ସ୍ଥାୟୀ ଡିଜିପି ଲାଗି ପ୍ରକିୟା ଆରମ୍ଭ, ୩ ଆଇପିଏସ୍‌ଙ୍କ ତଥ୍ୟ ମାଗିଲେ ସରକାର

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସ୍ଥାୟୀ ପୋଲିସ ଡିଜି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୩ ବରିଷ୍ଠ ଆଇପିଏସ୍‌ଙ୍କ ବାୟୋଡାଟା ମାଗିଛନ୍ତି । ତିନି ବରିଷ୍ଠ ଆଇପିଏସ୍ ହେଲେ ଅରୁଣ କୁମାର ରାୟ, ଏସ୍‌ଏମ୍ ନରଭାଣେ ଏବଂ ୱାଇ. ବି. ଖୁରାନିଆ । ଏମାନଙ୍କ ସଂପୂର୍ଣ୍ଣ ତଥ୍ୟ ସହ ଏକାଡେମୀ ଆଚିଭମେଂଟ ସଂପର୍କରେ ସବୁ ତଥ୍ୟ ମଗାଯାଇଛି । ପୂର୍ବରୁ ଅନ୍ୟ ୩ଜଣ ଅରୁଣ ଷଢଙ୍ଗୀ, ସୁଧାଂଶୁ ଷଢଙ୍ଗୀ ଓ ବି. ରାଧିକାଙ୍କ ନାଁକୁ ରାଜ୍ୟ ସରକାର ସୁପରିଶ କରିଥିଲେ । ତେବେ ବି. ରାଧିକା ଭିଆରଏସ୍ ନେବା ପରେ ଏହି ତାଲିକାରୁ ତାଙ୍କ ନାଁ ହଟିଯାଇଛି ।

ତେବେ ୧୯୮୮ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ରାୟ ରାଜ୍ୟ ସରକାରଙ୍କ ପ୍ରିଂଟିଂ-ଷ୍ଟେସନାରୀ ଏବଂ ପବ୍ଲିକେସନ୍‌ର ନିର୍ଦ୍ଦେଶକ ଦାୟିତ୍ୱରେ ରହିଛନ୍ତି । ସେହିପରି ୧୯୮୯ ବ୍ୟାଚ୍‌ର ଆଇପିଏସ୍ ଏସ୍‌. ଏମ୍ ନରଭାଣେ ରାଜ୍ୟ ଗୃହ ବିଭାଗର ଓଏସଡି ଅଛନ୍ତି । ୧୯୯୦ ବ୍ୟାଚ୍ ୱାଇ.ବି ଖୁରାନିଆ ଏବେ ଦିଲ୍ଲୀ ବିଏସଏଫ୍ ହେଡକ୍ୱାଟରରେ ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ତୁରନ୍ତ ଓଡ଼ିଶା ଫେରିବାକୁ କୁହାଯାଇଛି ।

ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ଓଡ଼ିଶାର ପରବର୍ତ୍ତୀ ଡିଜିପି ହେବା ନେଇ ଚର୍ଚ୍ଚା ଜୋର ଧରିଛି । ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍ ୱାଇ.ବି ଖୁରାନିଆ ପୂର୍ବରୁ ପୋଲିସ କମିଶନର ଥିଲେ । ସେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲା ଏସପି ଭାବେ ମଧ୍ୟ କ୍ୟାରିୟର ପ୍ରାରମ୍ଭିକ କାଳରେ ଦାୟିତ୍ୱ ନିର୍ବାହ କରିଛନ୍ତି । ତା ପରେ ସଦର୍ଣ୍ଣ ରେଞ୍ଜ ଡିଆଇଜି, ନଦର୍ଣ୍ଣ ରେଞ୍ଜ ଡିଆଇଜି, ଆଇଜି ନଦର୍ଣ୍ଣ ରେଞ୍ଜ, ଆଇଜି ସ୍ପେଶାଲ୍ ଆର୍ମଡ୍ ପୋଲିସ ଏବଂ ଆଇଜି ଅପରେସନ ପଦରେ ମଧ୍ୟ ଥିଲେ ।


Reporterspen

Leave a Reply