Odisha News: ବନ୍ଧୁକ ମୁନରେ ୮ ଲକ୍ଷ ଲୁଟ୍ ଘଟଣା, ୪ ଲୁଟେରା ଗିରଫ

Reporterspen

Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବାରମ୍ବାର ଲୁଟ ଓ ଚୋରି ହେଉଥିବା ବେଳେ ବାଣପୁର ପୋଲିସକୁ ଏକ ବଡ ସଫଳତା ମିଳିଛି। ଚଳିତ ମାସ ୧୯ ତାରିଖରେ ବାଲୁଗାଁ ୧୬ନମ୍ବର ଜାତୀୟ ରାଜପଥରେ ଏକ ବାଇକରେ ଆସି ଟାଙ୍ଗୀ ଅଂଚଳର ଜଣେ ଚାଉଳ ମିଲରଙ୍କ କର୍ମଚାରୀଙ୍କଠାରୁ କାରକୁ ଅଟକାଇ ବନ୍ଧୁକ ମୁନରେ କିଛି ଦୁବୁର୍ତ୍ତ ଫାଙ୍କା ଗୁଳି ଚାଳନା କରି ୮ଲକ୍ଷ ୩୦ହଜାର ଟଙ୍କା ଲୁଟି ନେଇ ଛୁ ମାରିଥିଲେ। ଏ ସମ୍ପର୍କରେ ବାଣପୁର ଥାନରେ ଟାଙ୍ଗି ଥାନା ଅନ୍ତର୍ଗତ ପ୍ରିୟରଞ୍ଜନ ପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ବାଣପୁର ଥାନାରେ କେସ ନମ୍ବର ୩୯୪/୨୪ ରେ ଏକ ମାମଲା ରୁଜୁ ହୋଇଥିଲା।
ଖୋର୍ଦ୍ଧା ଆରକ୍ଷୀ ଅଧିକାରୀଙ୍କ ନିର୍ଦେଶକ୍ରମେ ଏ ଘଟଣାକୁ ବାଣପୁର ପୋଲିସ ଓ ଜିଲ୍ଲା ପୋଲିସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଭାବି ଲୁଟେରାମାନଙ୍କୁ ଧରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ କରି ୪ଜଣ ଲୁଟେରାଙ୍କୁ ଗିରଫ କରିବା ସହ ୫ଟି ଦେଶୀ ପିସ୍ତଲ, ୨ଟି ଭୁଜାଲୀ, ଗୋଟିଏ ଛୁରୀ, ୪ଟି ମୋବାଇଲ ଗୋଟିଏ ଟିଭିସ ବାଇକ, ଗୋଟିଏ ପିକଅପ ଭ୍ୟାନ ଓ ୧ଲକ୍ଷ ୧୭ହଜାର ଟଙ୍କା ଜବତ କରିଛି। ଗିରଫ ହୋଇଥିବା ୪ଜଣ ଲୁଟେରାଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ଲଙ୍ଗଳେଶ୍ୱର ଅଂଚଳର ହୋଇଥିବା ବେଳେ ଅନ୍ୟ ଜଣେ ବାଣପୁର ବାଂଳେଇ ଓ ଅନ୍ୟ ଦୁଇ ଜଣ ନୟାଗଡ଼ ଜିଲ୍ଲା ରଣପୁର ଅଂଚଳର ବୋଲି ଜଣାପଡ଼ିଛି। ଏ ଘଟଣାରେ ସମୁଦାୟ ୭ ଜଣ ସମ୍ପୃକ୍ତ ଥିବା ବେଳେ ଅନ୍ୟ ୩ ଜଣ ଲୁଟେରା ଏବେ ବି ଫେରାର ଅଛନ୍ତି।

Reporterspen