Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଅଗ୍ନିକାଣ୍ଡକୁ ରୋକିବ ଏଟିଭି । କୌଣସି ଦୁର୍ଗମ ଅଞ୍ଚଳ ହେଉ ଅବା ଜଙ୍ଗଲ, ଯେକୌଣସି ଅପହଞ୍ଚ ସ୍ଥାନରେ ପହଞ୍ଚି ନିଆଁକୁ ତତକ୍ଷଣାତ୍ ଆୟତ୍ତ କରିବା ସହିତ ବନ୍ୟ ଜନ୍ତୁଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଏହି “ଏଟିଭି”କୁ ପ୍ରସ୍ତୁତ କରାଯାଇଛି । ଉନ୍ନତ ଗତିଶୀଳତା ନିଶ୍ଚିତ କରିବା ସହିତ ପ୍ରତିକ୍ରିୟା ସମୟ କମ୍ କରିବା, ପ୍ରାକୃତିକ ବିପଦକୁ କମ୍ କରିବା ଆଦି କାର୍ଯ୍ୟ ପାଇଁ ସ୍ଵତନ୍ତ୍ର ଭାବରେ ୱାଟର ଟ୍ୟାଙ୍କ ସହିତ ଏହି ଗାଡି ତିଆରି ହୋଇଛି ।
୫୧ ଟି ଅଲଟରନେଟ୍ ମୋଟର ଯାନ “ଏଟିଭି ” କଷ୍ଟମାଇଜ୍ ସ୍ପ୍ରୀଙ୍କଲର ସିଷ୍ଟମ ସହିତ ୪୧ଟି ଅଗ୍ନିନିର୍ବାପକ ୟୁନିଟ୍, ୪୭ ଟି ଅଗ୍ନି ନିରାକରଣ ସହାୟତା ୟୁନିଟ୍ ୧୮ଟି ଜିଲ୍ଲାକୁ ପ୍ରଦାନ କରାଯାଇଛି। ତେବେ ଏହି ୧୮ ଜିଲ୍ଲାକୁ ୧୩୯ଟି ହାଇଟେକ୍ ଗାଡି ଦିଆଯାଇଥିବା ସୂଚନା ମିଳିଛି । ଏହି ଗାଡିକୁ ନିଜେ ଡିଏଫଓଙ୍କ ତଦାରଖ କରିବେ । ଅଧିକ ତୀବ୍ର ପଇଁତରା, ପର୍ଯ୍ୟାଲୋଚନା, ନିରୀକ୍ଷଣ ଓ ସୁନିଶ୍ଚିତ କରିବା ପାଇଁ ଏଟିଭି ଗୁଡ଼ିକ ନିର୍ଦ୍ଦିଷ୍ଟ ଭାବରେ ଦୁର୍ଗମ ଅଞ୍ଚଳକୁ ଦୃଷ୍ଟିରେ ରଖି କଷ୍ଟମାଇଜ୍ କରାଯାଇଅଛି। ଏହି ଗାଡିର କଷ୍ଟମାଇଜ୍ କଟକ ସ୍ଥିତ “ଆନନ୍ଦ ଫେବ୍ରିକେଟର୍ସ ଆଣ୍ଡ ଇଞ୍ଜନିୟରସ୍” କରିଛନ୍ତି ।
୧୯୮୮ରେ ସ୍ଥାପିତ ଏହି କମ୍ପାନୀ ପ୍ରଥମେ ରାଜ୍ୟ ପରିବହନ ନିଗମ ପାଇଁ ବସ୍ ସଂସ୍ଥାଗୁଡ଼ିକର ଏକ ଆନୁଷଙ୍ଗିକ ଫେବ୍ରିକେଟର ଭାବରେ କାର୍ଯ୍ଯ କରିଥିଲା । ଶିଳ୍ପରେ ୩୨ ବର୍ଷରୁ ଅଧିକ ଅଭିଜ୍ଞତା ସହିତ କମ୍ପାନୀ ଅଗକୁ ବଢ଼ି ଚାଲିଛି। ନୂଆକରି ତିଆରି ହୋଇଥିବା ଏହି ଗାଡି ଗୁଡିକୁ ଶୁକ୍ରବାର ରାଜ୍ୟ ସରକାର ଏବଂ ବନ ଵିଭାଗ ଦ୍ୱାରା ଚନ୍ଦକା ସ୍ଥିତ ବଟାନିକାଲ୍ ଗାର୍ଡେନ୍ ନିକଟରେ ଉଦଘାଟନ କରାଯାଇଛି।