ ପେନ୍‌): ଆଜି ଭୁବନେଶ୍ୱର ଚେତନା ଅନୁଷ୍ଠାନ ଠାରେ ନିଖିଳ ଉତ୍କଳ ଅବସରପ୍ରାପ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଶିକ୍ଷକ ସଂଘ ପକ୍ଷରୁ ସପ୍ତମ ସାମ୍ବିଧାନିକ ସମ୍ମିଳନୀ ଓ ବରିଷ୍ଠ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ,ସମ୍ମାନୀତ ଅତିଥି ଭାବେ ନିତିଦିନ ଖବରକାଗଜର ସମ୍ପାଦକ ଶ୍ରୀ ମନୋଜ କୁମାର ମହାପାତ୍ର, ଅଲ୍ ଇଣ୍ଡିଆ ରେଡିଓ, ଜୟପୁର ର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ କୃତ୍ତିବାସ ନାୟକ, ମୁଖ୍ୟବକ୍ତା ଭାବେ ଅଲ ଇଣ୍ଡିଆ ରେଡିଓ ଓ ଟେଲିଭିଜନ, ଭୁବନେଶ୍ବର ର ପୂର୍ବତନ ନିର୍ଦ୍ଦେଶକ ଡ଼ଃ ଶାନ୍ତନୁ କୁମାର ରଥ,ଏଆଇଫ୍ରୁକ୍ଟୋ ର ଜୋନାଲ ସମ୍ପାଦକ ପ୍ରଫେସର ହରି ଓମ୍ ପାଣ୍ଡେ, ନିଖିଳ ଉତ୍କଳ ଅବସରପ୍ରାପ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଶିକ୍ଷକ ସଂଘ ର ସଭାପତି ପ୍ରଫେସର ବାଲ୍ମୀକି ପଟ୍ଟନାୟକ ଓ ଜୟ ସମ୍ପାଦକ ଡ଼ଃ ଗୋପାଳ କୃଷ୍ଣ ନନ୍ଦ ପ୍ରମୁଖ ଯୋଗଦେଇଥିଲେ।

ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ସହ ଅତିଥି ମାନେ ନିଜର ଅଭିଭାଷଣ ରଖିଥିଲେ ଏବଂ ବରିଷ୍ଠ ଅଧ୍ୟାପକ ଓ ଶିକ୍ଷକ ଅତିଥି ମାନଙ୍କୁ ମାନ୍ୟବର ମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ମାନ୍ୟବର ମନ୍ତ୍ରୀଙ୍କ ସଂଘର ଲୋଗୋକୁ ଉନ୍ମୋଚନ କରିଥିଲେ | ଦ୍ବିତୀୟ ଅଧିବେଶନରେ ଚେତନା ଅନୁଷ୍ଠାନର ଡ଼ଃ ଭାଗିରଥି ମହାପତ୍ର ଏବଂ ଡ଼ଃ ବିଚିତ୍ରାନନ୍ଦ ସ୍ୱାଇଁ ସମସାମୟିକ ଶିକ୍ଷା ଉପରେ ସେମିନାର କରାଯାଇଥିଲା, ଏହାପରେ ସାଧାରଣ ପରିଷଦ ବୈଠକ, ସଂପାଦକୀୟ ବିବରଣୀ ଓ ଚ଼ିଠା ପ୍ରସ୍ତାବ ଆଗତ କରାଯାଇଥିଲା।


Reporterspen