Odisha news: ସ୍ଥାୟୀ ନିଯୁକ୍ତି ଦାବିରେ ବିଧାନସଭା ସମ୍ମୁଖରେ ଏ.ଆଇ.ଟି ମାନଙ୍କର ବିକ୍ଷୋଭ ପ୍ରଦର୍ଶନ

Reporterspen

Odisha news: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ପ୍ରାଣୀ ସମ୍ପଦ ବିଭାଗରେ ଦୀର୍ଘବର୍ଷରୁ କାର୍ଯ୍ୟରତ ଏ.ଆଇ.ଟି (ଆର୍ଟିଫିସିଆଲ ଇନ୍‌ସେମିନେସନ ଟେକ୍ନିସିଆନ) ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବିରେ ବିଧାନସଭା ସମ୍ମୁଖରେ ଶୋଭଯାତ୍ରା ଓ ଦିନିକିଆ ଧାରଣା କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି ।

ସଂଘ ପକ୍ଷରୁ ଆବାହକ ସୌଭାଗ୍ୟ ରଞ୍ଜନ ଜେନାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଏ.ଆଇ.ଟି.ମାନେ ଆଜି ମାଷ୍ଟର କ୍ୟାଣ୍ଟିନ ଛକରେ ଏକତ୍ରିତ ହୋଇଥିଲେ । ଏହାପରେ ସେମାନେ ସ୍ଥାୟୀ ନିଯୁକ୍ତି ଦାବି ନେଇ ସ୍ଲୋଗାନ ଦେବା ସହ ଏକ ଶୋଭାଯାତ୍ରାରେ ଆସି ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ôଚଥିଲେ । ସେଠାରେ ଆୟୋଜିତ ଏକ ସଭାରେ ଶତାଧିକ ଏ.ଆଇ.ଟି.ମାନେ ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଥିଲେ ।

ସଂଘର ଉପଦେଷ୍ଟା ରବୀନ୍ଦ୍ର କୁମାର ପଣ୍ଡା, ସଭାପତି ମହେନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ଶତୃଘ୍ନ ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବା ସହ ଦୀର୍ଘବର୍ଷ ଧରି ବିନା ଦରମାରେ ଗୋସେବା ଯୋଗାଇ ଆସୁଥିବା ଏ.ଆଇ.ଟି ମାନଙ୍କୁ ତୁରନ୍ତ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ଦେବାକୁ କହିଥିଲେ । କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଗତ ରାଷ୍ଟ୍ରୀୟ ଗୋକୁଳ ମିଶନ ଜରିଆରେ କାର୍ଯ୍ୟ କରି ଆସୁଥିବା ଏ.ଆଇ.ଟି.ମାନେ ପ୍ରତି ପଞ୍ଚାୟତରେ କୃତ୍ରିମ ପ୍ରଜନନ, ଟୀକାକରଣ, ବନ୍ଧ୍ୟାକରଣ, ପ୍ରାଥମିକ ଚିକିତ୍ସା, ଭ୍ରାମ୍ୟମାଣ ଚିକିତ୍ସା, ପଶୁ ଗଣନା ଓ ପଶୁମାନଙ୍କୁ ବୀମାଭୁକ୍ତ କରିବା ଆଦି କାର୍ଯ୍ୟ କରି ଆସୁଛନ୍ତି । ପ୍ରାଥମିକସ୍ତରରେ ଗୋସେବାକୁ ସୁଚାରୁ ରୂପେ ତୁଲାଇ ଆସୁଥିବା ଏ.ଆଇ.ଟି.ମାନେ ଟଙ୍କାଟିଏ ଦରମା ଆକାରରେ ପାଆନ୍ତି ନାହିଁ ।

ଏସବୁ ସତ୍ତ୍ୱେ ସେମାନେ ମହାମାରୀ କରୋନା ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ସଂଗଠିତ ପ୍ରାକୃତିକ ଦୁର୍ବିପାକ ସମୟରେ ମଧ୍ୟ ରୋଗୀ ସେବା ଜାରି ରଖିଛନ୍ତି । ହେଲେ ସରକାର ସେମାନଙ୍କ ଦାବିକୁ ଗ୍ରହଣ କରୁନାହାଁନ୍ତି । ତୁରନ୍ତ ସରକାର ସେମାନଙ୍କ ଦାବିକୁ ଶୁଣିବା ସହ ଦୀର୍ଘବର୍ଷରୁ କାର୍ଯ୍ୟକ୍ଷେତ୍ରରେ ରହି ଆସିଥିବା ସମସ୍ୟାକୁ ଦୂର କରିବା ପାଇଁ ସେମାନେ ଦାବି କରିଛନ୍ତି ।

ସରକାରଙ୍କ ଆହ୍ୱାନ କ୍ରମେ ଶ୍ରୀ ଜେନାଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଭାଗୀୟ ସଚିବଙ୍କୁ ଭେଟି ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ସଚିବ ଏ.ଆଇ.ଟି. ମାନଙ୍କ ଦାବିକୁ ଶୁଣିବା ସହ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।


Reporterspen
!-- afp header code starts here -->