odisha news: ଭୁବନେଶ୍ୱର (ରିପୋଟର୍ସ ପେନ୍): ଶାନ୍ତିପୂର୍ଣ୍ଣ ଭାବେ ଆନେ୍ଦାଳନ କରୁଥିବା କଂଗ୍ରେସ ଚିରାଚରିତ ଭାବେ ବିଧାନସଭା ଆଡକୁ ଅଗ୍ରସର ହୋଇଥିଲା । ଆନେ୍ଦାଳନ ସେତେ ଆକ୍ରୋଶମୂଳକ ନଥିଲା । ହେଲେ ପ୍ରଥମ ବ୍ୟାରିକେଡକୁ ଠେଲି ଆନ୍ଦାଳନକାରୀ ଆଗକୁ ମାଡି ଯାଉଥିବା ବେଳେ ହଠାତ ପୋଲିସ ଜଣେ କଂଗ୍ରେସ କର୍ମୀଙ୍କୁ ଲାଠି ମାଡ କରିଥିଲା । ପରେ ଏହାକୁ ନେଇ ରାଜଧାନୀରେ ଖଣ୍ଡପ୍ରଳୟ ହୋଇଥିଲା । ତେବେ ଶାନ୍ତ ପରିବେଶକୁ ପୋଲିସ ଅଶାନ୍ତ କରିବାକୁ କାହିଁକି ଚେଷ୍ଠା କଲା ? କଂଗ୍ରେସ ଆନେ୍ଦାଳନକୁ ତେଜିବାକ୍ୁ ନା ଏହା ପଛରେ ଅନ୍ୟ କିଛି ଉଦେ୍ଦଶ୍ୟ ରହିଛି?
ନାରୀ ନିର୍ଯାତନା ବିରୋଧରେ ଆନେ୍ଦାଳନର ଡାକରା ଦେଇଥିବା କଂଗ୍ରେସର ହଜାର ହଜାର କର୍ମୀ ଭୁବନେଶ୍ୱରର ଲୋୟର ପିଏମଜି ଅଭିମୁଖେ ମାଡି ଚାଲିଥିଲେ । ହାତରେ ଦଳୀୟ ପତାକା, ନାରୀ ନିର୍ଯାତନା ଓ ବିଜେପି ସରକାର ବିରୋଧୀ ପ୍ଲାକାର୍ଡ ଧରି ଆଗେଇ ଚାଲିଥିଲେ । ରାଜ୍ୟ ବିଜେପି ସରକାରଙ୍କ ଅଗଣତାନ୍ତ୍ରୀକ ନିଷ୍ପତ୍ତିି ଓ ନାରୀ ବିରୋଧୀ ଆଭିମୁଖ୍ୟ ବିରୋଧରେ କଂଗ୍ରେସ ନେତା ଗର୍ଜିଥିଲେ । ଶହ ଶହ ପୋଲିସ ବିଧାନସଭା ଚାରି ପଟେ ବ୍ୟାପକ ବ୍ୟାରିକେଡ ଲଗାଇ ଜଗି ରହିଥିଲେ । ହେଲେ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ୟାତନା ବିରୋଧରେ ଭୀମ ଗର୍ଜନ କରି କଂଗ୍ରେସ କର୍ମୀ ଆଗେଇ ଚାଲିଥିଲେ ।
କଂଗ୍ରେସ କର୍ମୀଙ୍କ ସାମାନ୍ୟ ଠେଲାପେଲା ପରେ ହଠାତ ପୋଲିସ ଆଗ୍ରେସିଭ ହୋଇଥିଲା । କଂଗ୍ରେସ କର୍ମୀଙ୍କ ଉପରେ ଲାଠିମାଡ଼ ଆରମ୍ଭ କରିଥିଲା । ପରେ ପିଏମଜି ରଣକ୍ଷେତ୍ର ପାଲଟିଲା । ଉଡିଲା ଚେୟାର, ପାଣି ମାଡ଼, ଗ୍ୟାସ ମାଡ଼ ସହ ଫୁଟିଲା ରବର ଗୁଳି । ଏପରିକି ରକ୍ତମୁଖା ପୋଲିସ ଲୋୟର ପିଏମଜିରେ ନିରୀହ କର୍ମୀଙ୍କୁ ଆକ୍ରମଣ କରିବାରୁ କର୍ମୀମାନେ ଛିନଛତ୍ର ହୋଇଯାଇଥିଲେ । ପରେ ପୋଲିସର ଆକ୍ରମଣକୁ କାଉଂଟର କରି କ୍ରୋଧିତ ହଜାର ହଜାର କର୍ମୀ ସିନେମା ଷ୍ଟାଇଲରେ ଚେୟାର ଉଡାଇ ଉଡାଇ ବ୍ୟାରିକେଡ ଆଡ଼କୁ ମାଡି ଆସିଥିଲେ । ସ୍ଥିତି ଭୟଙ୍କର ରୁପ ନେଉଥିଲା । ଚେୟାର ପରେ ପରେ ଟେକା, ପଥର ଓ କାଚ ମାଡ଼ ଆରମ୍ଭ ହୋଇଥିଲା । ଏପରିକି ଅଣ୍ଡା ମାଡ଼ ବି ହୋଇଥିଲା ।
ପୋଲିସ ଆହୁରି ପ୍ରତିକ୍ରିୟାଶୀଳ ହୋଇ ପାଣି ମାଡ଼ କରିବା ସହ ଲୁହ ବୁହା ଗ୍ୟାସ ଓ ରବର ଗୁଳି ଚାଳନା କରିଥିଲା । ପୋଲିସ ଆକ୍ରମଣରେ ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି । ଶାନ୍ତିପୂର୍ଣ୍ଣ ଆନେ୍ଦାଳନ ଚାଲିଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପୋଲିସକୁ ଗୁଣ୍ଡା ସଜାଇ ଶାନ୍ତିପୂର୍ଣ୍ଣ ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ଏହା ସରକାରଙ୍କ ବଡ଼ ଷଡ଼ଯନ୍ତ୍ର ବୋଲି ଦଳ ଅଭିଯୋଗ କରିଛି । ଆଗକୁ କଂଗ୍ରେସ ଏହାର ଜବାବ ଦେବ ବୋଲି ଚେତାଇ ଦିଆଯାଇଛି ।
ପୋଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନକୁ ବିରୋଧ କରି ପିସିସି ସଭାପତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା, ଯୁବ, ଛାତ୍ର, ମହିଳ ନେତ୍ରୀ ଧାରଣାରେ ବସିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ମଧ୍ୟ ବସିବାକୁ ଦେଇ ନଥିଲା । ବରିଷ୍ଠ କଂଗ୍ରେସ ନେତାଙ୍କଠାରୁ ଆରମ୍ଭ କରି ମହିଳା ନେତ୍ରୀଙ୍କୁ ଟେକି ନେଇ ଗିରଫ କରିଥିଲା । ଜବରଦସ୍ତ ଉଠାଇବା ଆଳରେ ପୋଲିସ ସେମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ବିଧାନସଭାରେ ନାରୀ ନିର୍ଯାତନା ପ୍ରସଙ୍ଗରେ ନ୍ୟାୟ ମାଗୁଥିବା କଂଗ୍ରେସ ନେତା ଓ ନେତ୍ରୀଙ୍କୁ ଖୋଦ ପୋଲିସ ମାଡ଼ ମାରିବା ସହ ଅସଦାଚରଣ କରିବା ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି ।