odisha news: ‘ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ଯୋଜନାର ସଂଶୋଧନ କରାନଗଲେ ଘରୋଇ ଚିକିତ୍ସାଳୟ ଏହି ସ୍ୱାସ୍ଥ୍ୟ ଯୋଜନାରୁ ଓହରିଯିବେ’

Reporterspen

odisha news: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ଗୁରୁବାର ଦିନ ଅପରାହ୍ଣରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ, ଭୁବନେଶ୍ବର ସଭାଗୃହରେ ସାରା ଓଡ଼ିଶାର ଘରୋଇ ଡାକ୍ତରଖାନା ଓ କର୍ପୋରେଟ ଡାକ୍ତରଖାନାର ଉଦ୍ୟୋକ୍ତା ଓ ସିଇଓମାନଙ୍କ ଏକ ଜରୁରୀ ବୈଠକ ବସିଥିଲା । ସଦ୍ୟ କରାଯାଇଥିବା ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତର କାର୍ଯ୍ୟକାରିତା ନେଇ ଘୋର ଉଦ୍‌ବେଗ ପ୍ରକାଶ କରାଯାଇଛି ।

ପ୍ରତି ଘରୋଇ ଚିକିତ୍ସାଳୟ ରୋଗୀ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସପ୍ଟୱେରରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ୧୦ଟି ଓଟିପି, କ୍ଷୁଦ୍ରଡାଟା ସାଇଜ, ରୋଗୀର ଅର୍ଥ ପରିମାଣ ଜଣା ପଡୁନଥିବା ଓ ପ୍ରିଣ୍ଟ ହୋଇ ନ ପାରିବା ଭଳି ଅନ୍ଧା ପ୍ୟାକେଜ ଜଣେ ମେଡିକାଲ ସୁପରିଡେଣ୍ଟଙ୍କର ୨୪ ଘଣ୍ଟା ଓଟିପି ଉପରେ ଓଟିପି ବଖାଣିବା ଅସମ୍ଭବ କାର୍ଯ୍ୟ । ଖୁବ ମନ୍ଥର କାର୍ଯ୍ୟ ଏହି ପ୍ୟାକେଜ । ପୁଣି ପ୍ୟାକେଜ୍‌ଗୁଡ଼ିକ ରୋଗୀ ବିଷୟରେ ସ୍ୱୀକୃତି ନେବାରେ ବିଳମ୍ବ ହେଉଥିବାରୁ ଜରୁରୀ ରୋଗୀ ସମୟରେ ସ୍ୱୀକୃତି ନ ପାଇ ହଟହଟା ହେଉଛି ।

ଅନେକ ଅନାବଶ୍ୟକ ଫଟୋ, ରିପୋର୍ଟ, ବାଧ୍ୟତାମୂଳକ ହେବାରୁ ଏବଂ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ନେଇ ମଧ୍ୟ ବିଲ୍ ମାଗିବାର ଯଥାର୍ଥ ନୁହେଁ। ଜଣେ ରୋଗୀ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ପୁଣି ଦିନେ ଦୁଇ ଦିନରେ ଗୁରୁତର ହୋଇ ବି ଏହି ସ୍କମିରେ ଭର୍ତ୍ତି ହେବା ଅସମ୍ଭବ ମନେହୁଏ । ସବୁଠାରୁ ଦୁଃଖର ବିଷୟ ପ୍ରତ୍ୟେକ ରୋଗୀ ପାଇଁ ଯେଉଁ ପ୍ୟାକେଜ୍ ଦେୟ ରହିଛି, ତାହା ନିକଟ ଅତୀତରେ ପରିମାଣ ଠାରୁ ବହୁତ କମ୍ । ପୁଣି ଜୀବନରକ୍ଷାକାରୀ ଅସ୍ଥିଶଲ୍ୟ, ସ୍ନାୟୁଶଲ୍ୟ, ସ୍ତ୍ରୀ ବିଭାଗର ଇମ୍ଲାଣ୍ଟ ପରିମାଣ ନଗଣ୍ୟ ରହିଛି ।

ହୃଦ୍‌ପିଣ୍ଡର ପେସ୍‌ମେକର ନିମ୍ନତମ ମୂଲ୍ୟ ଦେଢ଼ଲକ୍ଷ ହେଲେ ହେଁ ଆୟୁଷ୍ମାନ ଭାରତର ୭୫ ହଜାର, ଏହା ଅସମ୍ଭବ । ଉପସ୍ଥିତ ଥିବା ଘରୋଇ ଡାକ୍ତରଖାନାରେ ପ୍ରତିନିଧିମାନେ ଏହି ସଫ୍ଟୱେୟାର ରୋଗୀ ଆଡ୍‌ମିସନ ପଦ୍ଧତି ଓ ପ୍ୟାକେଜ୍ ରେଟ୍ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତିନିଧିମାନଙ୍କ ପୂର୍ବରୁ ଉନ୍ନତମାନର ପ୍ୟାକେଜ୍ ଓ ପରିବର୍ଦ୍ଧିତ ମୂଲ୍ୟ ଦେବା ଆଶା ଦେଇ ଅସମ୍ଭବ ପରିମାଣ ନିର୍ଦ୍ଧାରଣ କରାଯାଇଛି ।

ସମସ୍ତେ ମତପ୍ରକାଶ କରିଛନ୍ତି ଯେ ଆସନ୍ତା ୧୫ ଦିନରେ ଏଗୁଡ଼ିକରେ ସଂଶୋଧନ କରାନଗଲେ ଏହି ସ୍ୱାସ୍ଥ୍ୟ ଯୋଜନାରୁ ଓହରିଯିବେ ବୋଲି ରାଜ୍ୟ ଘରୋଇ ଚିକିତ୍ସାଳୟ ଫୋରମ୍‌ ର ସମ୍ପାଦକ ଡାଃ ଇନ୍ଦ୍ରମଣି ଜେନା କହିଛନ୍ତି।


Reporterspen
!-- afp header code starts here -->