‘ଶକ୍ତି ସଂରକ୍ଷଣରେ ସାରା ଭାରତରେ ଓଡ଼ିଶା ଆଗୁଆ’

Reporterspen

 ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଶକ୍ତି ସଂରକ୍ଷଣରେ ସାରା ଭାରତରେ ଓଡ଼ିଶା ଆଗୁଆ ରହିଛି । ଯଦିଓ ୨୦୧୪ରେ ନରେନ୍ଦ୍ର ମୋଦୀଙ୍କୁ ସରକାର ଗଠନ ପାଇଁ ରାଜ୍ୟରୁ ଅଧିକ ସମର୍ଥନ ମିଳିନଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦୀଙ୍କ ପ୍ରତିଟି କଥାକୁ ଯଥେଷ୍ଟ ସମ୍ମାନ ଦେଇ ଶକ୍ତି ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଥିଲା। ଆଉ ଆଜି ସାରା ଦେଶରେ ଏଲଇଡି ବଲବ ବ୍ୟବହାର କରି ସାରା ଭାରତରେ ନାଁ କମାଇଛି। ଲୋକସଭାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଶକ୍ତି ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହା ସ୍ପଷ୍ଟ କରିଛନ୍ତି। 

ଶ୍ରୀ ଖଟର କହିଛନ୍ତି ୨୦୧୫ ମସିହାରେ ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଏଲଇଡି ବଲବ ଯୋଗାଇବା ଲାଗି ଉଜାଲା ଯୋଜନା ଆରମ୍ଭ କରାଯାଇଥିଲା। ଏନର୍ଜୀ ଏଫିସିଏନ୍ସି ସର୍ଭିସେସ ଲିମିଟେଡ଼ ଦ୍ୱାରା ଶସ୍ତାରେ ଏଲଇଡି ବଲବ ବିତରଣ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଗ୍ରାହକମାନେ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କର ଏଲଇଡି ବଲବ ସଂଗ୍ରହ କରିବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ବର୍ତ୍ତମାନ ବଜାରରେ ବିଭିନ୍ନ ଘରୋଇ କମ୍ପାନୀ ଏଲଇଡ ବଲ ବିକ୍ରି ଆରମ୍ଭ କରିଥିବାରୁ ଘରୋଇ ବଜାର ଉପରେ ଗ୍ରାହକଙ୍କ ଚାହିଦା ଅଧିକ ରହିଛି। 

ଆଜି ସୁଦ୍ଧା ଦେଶରେ ୩୬.୯ କୋଟି ଏଲଇଡି ବଲବ ବିତରଣ କରାଯାଇଛି। ୩୬ କୋଟି ୯୦ ଲକ୍ଷ ଏଲଇଡି ବଲବ ଭିତରୁ କେବଳ ଓଡ଼ିଶାରେ ୫ କୋଟି ୨୭ ଲକ୍ଷ ବିଜୁଳି ବଲବ ବିକ୍ରି ହୋଇଛି। ଏହା ସାରା ଦେଶରେ ସବୁଠାରୁ ଅଧିକ ରହିଛି। ବଡ ବଡ଼ ରାଜ୍ୟ ଯେମିତି ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ ଭଲି ରାଜ୍ୟ ମଧ୍ୟ ଏ କ୍ଷେତ୍ରରେ ଯଥେଷ୍ଟ ପଛରେ ରହିଥିବା ତାଲିକାରୁ ସ୍ପଷ୍ଟ ହୋଇଛି। 

ସାଂସଦ ବୈଜୟନ୍ତ ପଣ୍ଡା ଏନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସେ ଏବାବଦରେ ଉଠାଇଥିବା ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଖଟର କହିଛନ୍ତି କି କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରୁଥିଲେ ବି ଏହାର ପ୍ରଭାବ ରାଜ୍ୟ ସରକାରଙ୍କ ରୁପାୟନ ଉପରେ ନିର୍ଭର କରୁଛି। ଏବେ ବଜାରକୁ EESL ପକ୍ଷରୁ 5 star LED Bulb ଅଣାଯାଇଛି। ଯାହା ଘରୋଇ କମ୍ପାନୀ ଗୁଡିକ ପ୍ରସ୍ତୁତ କରୁନାହାନ୍ତି ବୋଲି ଶ୍ରୀ ଖଟର ସୂଚନା ଦେଇଥିଲେ। 


Reporterspen

Leave a Reply