ଅବକାରୀ ନୀତିରେ ପରିବର୍ତ୍ତନ, ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟ ସରକାର ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ। ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ନୀତିରେ ପରିବର୍ତ୍ତନ କରାଯାଇଛି।

ବେଳାଭୂମିରେ ମଦ କ୍ୟାବିନ ଖୋଲିବା ନେଇ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବା ପରେ ରାଜ୍ୟ ସରକାର ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି । ଧାର୍ମିକ ଅନୁଷ୍ଠାନର ୫ କି.ମି ପରିଧି ମଧ୍ୟରେ ଖୋଲିବନି ମଦ କ୍ୟାବିନ୍‌‌। ଏହାସହିତ ରାଜ୍ୟର ଅନ୍ୟ ଧାର୍ମିକ ଅନୁଷ୍ଠାନରେ ମଧ୍ୟ ମଦ ଦୋକାନ ଖୋଲିବନି ବୋଲି କୁହାଯାଇଛି। ଗତ ଦୁଇ ଦିନ ତଳେ ପୁରୀ ଶଙ୍କରାଚାର୍ଯ୍ୟ ଏହି ଘଟଣାକୁ କଡ଼ା ନିନ୍ଦା କରିଥିଲେ।

ସେହିପରି ରାଜ୍ୟର ଅନ୍ୟ ଧର୍ମ ଅନୁଷ୍ଠାନର ୫କିମି ପରିଧିରେ ଖୋଲିବନି ମଦ ଦୋକାନ। ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିରେ ପୁରୀ ବେଳାଭୂମିରେ ମଦ ବ୍ରିକି ପାଇଁ ଛୋଟ ଛୋଟ କୁଟୀର ଖୋଲିବାପାଇଁ ଯୋଜନା କରିଥିଲେ। ଯାହାକୁ ନେଇ ତ୍ରୀବ ବିରୋଧ ଆରମ୍ଭ ହୋଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ପୁରୀ ସିଂହଦ୍ବାର ସମ୍ମୁଖରେ ଦୀପ ଦାନ କରି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଖାଲି ସେତିକି ନୁହେଁ ବୁଦ୍ଧିଜୀବି, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସମସ୍ତେ ମହୋଦଧି ଛାତିରେ ମଦ ବିକ୍ରିକୁ ନିନ୍ଦା କରିଥିଲେ। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅବକାରୀ ନୀତିରେ ପରିବର୍ତ୍ତନ କରିଛନ୍ତି ।


Reporterspen