ରାଜଧାନୀରେ ଖୋଲିଲା ପ୍ରଥମ ଚାଉଳ ଏଟିଏମ୍

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀରେ ଖୋଲିଥିବା ଦେଶର ପ୍ରଥମ ଚାଉଳ ଏଟିଏମ୍‌ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ । ଏବେ ଏଟିଏମ୍‌ରୁ ଆପଣ ଉଠାଇ ପାରିବେ ଚାଉଳ । ଭୁବନେଶ୍ୱରରେ ଖୋଲିଛି ଦେଶର ପ୍ରଥମ ଚାଉଳ ଏଟିଏମ୍ । ମଞ୍ଚେଶ୍ବର ସ୍ଥିତ ଚାଉଳ ଗୋଦାମଠାରେ ଖୋଲିଛି ଏହି ରାଇସ୍ ଏଟିଏମ୍‌ । ଏହି ଚାଉଳ ଏଟିଏମ୍‌କୁ ଉଦଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଏଟିଏମରୁ ଜଣେ ହିତାଧିକାରୀ ନିଜ କାର୍ଡ ନମ୍ବର ମାରି ଥମ୍ବ ସ୍କାନ କରି ଚାଉଳ ନେଇପାରିବେ।

ଭୁବନେଶ୍ୱର ମଞ୍ଚେଶ୍ୱରରେ ଥିବା ଚାଉଳ ଗୋଦାମରେ ଚାଉଳ ଏଟିଏମ୍ ଖୋଲିଛି । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଚାଉଳ ଏଟିଏମ୍‌ ଲୋକାର୍ପିତ କରିଛନ୍ତି। ପ୍ରଥମ ଦିନରେ ବହୁ ହିତାଧିକାରୀ ଏଟିଏମ୍‌ରେ କାର୍ଡ ନମ୍ୱର ଡାଏଲ୍‌ କରି ଚାଉଳ ଉଠାଇଥିବା ଦେଖିବାକୁ ମିଳିଛି। ଏହି ଯୋଜନା ସଫଳ ହେଲେ ପରବର୍ତ୍ତୀ ସମୟରେ ସବୁ ଜିଲ୍ଲା ଓ ବ୍ଲକରେ ଏହି ଚାଉଳ ଏଟିଏମ୍ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Reporterspen
!-- afp header code starts here -->